![]() |
ଦୂରଯାତ୍ରା ଶୁଭଦାୟକ ହେବ । ପରଚର୍ଚ୍ଚା କରିପାରନ୍ତି । ପଢ଼ାପଢ଼ିରେ ମନୋନିବେଶ କରି ସଫଳ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନଟି ଭିତରେ ମିଶ୍ରିତ ଫଳ ମିଳିବ । |
ଚଳା-ଚଳ ରାସ୍ତାରେ ସତର୍କ ରହିବେ । କେତେକ ଘଟଣାକୁ କେନ୍ଦ୍ରକରି ବାଦାନୁବାଦ ଉପୁଜି ପାରେ । ବନ୍ଧୁଙ୍କ ସହିତ ଭୁଲ ବୁଝାମଣା ଘଟିବାର ସୂଚନା ମିଳୁଛି । କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇପାରନ୍ତି । ଯାନବାହନ ଜନିତ ସୁଖଭୋଗ କରିବେ । ଦାନଶୀଳ ହେବେ । | |
ଅପୂର୍ବ ସୁଯୋଗ ଅଛି । ଯାହା କରନ୍ତୁନା କାହିଁକି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବଦର୍ଶନ କରି ଉପକୃତ ହେବେ । ସରକାରୀ ସ୍ତରରେ ଲାଭବାନ୍ ହେବେ । | |
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଆକସ୍ମିକ ସମସ୍ୟା ଦେଖାଦେଇପାରେ । ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି । ବିବିଧ ପ୍ରକାରର ଅର୍ଥ ପ୍ରାପ୍ତ ହେବ । ଅତିସୁଖୀ ଓ କୀର୍ତ୍ତିମାନ୍ ହେବାର ସୂଚନା ମିଳୁଛି । ପ୍ରଫୁଲ୍ଲ ମୁଖ ଓ ରୂପବାନ୍ ହେବେ । | |
ବିଭିନ୍ନ ସ୍ତରରୁ କଲ୍ୟାଣମୂଳକ ସ୍ନେହ ଆଶୀର୍ବାଦ ମିଳିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସରକାରୀ ଶୁଭ ଦୃଷ୍ଟି ରହିଛି । ଚିନ୍ତାଧାରା ମହତ୍ ହେବ । ଦାମ୍ପତ୍ୟ ସୁଖ ମିଳିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । | |
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ । ବହୁ ଧନ, ପୁତ୍ର ମିଳିବ । ସାମାଜିକ ଗୌରବ ପ୍ରାପ୍ତ ହେବେ । ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । | |
ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିୟୋଜିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ମୂଲ୍ୟ ମିଳିବ । ଶୁଭଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ । | |
ଦେ’ଣ-ନେ’ଣ ଦୂରେ ଥାଉ; କେବଳ ଯୋଗାଯୋଗରେ କାର୍ଯ୍ୟ ହାସଲ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ସଦାସର୍ବଦା ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ । ଧନବାନ୍ ଓ ସ୍ତ୍ରୀ ମୋହନକାରୀ ହେବେ । | |
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଶୁଭକାର୍ଯ୍ୟକୁ ସ୍ଥଗିତ ରଖନ୍ତୁ । ସତ୍ପଥଗାମୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ପିତୃଭକ୍ତି ଯୁକ୍ତ ହୋଇପାରନ୍ତି । ଭାଗ୍ୟବାନ ହେବେ । ବିଭିନ୍ନ ଉପାୟରେ ଧନୀ ହେବେ । | |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସନୀୟ ହେବେ । ମିତ୍ର ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ସୁଖକର ଘଟଣାମାନ ଘଟିପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ । ମାନ୍ୟତା ପ୍ରାପ୍ତ ହେବେ । | |
ଯୋଗାଯୋଗ ଫଳପ୍ରଦ ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଲୋକଙ୍କ ଶ୍ରଦ୍ଧାଭାଜନ ହେବେ । |
Odia Calendar 2019
Comments
comments