OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 6th Sep 2019

Odia Rashiphala

Odia Rashiphala

ଆର୍ଥିକ ସ୍ଥିତରେ ବୃଦ୍ଧି ଘଟିପାରେ । ଭାଇମାନଙ୍କ ଉପରେ ବିପଦ ରହିଛି । ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଯୁକ୍ତ ହେବେ । ଉତ୍ତମ ସେବାକାରୀ ପ୍ରାପ୍ତ ହେବେ । ଏସବୁ ସତ୍ତ୍ୱେ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ସତର୍କତା ଲୋଡା ।
ଉପଯୁକ୍ତ ସିଦ୍ଧାନ୍ତ ନେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ବନ୍ଧୁ ସୁଖ ମିଳିପାରେ । ସୁସମ୍ବାଦ ପାଇ ଖୁସି ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ତ୍ୟାଗଶୀଳ ହେବେ । ନୀତନିଷ୍ଠ ହୋଇପାରନ୍ତି । ବିବିଧ ଧନଯୁକ୍ତ ଓ ଚଞ୍ଚଳମନା ହେବେ ।
ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରି ଚାଲିବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସମ୍ମାନିତ ହେବେ । ସାଧନା ଫଳବତୀ ହେବ । ଶୁଭ ଖବର ପାଇପାରନ୍ତି । ଶାନ୍ତି ମିଳିବ । ଜିତେନ୍ଦ୍ରିୟ ହେବେ । ପଦବୀଧାରୀ ହେବେ ।
ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ । ଦୂରଯାତ୍ରା ଫଳଦାୟକ ହେବ । କାର୍ଯ୍ୟରେ ସଫଳତା ପାଇବେ । କୃଷୀ ବଳରେ ବଳୀୟାନ୍ ହୋଇପାରନ୍ତି । ଚତୁଷ୍ପଦ ପ୍ରାଣୀ ଲାଭ ହେବ । ସମୃଦ୍ଧିର ମୂଳଦୁଆ ପଡ଼ିବ । ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ ।
ଯେକୌଣସ ସୂତ୍ରରୁ ଅର୍ଥ ପାଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ଜନବଲ୍ଲଭ ହେବେ । ନୀତଯୁକ୍ତ ହୋଇପାରନ୍ତି । ଶତ୍ରୁବିଜୟୀ ହେବେ । ଗୁଣବାନ୍ ହୋଇ ପ୍ରଶଂସା ଲାଭ କରିବେ । ବନ୍ଧୁ-ବାନ୍ଧବଙ୍କ ସହଯୋଗ ମିଳିବ ।
ଆର୍ଥିକ ସ୍ଥିତରେ ଉନ୍ନତି ଘଟିବ । ନିରବ ଚିନ୍ତକ ହେବେ । ପାରିବାରିକ ସୁଖ ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭଖବର ପାଇ ଖୁସି ହେବେ । କର୍ତ୍ତବ୍ୟନିଷ୍ଠ ଭାବେ ପ୍ରଶଂସିତ ହେବେ । ନିଜେ କଷ୍ଟଭୋଗ କରି ଶତ୍ରୁ ବିନାଶ କରିବେ ।
କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି; ଅଭିଜ୍ଞତା ଆହରଣ କରିପାରନ୍ତି । ଚିନ୍ତାଶୀଳ ହୋଇପାରନ୍ତି । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ମନରେ ପ୍ରସନ୍ନତା ଲାଭ କରିବେ । ବିଜ୍ଞ ବ୍ୟକ୍ତିର ପରିଚାୟକ ହେବେ । ଶାସ୍ତ୍ର ପ୍ରତି ଅନୁରକ୍ତ ହେବେ । ଶତ୍ରୁବିଜୟୀ ହେବେ ।
ଭବିଷ୍ୟତ ଚିନ୍ତା କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପ୍ରତିଯୋଗତାରେ ସଫଳ ହେବେ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ରୂପବାନ୍ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ନିଜକାର୍ଯ୍ୟରେ ସନ୍ତୁଷ୍ଟ ହେବେ ।
ଉତ୍ସାବାଦିରେ ଯୋଗଦାନ କରିପାରନ୍ତି । କାର୍ଯ୍ୟରେ ପ୍ରତରୋଧର ସମ୍ମୁଖୀନ ହୋଇପାରନ୍ତି । ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ବୁଦ୍ଧିମାନ୍ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି ।
ଅର୍ଥାଭାବ ଦୂରେଇ ଯିବ । ଧନ-ସମ୍ପଦ ଭରପରୁ ରହିବ । ସମ୍ମାନିତ ହେବେ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହୋଇପାରେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଆତ୍ମସନ୍ତୋଷ ମିଳିବ ।
କର୍ମ ପ୍ରବଣତା ପ୍ରକାଶ ପାଇବ । ସୁଖୀ ହେବେ । ସମ୍ମାନିତ ହେବାର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଉପୁଜିଥିବା କ୍ଳେଶ ଦୂର ହେବ । ବିବେକ ଅନୁମୋଦିତ ସତ୍‌କର୍ମରେ ଲିପ୍ତ ହେବେ । ଜନବଲ୍ଲଭ ହୋଇପାରନ୍ତି ।
ନିଜ ଅଧିକାର ପ୍ରତି ସଚେତନ ହେବେ । ନୈତିକତା ବୃଦ୍ଧି ପାଇବ । ଅନ୍ୟାୟର ମଙ୍ଗଳ କାମନା କରି ନିଜେ ବିଶେଷ ଉପକୃତ ହେବେ । ପାରିବାରିକ ସୁଖ ମିଳିବ । କର୍ତ୍ତବ୍ୟ ପରାୟଣ ହେବେ । କାର୍ଯ୍ୟରେ ସଫଳତା ମିଳିବ । ଜନବଲ୍ଲଭ ହେବେ । ଗୁଣଜ୍ଞ ଓ ନୀତିନିଷ୍ଠ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments