OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 14th February 2022

Odia Rashiphala

Odia Rashiphala

ଧର୍ମୀୟ ବିଚାରରେ ଉଦାର ମନୋବୃତ୍ତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ବିକଶିତ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ରହିବେ । ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି ।
ସାଧନା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଈଶ୍ୱର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ । ଭାଷା ଓ ବ୍ୟବହାର ମାର୍ଜିତ ହେବ । ପ୍ରେମୀ ଓ ସାହସୀ ହୋଇପାରନ୍ତି । ଭ୍ରାତୃ ଭାବ ସ୍ନେହପୂର୍ଣ୍ଣ ହେବ ।
ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁର ଭାଷୀ ଓ ସହନଶୀଳ ହେବେ । ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ । ଦାମ୍ପତ୍ୟ ସୁଖ ମିଳିବ ।
ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରାକୁ ପାଥେୟ କରି କାର୍ଯ୍ୟ କରିବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ଜିଣି ଧନ ପ୍ରାପ୍ତ ହେବେ । ଭଲ ଆୟ ହେବ । ସୁସ୍ୱାଦୁ ଭୋଜନ ମିଳିବ ।
କର୍ମଚଞ୍ଚଳ ରହିବେ । ସାଧନାର ପ୍ରଥମ ସୋପାନ ଏକାନ୍ତ ବାସକୁ ଆଦରି ନେଇପାରନ୍ତି । ଭାଷା ଓ ବ୍ୟବହାରର ମାଧୁରୀମାରେ ପରକୁ ଆପଣାର କରିପାରନ୍ତି । ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି ।
ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତ ହେବେ ।
କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍ କରିପାରେ । ବଂଶ ମର୍ଯ୍ୟାଦା ରକ୍ଷା କରିବେ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ଶ୍ରମ ସାର୍ଥକ ହେବ ।
ଆତ୍ମବଳରେ ବଳୀୟାନ ହେବେ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ପାରିବାରିକ ସୁଖ ମିଳିବ। ନମ୍ରତା ଆପଣଙ୍କୁ ମହାନ୍ କରିପାରେ ।
ସ୍ୱାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ସଙ୍କଟରୁ ଉଧୁରି ଯାଇପାରନ୍ତି । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ସାରାଦିନ ସତର୍କରେ ଚଳିବେ ।
ବନ୍ଧୁ ସହାୟତା ପାଇବେ । ବ୍ୟବସାୟ ଲାଭଜନକ ହେବ । ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଲାଭ ଓ ଶୁଭପ୍ରଦ ହେବ । ସମାଜସେବାରେ ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ଅହଂଭାବର ହେବେ ।
ଭ୍ରାତୃ ଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି । ବିଦ୍ୟାବାନ୍, ଗୁଣବାନ୍ ଓ ଚତୁର ହେବେ । ବିଭୁଦତ୍ତ ଗୁଣ ଯୋଗୁଁ ସେବା କାର୍ଯ୍ୟରେ ନିୟୋଜିତ ହେବେ ।
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ମାନ-ମର୍ଯ୍ୟାଦାର ଅଧିକାରୀ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ତେଜସ୍ୱୀ ବ୍ୟକ୍ତିତ୍ୱଯୁକ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments