OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 20th July 2020

Odia Rashiphala

Odia Rashiphala

ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତା ପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ପରଧନ ପ୍ରାପ୍ତ ହୋଇପାରେ । ବିବାଦରେ ବିଜୟୀ ହେବେ । କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । କର୍ମଚଞ୍ଚଳ ରହିବେ । ପ୍ରିୟଭାଷୀ ହେବେ । କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବନ୍ଧୁ ମିଳନ ଘଟିବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ରୁଚକର ଭୋଜନରେ ଆପ୍ୟାୟିତ ହେବେ । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ । ନୃତ୍ୟସଙ୍ଗୀତ ପ୍ରିୟ ହେବେ । ସତ୍‌କର୍ମରେ ନିୟୋଜିତ ହେବେ ।ଧର୍ମ ମାର୍ଗରେ ମନୋନିବେଶ କରିବେ । ପୁନର୍ବସୁ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଫଳ ।
ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ଉପକାରୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ମନୋଜ୍ଞ ହେବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ । ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ସୁଖ ମିଳିବ । ସରକାରୀ ଅର୍ଥ ମିଳିବ । ମଘା ଓ ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଫଳ ।
ହସ୍ତା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ । ସରକାରଙ୍କର କୃପାପାତ୍ର ହେବେ । କାର୍ଯ୍ୟରେ ସଫଳତା ମିଳିବ । ଉଚ୍ଚଆଶା ଫଳବତୀ ହେବ । ଶ୍ରମ ସାର୍ଥକ ହୋଇପାରେ । ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସତର୍କରେ ଚଳିବେ ।
ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି କର୍ମଚଞ୍ଚଳ ରହିବେ । ଶତ୍ରୁତାର ଅବସାନ ଘଟିବ । ସତ୍‌କର୍ମରେ ଉତ୍ସାହିତ ହୋଇ ଅର୍ଥ ବ୍ୟୟ କରିବେ । ଜିତେନ୍ଦ୍ରିୟ ହେବେ । ଧର୍ମରତ ହୋଇପାରନ୍ତି । ସରକାରଙ୍କ କୃପାପାତ୍ର ହେବେ । ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ ।
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଜ୍ଞାନ-ଗରିମାଯୁକ୍ତ ହେବେ । ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି । ଶ୍ରେଷ୍ଠମାନ୍ୟତା ମିଳିବ । ପରୋପକାରୀ ହେବେ । ସୁଖୀ ହେବେ । ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଅସୁସ୍ଥତା ଯୋଗୁଁ ଖର୍ଚ୍ଚାନ୍ତ ହୋଇପାରନ୍ତି ।
ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ ଶୃଙ୍ଖଳିତ ହେଉଥିବାରୁ ଆଶ୍ୱସ୍ତ ହେବେ । ବନ୍ଧୁ ବର୍ଗରେ ପ୍ରିୟତା ବୃଦ୍ଧି ହେବ । ପତ୍ନୀଙ୍କ ସହଯୋଗ ମିଳିବ । ସନ୍‌ମାର୍ଗୀ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ଉତ୍ତରାଷାଢ଼ାର ସାମାନ୍ୟ ଫଳ ।
ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ ନିର୍ବାହୀ ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ ଓ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଚିତ୍ତ ପ୍ରସନ୍ନ ରହିବ । ତେଜ ବୃଦ୍ଧି ହେବ । ଉତ୍ତରାଷାଢ଼ା, ଧନିଷ୍ଠାର ସାମାନ୍ୟ ଫଳ ।
ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯାତ୍ରା ଶୁଭଦାୟକ ହେବ । ବହୁମିତ୍ରଙ୍କ ସହଯୋଗ ମିଳିବ । ଜ୍ଞାନ-ଗରିମାମୟ ହେବେ । ଦେବ-ଗୁରୁଙ୍କ ପ୍ରତି ଭକ୍ତିଭାବ ରହିବ । ନାନା ସୁଖ ଭୋଗ କରିପାରନ୍ତି । ଧନିଷ୍ଠା ଓ ପୂର୍ବଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ଉତ୍ତରଭାଦ୍ର ପଦ ନକ୍ଷତ୍ର ଜାତବ୍ୟକ୍ତି ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି । ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବେ । ଗୁରୁକୃପା ଲାଭ କରିବେ । କର୍ମୋନ୍ନତି ଘଟିବ । ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ଜନପ୍ରିୟ ହେବେ । ପୂର୍ବଭାଦ୍ରପଦ ଓ ରେବତୀର ସାମାନ୍ୟ ଶୁଭଫଳ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments