![]() |
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଲୋକପ୍ରିୟତା ଅର୍ଜନ କରିବେ । ଯଶସ୍ୱୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ଓ ଅର୍ଥ ପ୍ରାପ୍ତ ହେବେ । |
![]() |
ସମ୍ମାନିତ ହେବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରଙ୍କ କୃପାପାତ୍ର ହୋଇପାରନ୍ତି । ପାରିବାରିକ ସ୍ନେହ ରହିବ । |
![]() |
ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରବଳ ଉଦ୍ୟୋଗୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । |
![]() |
କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ । |
![]() |
ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ । ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ । ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । |
![]() |
ସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ସୁଖୀ ହେବେ । |
![]() |
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟ ଲାଭଜନକ ହେବ । |
![]() |
ଉଦାର ପ୍ରକୃତିର ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷିରୁ ଲାଭ ମିଳିବ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ମେଳାପୀ ପ୍ରକୃତିର ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । |
![]() |
ଭାଗ୍ୟଶାଳୀ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ ହେବେ । ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ରମାନଙ୍କ ଠାରୁ ସାହାଯ୍ୟ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ମନ ପ୍ରସନ୍ନ ରହିବ । ଆୟ ଆଶାନୁରୂପ ହେବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ବାକ୍ ଯୁଦ୍ଧରେ ବିଜୟୀ ହେବେ । ମାଲିମୋକଦ୍ଦମାର ଫଳ ଆପଣଙ୍କ ସପକ୍ଷରେ ଯିବ । ଧନ ଲାଭର ସୂଚନା ମିଳୁଛି । ରୁଚିକର ଭୋଜନ ମଳିପାରେ । |
![]() |
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିବେ । କର୍ମଚଞ୍ଚଳ ରହିବେ । ସାମୟିକ ଭାବେ ଏକାନ୍ତ ବାସକୁ ଇଚ୍ଛା କରିବେ । ମଧୁରବାକ୍ୟ ବିନିମୟ କରି ପରକୁ ଆପଣାର କରିପାରନ୍ତି । |