![]() |
ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତିମାନେ ସମ୍ମାନାସ୍ପଦ ହେବେ । ଉପଯୁକ୍ତ ପରାମର୍ଶଦାତା ହେବେ । ସ୍ୱକୃତ ସମ୍ପନ୍ନ ହୋଇପାରନ୍ତି । ଶାସ୍ତ୍ରଜ୍ଞାତା ହେବେ । ବ୍ରତକର୍ତ୍ତା ହୋଇପାରନ୍ତି । କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ । |
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବନ୍ଧୁ ମିଳନ ଘଟିପାରେ । ଭାଗ୍ୟୋନ୍ନତିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଦାତା, ଭୋକ୍ତା, ଗୁଣବାନ୍ , ଧନୀ ଓ ମାନୀ ହୋଇପାରନ୍ତି । କୃତ୍ତିକା ଓ ମୃଗଶିରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ । | |
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଈପ୍ସିତ କାର୍ଯ୍ୟକୁ କରାୟତ୍ତ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ । | |
ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ସମ୍ମାନିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବହୁବିଧ ସମ୍ମାନର ଅଧିକାରୀ ହେବେ । ପୁନର୍ବସୁର ଚିନ୍ତା ବୃଦ୍ଧି ହେବ । | |
ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ କାର୍ଯ୍ୟରେ ସଫଳତା ଲାଭ କରିବେ । ପରଧନରେ ଧନୀ ହେବେ । ମହିଳାମାନଙ୍କର ସାହାଯ୍ୟକାରୀ ହେବେ । ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଫଳ । | |
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯାତ୍ରା ଫଳଦାୟକ ହେବ । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିଳାସ ବ୍ୟସନ ଯୋଗ ଅଛି । କର୍ମଚଞ୍ଚଳ ରହିବେ । ଶତ୍ରୁନାଶ କରିପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ । ଉତ୍ତରା ଫାଲ୍ଗୁନୀ ଓ ହସ୍ତାର ସାମାନ୍ୟ ଫଳ । | |
ସ୍ୱାତି ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଚିନ୍ତାଧାରା ଭବିଷ୍ୟତ ନିର୍ମାଣ କରିବାରେ ସହାୟକ ହେବ । ମହା ପ୍ରଭାବ ସମ୍ପନ୍ନ ହେବେ । ସୁଖୀ ହେବେ । ଗୁଣଜ୍ଞ ହୋଇପାରନ୍ତି । ବିତ୍ତବାନ୍ ହେବେ । ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ । | |
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରି ଚାଲିବେ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ସତ୍କର୍ମରେ ନିୟୋଜିତ ହେବେ । ଧର୍ମମାର୍ଗରେ ଆଗକୁ ବଢ଼ିବେ । ପରାକ୍ରମଶାଳୀ ହେବେ । ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ । | |
ମୂଳା ନକ୍ଷତ୍ର ଜାତ ବ୍ୟକ୍ତି କର୍ତ୍ତବ୍ୟନିଷ୍ଠ ହେବେ । ସତ୍ୟାନୁରାଗୀ ହେବେ । ସୁବକ୍ତା ହୋଇପାରନ୍ତି । ଅଭୀଷ୍ଟ ପୂରଣ କରିବାରେ ପତ୍ନୀଙ୍କ ସହାୟତା ମିଳିବ । ପୁଣ୍ୟବାନ୍ ହେବେ । ଧନ ଓ ସ୍ତ୍ରୀ ପୁତ୍ର ପ୍ରୀତିଯୁକ୍ତ ହେବେ । ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ । | |
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଳ୍ପ ଆୟ ହେବ । ସେବା ଭାବନା ମନରେ ରହିବ । ହଠାତ୍ କିଛି ଲାଭ ମିଳିପାରେ । ଗୁରୁକୃପା ଲାଭ କରିପାରନ୍ତି । ମୂଲ୍ୟବାନ୍ , ଦ୍ରବ୍ୟ ମିଳିପାରେ । ଉତ୍ତରାଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭଫଳ । | |
ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ଧନାଗମର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିପାରେ । ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସନ୍ଧ୍ୟାରେ ଶୁଭ । | |
ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ବହୁଧନର ଅଧିକାରୀ ହେବେ । ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ସୁଖୀ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ସୁଖ ଭୋଗ କରିପାରନ୍ତି । ଉତ୍ତର ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ସନ୍ଧ୍ୟାରେ ଶୁଭଫଳ ପ୍ରାପ୍ତ ହେବେ । |
Odia Calendar 2020
Comments
comments