![]() |
ବିରୋଧୀମାନଙ୍କ ମୁଖ ବନ୍ଦ କରିପାରନ୍ତି । ଧନରତ୍ନ ଲାଭର ସୂଚନା ମିଳୁଛି । ମହାନ୍ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଉଚ୍ଚାସନରେ ଅସୀନ ହୋଇପାରନ୍ତି । |
![]() |
ବିବେକାନୁମୋଦିତ କାର୍ଯ୍ୟକରି ଆତ୍ମସନ୍ତୋଷ ଲାଭ କରିବେ । ସତ୍ୟର ପୂଜାରୀ ହେବେ । ନିଃସର୍ଗ ସୁଖର ଅଧିକାରୀ ହେବେ । ସାମାଜିକ ସ୍ତରରେ ପ୍ରାଧାନ୍ୟ ରହିବ । ସମସ୍ତ କଳ୍ମଷ ଦୂର ହେବ । |
![]() |
ଭୋଗପ୍ରିୟ ହୋଇପାରନ୍ତି । ସୁବକ୍ତା ଭାବେ ଖ୍ୟାତି ଅର୍ଜନ ସହ ଶୌର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି । ଉପକାରୀଙ୍କ ନିକଟରେ କୃତଜ୍ଞ ହେବେ । ଶାସ୍ତ୍ର ପ୍ରତି ଅନୁରକ୍ତି ଓ ବୁଦ୍ଧିମାନ୍ ହେବେ । |
![]() |
କୁମିତ୍ରମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ । ଯାନବାହନ ଚଳାଚଳରେ ସତର୍କ ରହିବେ । ଜଳଯାତ୍ରା ନିଷଦ୍ଧି । ସରକାରୀ ସ୍ତରରୁ କିଛି ଅର୍ଥ ମିଳିପାରେ । ମାନସିକ ଅଶାନ୍ତି ଦୂର ହୋଇପାରେ । |
![]() |
ବହୁ ସୁମିତ୍ରଙ୍କ ସାନ୍ନିନ୍ଧ୍ୟ ପାଇବେ । ଶାସ୍ତ୍ରଜ୍ଞ ହେବେ । ଗ୍ରହପୂଜା ମିଳିବ । ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । |
![]() |
ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ । କର୍ମବୀର ଭାବେ ସୁଖ୍ୟାତି ଅର୍ଜନ କରିବେ । ଋଣଦାତାଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହେବେ । ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି । ସୁଖୀ ହେବେ । |
![]() |
ନିଃସର୍ଗ ସୁଖ ଉପଭୋଗ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଭୂତ ବିସ୍ତାର କରିବେ । ସନ୍ତାନମାନେ ସୁଶୀଳ ଓ ମନୋହର କାନ୍ତିଯୁକ୍ତ ହେବେ । ସେବା ପରାୟଣ ହୋଇପାରନ୍ତି । ସର୍ବତ୍ର ବିଜୟୀ ହେବେ । |
![]() |
ଜଣେ ପ୍ରବକ୍ତାଭାବେ ଜନ ସମର୍ଥନ ଲାଭ କରିବେ । କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି । ଦେବ ଓ ଗୁରୁଜନ ଭକ୍ତିରେ ଅଟଳ ରହିବେ । ସର୍ବୋଚ୍ଚ ଆସନ ଲାଭ କରିପାରନ୍ତି । |
![]() |
ନିଜ ରାଜ୍ୟ ବ୍ୟତୀତ ପଡ଼ୋଶୀ ରାଜ୍ୟରେ ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଦୟାଳୁ, ସମ୍ୟକ୍ ତତ୍ତ୍ୱଦର୍ଶୀ ହୋଇପାରନ୍ତି । ଦିନଟି ପରମ କଲ୍ୟାଣୀୟ ହେବ । ସ୍ୱଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । |
![]() |
ଜନବଲ୍ଲଭଭାବେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସଦା ଉଦ୍ୟମୀ ହେବେ । ସାମାଜିକ ସ୍ତରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରନ୍ତି । ତେଜୀୟାନ ହେବେ । ସୁସନ୍ତାନଯୁକ୍ତ ହେବା ଆଶା କରାଯାଏ । |
![]() |
ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଅନୁଗତଙ୍କ ପ୍ରାଣାଧିକ ହେବେ । ବୀରକର୍ମା ଓ ଧାର୍ମିକ ହେବେ । ବେଦ ପଥାବଲମ୍ବୀ ହୋଇପାରନ୍ତି । ଦୃଢ଼ବିକ୍ରମ ଯୁକ୍ତ ଓ ସତ୍ୟାନୁରାଗୀ ହେବେ । |
![]() |
ବନ୍ଧୁମାନେ ପାଖରୁ ଅନ୍ତର ହେବାର ସୂଚନା ମିଳୁଛି । ପାପ, ତାପ, ପରିହରକ ହୋଇପାରନ୍ତି । ବିଦ୍ୟା ଅର୍ଜନ ପୂର୍ବକ ଚରିତ୍ରବତ୍ତା ବ୍ରତ ଗ୍ରହଣ କରିବେ । ହାସ୍ୟ ମୁଖରେ ପରକୁ ଆପଣାର କରିପାରନ୍ତି । |