OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 21th Dec 2020

Odia Rashiphala

Odia Rashiphala

ଯାତ୍ରା ଶୁଭଦାୟକ ହେବ । ସୁସମ୍ୱାଦ ମିଳିପାରେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କରିତ୍‌କର୍ମା ହେବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ବିଭିନ୍ନ ଦିଗରୁ ସାହାଯ୍ୟ ପ୍ରାପ୍ତ ହେବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।
କଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । କୃତୀ ପ୍ରତିଯୋଗୀ ହେବେ ।
ବାଣିଜ୍ୟ କାରବାର ଉତ୍ସାହପ୍ରଦ ହେଲେ ବି ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଅଛି । ପାରିବାରିକ ଅଶାନ୍ତିର ଅବସାନ ଘଟାଇବାକୁ ଉଦ୍ୟମ ଚଳାଇବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ସୁଖକର ଘଟଣାମାନ ଘଟିପାରେ । କାର୍ଯ୍ୟକୁ ସଫଳ ରୂପାୟନ କରିବାରେ ସଫଳ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ ।
ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଆନନ୍ଦ ଉପଭୋଗ କରିପାରନ୍ତି । ସୁଖାଦ୍ୟ ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ପରୋପକାରୀ ହେବେ । ଉଦ୍ୟମ ପ୍ରଶଂନୀୟ ହେବ । ସୁଖୀ ହେବେ ।
କ୍ରୋଧ ସମ୍ବରଣ କଲେ ଜନାଦ୍ରୁତ ହେବେ । ଶତ୍ରୁ ଉପରେ ବିଜୟୀ ହାସଲ କରିପାରନ୍ତି । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସମ୍ୱାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ କରି ପାରନ୍ତି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ମନସ୍କାମନା ପୂର୍ଣ୍ଣ ହୋଇପାରେ । ପରିଶ୍ରମ କଠିନହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ । ଯାନବାହନ ଜନିତ ସୁଖ ମିଳିବ । ଧନାଗମ ହେବ ।
କଳହଠାରୁ ଦୂରେଇ ରହିବାକୁ ପଡ଼ିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭାକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଦେବଦର୍ଶନର ସୁଯୋଗ ସୃଷ୍ଟି ହୋଇଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ଲାଭ ମିଳିବ ।
ଯୋଗାଯୋଗରେ ସଫଳତା ମିଳିବ । ସାମୟିକ ଭାବେ ମନ ବ୍ୟାକୁଳ ହୋଇପାରେ । ଧନାଗମର ସୂଚନା ମିଳୁଛି । ନୀତିନିଷ୍ଠ ହେବେ । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହେବେ ।
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।
ବରଂ କ୍ଷତି ସହିବେ ; ମାତ୍ର ନୀତିରୁ ବିଚ୍ୟୁତ ହେବେ ନାହିଁ । ଧର୍ମ କାର୍ଯ୍ୟରେ ଲିପ୍ତ ହୋଇ ଅଧିକ ବ୍ୟୟ କରିପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ମଧୁର କଥା କହି ପରକୁ ଆପଣାର କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments