OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 5th April 2019

Odia Rashiphala

Odia Rashiphala

ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ବ୍ୟକ୍ତିଙ୍କ ମନରେ ସରସତା ଆସିବ । ମିଷ୍ଟଭାଷୀ ଭାବେ ଜନାଦୃତ ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ଉନ୍ନତି ମାର୍ଗରେ ଆଗକୁ ବଢି ପାରନ୍ତି । କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବ୍ୟୟବୃଦ୍ଧି ହେବ ।
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରମଣାଦିରେ ଶାନ୍ତି ପାଇବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଅର୍ଥ ପ୍ରାପ୍ତି ସହିତ ଚିନ୍ତା ଦୂର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ମୃଗଶିରା ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ ।
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସୁଖ ସମ୍ମାନ ଲାଭ କରିପାରନ୍ତି । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ ।ଉନ୍ନତି ମୂଳକ କାର୍ଯ୍ୟ କରି ଲାଭବାନ୍ ହେବେ । ବନ୍ଧୁ ମିଳନ ଫଳ ଦାୟକ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ ।
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସେବା-ପୂଜାରେ ମନୋନିବେଶ କରିପାରନ୍ତି । ବିନୟ ଭାବ ଯୁକ୍ତ ହେବେ । ମହାମାନବ ସଦୃଶ ପୂଜ୍ୟ ହୋଇପାରନ୍ତି । ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରରେ ସାମାନ୍ୟ ଶୁଭଫଳ ।
ମଘା ଓ ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଦୂର ସଂପର୍କୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଭାବନାରେ ପବିତ୍ରତା ଜାରି ରଖିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ପୃର୍ବାଫାଲଗୁନୀ ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ ।
ହସ୍ତୀ ନକ୍ଷତ୍ର ଜାତବ୍ୟକ୍ତି ନିଜକୁ ନିଜେ ସନ୍ତ୍ୱନା ଦେବେ । ବନ୍ଧୁ ମିଳନରେ ଉପକୃତ ହେବେ । ହର୍ଷ ଉଲ୍ଲାସ ମଧ୍ୟରେ ସମୟ କଟାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଉତ୍ତର ଫାଲଗୁନୀ ଓ ଚିତ୍ରା ନକ୍ଷତ୍ର ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ ।
ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଲୋକସଂପର୍କ ବୃଦ୍ଧି ହେବ । ଯେକୌଣସି କାର୍ଯ୍ୟ କରିବା ପାଇଁ ସ୍ଥିତି ଅନୁକୂଳ ରହିବ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ ।
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସହୟତା ମିଳିବ । ଧନଲାଭର ସୂଚନା ମିଳୁଛି । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ ।
ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହ, ସହାନୁଭୂତି ରହିବ । ପ୍ରଭୁକୃପା ଲାଭ କରିପାରନ୍ତି । ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ଶ୍ରାବଣୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ଅସାଧ୍ୟ କାର୍ଯ୍ୟକୁ ସାଧନା କରିବାରେ ସଫଳ ହେବେ । ଜନତାଙ୍କ ପ୍ରତି ଅନୁରକ୍ତି ବୃଦ୍ଧି ହେବ । କବି ଭାବରେ କୀର୍ତ୍ତିମାନ୍ ହେବେ । ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଫଳ ।
 ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପ୍ରାପ୍ତ ହେବେ । ତର୍କ, ବିତର୍କରେ ବିଜୟୀ ହେବେ । ରାଜକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ । ଶାସ୍ତ୍ରଜ୍ଞ ହେବେ । ଶ୍ରେଷ୍ଠ ସମ୍ମାନ ମିଳିବ । ଧନବାନ୍ ଓ ସନ୍‌ମାର୍ଗୀ ହେବେ । ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଫଳ ।
ଉତ୍ତରାଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ପୂର୍ବଭାଦ୍ର ଓ ରେବତୀ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments