OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 12th April 2021

Odia Rashiphala

Odia Rashiphala

ଧର୍ମ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାରେ ପଶ୍ଚାତ୍‌ପଦ ହେବେ ନାହିଁ । କର୍ମଚଞ୍ଚଳ ରହିବେ । ଥଣ୍ଡା କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚରିତ୍ରବାନ୍ ଓ ଗୁରୁଭକ୍ତ ହୋଇପାରନ୍ତି ।
ଦୃଢ଼ ନିଶ୍ଚୟୀ ହେବେ । ସମୃଦ୍ଧ ଓ ଆଡମ୍ବର ପ୍ରିୟ ହେବେ । ଉଚ୍ଚାଭିଳାଷୀ ଓ ଚତୁର ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ ।
କୁଳ ପ୍ରଦୀପ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି ଆତ୍ମବିଶ୍ୱାସୀ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସାବଧାନ ହେବେ ।
ଐଶ୍ୱର୍ଯ୍ୟଶାଳୀ ହେବେ । ଭୂ ସମ୍ପତ୍ତିଯୁକ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଲାଭ ପାଇଁ ଯତ୍ନବାନ ହେବେ । ଧନପାଇଁ କଷ୍ଟ ସହିବ ।
କୃଷିରୁ ଧନଲାଭ ହୋଇପାରେ । ଯୁକ୍ତିରେ ସମସ୍ତଙ୍କୁ ପରାସ୍ତ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମାଗଣାରେ ଓ ବିନା ପରିଶ୍ରମରେ ଧନ ପାଇବାକୁ ଇଚ୍ଛା କରିବେ । ଯାନବାହନ ଚଳ ଚଞ୍ଚଳରେ ସତର୍କ ରହିବେ ।
ବ୍ୟବସାୟ ଲାଭଜନକ ହେବ । ମନରେ ସେବା ଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଉନ୍ନତି ଓ ସମ୍ମାନ ପ୍ରାପ୍ତି ପାଇଁ ବହୁଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ ।
କାର୍ଯ୍ୟ ଦକ୍ଷତା ଯୋଗୁଁ ଧନଲାଭ ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶତ୍ରୁର ମୁକାବିଲା କରି ବିଜୟୀ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ । ଲୁଚାଛପା କାରବାରରେ ପ୍ରବୀଣ ହୋଇପାରନ୍ତି ।
ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ । ହଠାତ୍ କିଛି ଅର୍ଥ ହାତକୁ ଆସିବ । ଭୂସମ୍ପତ୍ତିର ମାଲିକ ହୋଇପାରନ୍ତି । ସରକାରୀ ବା ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶକ୍ତିଶାଳୀ ଓ କାର୍ଯ୍ୟ ହାସଲ ପାଇଁ ତତ୍ପର ହୋଇପାରନ୍ତି ।
ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହୋଇପାରନ୍ତି । କୃଷିରୁ ଲାଭପ୍ରାପ୍ତ ହୋଇପାରନ୍ତି । ଉତ୍ତମ ପଦପଦବୀରେ ଆସୀନ ହୋଇପାରନ୍ତି । କାର୍ଯ୍ୟସିଦ୍ଧି ପାଇଁ ସର୍ବଦା ତତ୍ପରତା ପ୍ରକାଶ କରିବେ ।
ମନ ପ୍ରସନ୍ନ ରହିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇବେ । ଉଚ୍ଚାଧିକାରୀଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି । ଧନବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଭାଗ୍ୟଶାଳୀ ହେବେ । ଉଦାର ବିଦ୍ୟାପ୍ରେମୀ ହେବେ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଶାନ୍ତିପ୍ରିୟ ହେବେ । ନ୍ୟାୟାଧିଶ ହୋଇପାରନ୍ତି । ଉତ୍ତମ ପଦ ପଦବୀ ପ୍ରାପ୍ତିର ସୂଚନା ମିଳୁଛି । ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ଓ ନୀତିନିଷ୍ଠ ହେବେ ।
ଶକ୍ତିମାନ୍ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । କୂଟନୀତିରେ ଧୂରନ୍ଧର ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ସତ୍ୟ ଅସତ୍ୟକୁ ଖାମ୍ ଖିଆଲି ଭାବି ପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments