OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 1st Nov 2021

Odia Rashiphala

Odia Rashiphala

ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ପଦୋନ୍ନତି ଘଟିପାରେ । ଶତ୍ରୁବିଜୟୀ ହେବେ । ଯାନ-ବାହନସୁଖ ମିଳିବ ।
ବୁଦ୍ଧିମାନ୍ ହେବେ । ଶୌର୍ଯ୍ୟାନ୍ନିତ ହୋଇପାରନ୍ତି । ବିଶାଳ କୀର୍ତ୍ତିର ଅଧିକାରୀ ହେବେ । ଶତ୍ରୁଦମନ କରିବାରେ ପାରଙ୍ଗମ ହେବେ । ପୁତ୍ର ସନ୍ତାନ ପାଇଁ ସୁଖୀ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ।
ଅର୍ଥ ଉପାର୍ଜନ ଆଶାନୁରୂପ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ । କାର୍ଯ୍ୟରେ ସଫଳତା ମିଳିବ ।
ବିଭିନ୍ନ ସ୍ତରରୁ ଧନାଗମ ହେବ । ନିଃସ୍ୱାର୍ଥପର ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ । ସାହସୀ ହେବେ । କୁଶଳୀ ହୋଇପାରନ୍ତି । ବାଞ୍ଛିତ କାର୍ଯ୍ୟ କରିବାରେ ପାରଙ୍ଗମ ହେବେ । କର୍ମଚଞ୍ଚଳ ରହିବେ ।
ଆୟ ଅଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ ।
ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । ମଧୁର କଥାରେ ବିରୋଧୀଙ୍କୁ କରାୟତ୍ତ କରିପାରନ୍ତି । ପରିବେଶକୁ ନିର୍ମଳ ରଖିବାକୁଯାଇ ବହୁବ୍ୟୟ କରିପାରନ୍ତି ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପାଇବେ ।
ରୋଜଗାରର ମାର୍ଗ ଉନ୍ମୁକ୍ତ ଅଛି । ସୁସମ୍ୱାଦ ମିଳିବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ । ନୂତନ କାର୍ଯ୍ୟର ଶଭୁାରମ୍ଭ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ ।
କର୍ମଚଞ୍ଚଳ ରହିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଉଚ୍ଚମାନର ଉଦ୍ୟୋଗୀ ହୋଇପାରନ୍ତି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ଅବସ୍ଥାରେ ନିମ୍ନଗାମୀ ହୋଇପାରନ୍ତି । ଉନ୍ନତି ମୂଳକ କାର୍ଯ୍ୟରେ ବାଧାବିଘ୍ନ ଉପୁଜିବାର ସମ୍ଭାବନା ଅଛି । ପରୋପକାରୀ ଓ ବିଦ୍ୱାନ୍ ହୋଇପାରନ୍ତି । ସ୍ୱଳ୍ପ ଧନାଗମର ସୂଚନା ମିଳୁଛି ।
ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ କରଣୀୟ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି । ସମ୍ମାନିତ ହେବେ ।
ବନ୍ଧୁ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଶୁଭ ଖବର ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments