OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 5th Feb 2021

Odia Rashiphala

Odia Rashiphala

ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁଖକର ଘଟଣା ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ ।
ବନ୍ଧୁ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ ।
ପଢ଼ାପଢ଼ିରେ ମନୋନିବେଶ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସନ୍ତାନ ଲାଭ ହୋଇପାରେ । ମନୋବଳ ଦୃଢ଼ ରହିବ ।
କଠିନ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ଉତ୍ତମମାନର ହେବ । କୃଷିକ୍ଷେତ ଲାଭଦାୟକ ହେବ । ବିରୋଧୀମାନେ ପଛଘୁଞ୍ଛା ଦେବେ ।
ଦୃଢ଼ ମନୋବଳ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ସଫଳ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବ ଦର୍ଶନ ପାଇ ମନସ୍କାମନା ପୂରଣ ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗପୂତ ମନୋବୃତ୍ତିର ହେବେ । ନୀତିନିଷ୍ଠ ହୋଇପାରନ୍ତି । ମନ ଚଞ୍ଚଳ ରହିବ । ହୃଷ୍ଟଚିତ୍ତ ହେବେ । ଅତି ସୁଖୀ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ହୋଇପାରନ୍ତି । ସାମାଜିକ ଆଦର ମିଳିବ ।
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ମଧୁର ସମ୍ଭାଷଣରେ ପରକୁ ଆପଣାର କରିବାରେ ସକ୍ଷମ ହେବେ । କର୍ମଚଞ୍ଚଳ ରହିବେ ।
ନିତ୍ୟ ବ୍ୟବହାର୍ଯ୍ୟ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କଷ୍ଟ କଲେ ଇଷ୍ଟ ପ୍ରାପ୍ତ ହେବେ ।
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁସମ୍ବାଦ ପାଇ ଭାବବିହ୍ୱଳ ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ ।
କର୍ମକ୍ଷେତ୍ରରେ ଆବଶ୍ୟକ ପଡୁଥିବା ସହଯୋଗ ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିପାରନ୍ତି । ଭକ୍ତିଗାଥା ପ୍ରବଚନରେ ମଜ୍ଜି ଯାଇପାରନ୍ତି । କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସାମୟିକ ଭାବେ ଅର୍ଥାଭାବ ଦେଖା ଦେଇପାରେ । ଖର୍ଚ୍ଚାନ୍ତ ଯୋଗ ଅଛି । ବନ୍ଧୁମାନେ କରଛଡ଼ା ଦେଇପାରନ୍ତି । ସ୍ୱଳ୍ପ ଆୟର ସୂଚନା ମିଳୁଛି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments