OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 14th Oct 2019

Odia Rashiphala

Odia Rashiphala

ମନ ଅଶାନ୍ତ ହୋଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଧନାଗମ ହେବ । ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ । ସୁଗୁଣ ସମ୍ପନ୍ନ ହେବେ । ପୁତ୍ରାଦି ଯୁକ୍ତ ଓ କାବ୍ୟ କର୍ତ୍ତା ହେବେ ।
ସାଧାନାରେ ସିଦ୍ଧିପ୍ରାପ୍ତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଗୁଣବାନ୍ ହେବେ । ମନରେ ପ୍ରସନ୍ନତା ଆସିବ । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ସଦ୍‌ବ୍ୟୟୀ ହେବେ । ବହୁ ଶୁଭଫଳ ପାଇ ଭାବବିହ୍ୱଳ ହୋଇପାରନ୍ତି । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ ଓ ବହୁବିଧ ଧନର ଅଧିକାରୀ ହେବେ ।
ଗୃହ କାର୍ଯ୍ୟରେ ମନଦେଇପାରନ୍ତି । ମନ ପ୍ରସନ୍ନ ରହିବ । ଆର୍ଥିକ ଅଭିବୃଦ୍ଧି ଘଟିପାରେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନବାନ୍ ଓ ସ୍ତ୍ରୀ ମୋହନକାରୀ ହେବେ । ଅତିଥି ସେବାରେ ନିମଗ୍ନ ହେବେ ।
ଆର୍ଥିକ ଅନଟନ ଦୂରୀଭୂତ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନାନା ବିଭବରେ ପଣ୍ଡିତ ହୋଇପାରନ୍ତି । ଅଭିଯୋଗରୁ ନିର୍ଦୋଷ ସାବ୍ୟସ୍ତ ହେବେ । ଜଳଯାତ୍ରା ପ୍ରସ୍ତାବ ଥିଲେ ତାକୁ ସ୍ଥଗିତ ରଖନ୍ତୁ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଅଛି । ଭ୍ରମଣ ସୁଖ ମିଳିବ । ମନୋରମା କନ୍ୟାସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସେବା ମନୋଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ପରମାନନ୍ଦ ମିଳିପାରେ । ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରି ଧନ୍ୟବାର୍ହ ହେବେ । ଶାସ୍ତ୍ରଜ୍ଞ ହେବେ । ଧନାନ୍ୱିତ ହୋଇପାରନ୍ତି । ସତ୍ୟର ପୂଜାରୀ ହେବେ ।
ନିଜ ମତରେ ଦୃଢ଼ ରହିବେ । ସନ୍‌ମାର୍ଗୀ ହେବେ । କନ୍ୟା ସନ୍ତାନଙ୍କ ଉପରେ ଅଧିକ ସ୍ନେହ, ଶ୍ରଦ୍ଧା ରହିବ । ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ ରାଜପୂଜିତ ହେବେ । ଶକ୍ତିମାନ ହେବେ । ଶତ୍ରୁ ବିନାଶ କରିପାରନ୍ତି । ଅମାୟିକ ହେବେ । ପ୍ରଭୁତ୍ୱ ବିସ୍ତାର କରିପାରନ୍ତି ।
ଶ୍ରେଷ୍ଠ ପଦ-ପଦବୀଧାରୀ ହୋଇପାରନ୍ତି । ସାରା ରାଜ୍ୟରେ ଆଧିପତ୍ୟ ବିସ୍ତାର କରିବେ । ପୂଣ୍ୟବାନ୍ ଓ ସୁଶୀଳ ହେବେ । ଶୁଦ୍ଧ ସ୍ୱଭାବର ହେବେ । ଜଳ ବଲ୍ଲଭରେ ପରିଗଣିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । କୀର୍ତ୍ତିମାନ୍ ହେବେ ।
ଭ୍ରାତୃ ବିବାଦ ଲାଗି ରହିପାରେ । କ୍ରୋଧିତ ହୋଇପାରନ୍ତି । ପାରିବାରିକ ଶାନ୍ତି ମିଳିବ । ଧନବୃଦ୍ଧି ହେବାର ସୂଚନା ମିଳୁଛି । ଭୟ ଓ ଆଶଙ୍କା ଦୂର ହୋଇପାରେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ସରକାରୀ ଅର୍ଥ ପାଇବେ ।
ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ପୁଣ୍ୟବାନ୍ ହେବେ । ବହୁ ମିତ୍ରଙ୍କ ସହଯୋଗ ମିଳିବ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟୀ ହେବେ । ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସଫଳ ହେବେ ।
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments