OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Mon 18th May 2020

Odia Rashiphala

Odia Rashiphala

ଯାତ୍ରା ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଧର୍ମ-କର୍ମ ସଂପାଦନ କରିପାରନ୍ତି । ପାରିବାରିକ ସୁଖ ମିଳିବ । ଖର୍ଚ୍ଚାନ୍ତ ହେବେ । ଗୃହ ପରିବେଶ ସୁଖଦାୟକ ହେବ । ଧନ ଓ ମିତ୍ରଯୁକ୍ତ ହୋଇପାରନ୍ତି ।
ଲାଭବାନ୍ ହେବେ । ଶତ୍ରୁ ଦମନ କରିପାରନ୍ତି । ଚିନ୍ତାଧାରା ମହତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ସରକାରଙ୍କ କୃପାପାତ୍ର ହେବେ । ଅର୍ଥ ମିଳିପାରେ ।
ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ତେଜୀୟାନ୍ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତିମାନ୍ ଓ ଗୁଣଜ୍ଞ ହେବେ ।
ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି । ଶାସ୍ତ୍ର ପ୍ରତି ଅନୁରକ୍ତି ବୃଦ୍ଧି ହେବ । ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ । ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ ।
ବୁଝି-ବିଚାରି କାର୍ଯ୍ୟ କଲେ ପ୍ରମାଦହୀନ ହେବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନି ପାଇଁ ଚିନ୍ତିତ ହେବେ । ଖଳଲୋକଙ୍କ ସାଙ୍ଗ ପରିତ୍ୟାଗ ନ କଲେ ଅସୁବିଧାରେ ପଡ଼ିବେ । ବିଦ୍ୟାବାନ୍ ହେବେ । ସତର୍କତାର ଦିନ ।
ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେବଦର୍ଶନର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟଶାଳୀ ହେବେ । ଅସାଧୁ ଓ ଦୁଷ୍ଟ ବ୍ୟକ୍ତିଙ୍କୁ କୌଶଳ ପ୍ରୟୋଗ କରି ଦମନ କରିବେ ।
କାର୍ଯ୍ୟରେ ଅଗ୍ରଗତି ଘଟିବ । ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଶତ୍ରୁ ବିନାଶ କରିବାରେ ପୁରାପୁରି ସକ୍ଷମ ହେବେ । ଦୟାଳୁ ସ୍ୱଭାବର ହେବେ । ରାଜପୂଜା ପାଇପାରନ୍ତି ।
ଯୋଗାଯୋଗରେ ପରିବର୍ତ୍ତନ ଘଟିବ । ବିଳମ୍ବରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଧନ-ସମ୍ପତ୍ତି ଲାଭ ହୋଇପାରେ । ଚାକିରିକ୍ଷେତ୍ରରେ ସ୍ଥିରତା ଦେଖାଦେବ । ଗରିମାଯୁକ୍ତ ଓ କୁଳପ୍ରଧାନ ହେବେ ।
ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । କୃଷିକ୍ଷେତ୍ରରୁ ଲାଭ ଆସିପାରେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ଉତ୍ତମମାନର ହେବ । ସାମାନ୍ୟ ଶୁଭଯୋଗ ଅଛି । କଥାବାର୍ତ୍ତାରେ ସଂଯମ ରକ୍ଷା କରିବାକୁ ପଡ଼ିବ ।
ଯାତ୍ରା ପଥ କୁସୁମିତ ହେବ । ମନୋବଳ ଦୃଢ଼ ରହିବ । ଆମୋଦ-ପ୍ରମୋଦ ଓ ବିଳାସ-ବ୍ୟସନ କରିପାରନ୍ତି । ବୁଦ୍ଧିଚାଳନା କରି କାର୍ଯ୍ୟ ହାସଲ କରିବେ ଓ ଅର୍ଥ ସଞ୍ଚୟ କରିପାରନ୍ତି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରିପାରେ । ସହଯୋଗ ମିଳିବ ।
ଅତ୍ୟଧିକ ପରିଶ୍ରମ ପାଇଁ କିଛି ସମୟ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିବେ । ପୌରୁଷପଣିଆ ଜାହିର କରିବାରେ ସକ୍ଷମ ହେବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି ।
ଯୋଗାଯୋଗ ଶୁଭଫଳଦାୟକ ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଧନବାନ୍ ଓ ଗୁଣଯୁକ୍ତ ହେବେ । ଉପାର୍ଜନକାରୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments