OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 16th Sep 2019

Odia Rashiphala

Odia Rashiphala

ମାପି-ଚୁପି ନ ଚଳିଲେ ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଯାନବାହନ ସୁଖ ମିଳିବ । ଭୋଗ-ବିଳାସ କରିପାରନ୍ତି । ବିଭିନ୍ନ ସ୍ତରରେ ପ୍ରଭାବଶାଳୀର ପରିଚୟ ସୃଷ୍ଟି କରିପାରନ୍ତି । ମାନବବାଦୀ ହେବେ । ପତ୍ନୀ ସହାୟିକା ହେବେ ।
ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଘରକରଣା ସାମଗ୍ରୀ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତିର ସୁଯୋଗ ଅଛି । ଆଶା ଫଳବତୀ ହେବ । ଦେବ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ । ସୁଖ ମିଳିବ ।
ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଆନନ୍ଦ-ଉତ୍ସବରେ ସମୟ ବିତାଇପାରନ୍ତି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ଶତ୍ରୁ ବିନାଶ କରି ନିଷ୍କଣ୍ଟକ ହେବେ ।
ପଦ-ମର୍ଯାଦାର ହାନି ଯେପରି ନ ଘଟେ, ସେଥିପ୍ରତି ଯତ୍ନବାନ ହେବେ । କାର୍ଯ୍ୟକ୍ଷେତ୍ରରେ ମାନ୍ଦାଭାବ ଉପୁଜି ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭାଗ ବ୍ୟବସାୟରୁ ଲାଭବାନ୍ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ନିଜକୁ କଳହମୁକ୍ତ ରଖିବେ । ଦୃଢ଼ ମନୋବଳ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ । ଦୀର୍ଘଦିନର ଆଶାଫଳବତୀ ହେବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି ।
ମନୋବଳ ଦୃଢ଼ ରହିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଦେବ ଦର୍ଶନର ସୁଯୋଗ ଅଛି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଗର୍ବ ଅହଂକାର ଠାରୁ ଦୂରେଇ ରହିବେ । ସୁଖୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ବାଧା ବିଘ୍ନକୁ ଏଡ଼ାଇ ସର୍ବାଙ୍ଗୀଣ ଉନ୍ନତି ପାଇଁ ଲାଗି ପଡ଼ିବେ । ବହୁ କଷ୍ଟ ଭୋଗକରି ବିଜୟୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି । ବିଭାଗୀୟ ମୁଖ୍ୟଙ୍କ ପ୍ରିୟପାତ୍ର ହେବେ । ବନ୍ଧୁ ଓ ପ୍ରିୟଜନଙ୍କ ସହିତ ସମ୍ପର୍କ ଅତୁଟ ରହିବ ।
କାର୍ଯ୍ୟରେ ଉନ୍ନତି ଘଟିପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବନ୍ଧୁତା ଅତୁଟ ରଖିପାରନ୍ତି । ମନୋଜ୍ଞ ହୋଇପାରନ୍ତି । ଧର୍ମକଥାନୁରକ୍ତ ହେବେ । ପ୍ରସନ୍ନ ମୂର୍ତ୍ତି ହୋଇପାରନ୍ତି । ଗୃହ ପରିବେଶ ଉନ୍ନତମାନର ହେବ ।
ଅସୁବିଧା ଦୂର ହେବ । ଭୋଗ-ବିଳାସ କରିପାରନ୍ତି । ଈଶ୍ୱର ବିଶ୍ୱାସୀ ହେବେ । ସର୍ବ ସୁଖ ଭୋଗ କରିପାରନ୍ତି । ଶୁଭ ସମ୍ବାଦ ପାଇବେ । ଶାନ୍ତି ଓ ସନ୍ତୋଷ ମିଳିବ । ସାମର୍ଥ୍ୟର ଉଦାହରଣ ହେବେ । ଧନାଗମର ସୂଚନା ମିଳୁଛି । ରତ୍ନ ଲାଭ ହେବ ।
ନାନା ସମ୍ପଦର ଅଧିକାରୀ ହୋଇପାରନ୍ତି । ଦୃଢ଼ମନୋଭାବ ନେଇ ନିଃଶଙ୍କ ଭାବେ କାର୍ଯ୍ୟ କରି ଚାଲିବେ । ଶ୍ରେଷ୍ଠ ଲକ୍ଷଣଯୁକ୍ତ ହେବେ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟ ଲାଭ କରିବେ । ନିଜର ଭାବ-ଗମ୍ଭୀର କାର୍ଯ୍ୟ କଳାପ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ।
ମନଫୂର୍ତ୍ତି ରହିବ । ଆୟ ଅଧିକ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ଓ ବନ୍ଧୁ ସାହାଯ୍ୟ ପାଇ ପାରନ୍ତି । ନୂଆବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ଗୁଣବାନ୍ ଓ ଚରିତ୍ରବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments