OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 14th Dec 2020

Odia Rashiphala

Odia Rashiphala

ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । କିଛି ସ୍ୱାଦିଷ୍ଟ ଭୋଜନ ମିଳିପାରେ । ସରକାରୀ କୃପା ଥାଇ ମଧ୍ୟ କିଛିଟା ବିଘ୍ନ ଉପୁଜି ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ ।
ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରି ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । କର୍ମଚଞ୍ଚଳ ରହିବେ । ଆଖିରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ମଧୁରଭାଷୀ ହେବେ ।
ଉପୁଜିଥିବା ସମସ୍ୟା ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧିବଳରେ କାର୍ଯ୍ୟ ସଂପାଦନ କରିପାରନ୍ତି । ପ୍ରିୟ ବନ୍ଧୁଙ୍କ ସାନିଧ୍ୟ ପାଇ ଖୁସି ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।
ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ । ବ୍ୟବସାୟ ଭଲ ରହିବ ।
ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କୃଷି କର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ଉଚ୍ଚ ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଭକ୍ତି ଓ ଆଦର ସମ୍ମାନ ମିଳିବ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ବିଭାଗୀୟ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ମଧୁରଭାଷୀ ଓ ସହନଶୀଳ ହୋଇପାରନ୍ତି । ଶାନ୍ତିପ୍ରିୟ ହେବେ ଓ ଉଦାର ସ୍ୱଭାବର ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ରୋଜଗାର ବଢ଼ିବ ।
ଆଗକୁ ବଢ଼ି ପାରନ୍ତି । ସୌଜନ୍ୟତା ରକ୍ଷା କରି କାର୍ଯ୍ୟ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଯୁଦ୍ଧ ଓ ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ ।
ଯାତ୍ରା ପଥରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳିବ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି ।
ପରୋପକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ତନ୍ତ୍ର, ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ ।
କୌଣସି କଥାରେ ହାର୍ ମାନିବେ ନାହିଁ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି । କରିତ୍‌କର୍ମା ହେବେ ।
ଦେବାର୍ଚ୍ଚନାରେ ବ୍ରତୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରିପାରନ୍ତି । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments