OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 4th Oct 2019

Odia Rashiphala

Odia Rashiphala

ଶାରୀରିକ ସ୍ତରରେ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ନୀତି ଶାସ୍ତ୍ରରେ ବିଚକ୍ଷଣ ଭାବ ପ୍ରଦର୍ଶନ କରିବେ । ନାନାବିଧ ସୁଖର ଅଧିକାରୀ ହେବେ । ପତ୍ନୀପରାୟଣ ହୋଇପାରନ୍ତି । ବିଦ୍ୟା ରୂପକ ମହାଧନ ଅର୍ଜନ କରିବାରେ ସକ୍ଷମ ହେବେ ।
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ । ଶତ୍ରୁ ବିଜୟୀ ହେବେ । ସ୍ତ୍ରୀ ଧନହେତୁ ସୁଖୀ ହେବେ । କାବ୍ୟକର୍ତ୍ତା ହେବେ । ବିନୀତ ସ୍ୱଭାବର ହେବେ । ମନ୍ତ୍ରଣାଦାତା ହେବେ ।
ଯୋଗାଯୋଗରେ ଅଗ୍ରଗତି ଘଟିବ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ସତ୍‌ପୁତ୍ର ଲାଭ କରିପାରନ୍ତି । ତତ୍ପରତା ରତା ଉଣା ହେବ ।
ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ସୁଖ ମିଳିପାରେ । କର୍ମତତ୍ପରତା ପ୍ରକାଶ ପାଇବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ସୁଖ ଭୋଗ କରିବେ ।
ମନ ପ୍ରସନ୍ନ ରହିବ । ବ୍ୟୟ ବୃଦ୍ଧି ଘଟିପାରେ । ଦାୟିତ୍ୱ ନିର୍ବାହ କରିବାରେ ସକ୍ଷମ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବେ ।
ସାହସୀ ହେବେ । ବିଶ୍ୱାସ ଭାଜନ ହୋଇପାରନ୍ତି । ପରିଶ୍ରମର ମୂଲ୍ୟାଙ୍କନ ହେବ । ସର୍ବ ସୁଖ ମିଳିପାରେ । ଭାଗ୍ୟବାନ୍ ହୋଇପାରନ୍ତି । ପିତାମାତାଙ୍କ ଉପରେ ଭକ୍ତିଭାବ ରହିବ । ପାପ କାର୍ଯ୍ୟକୁ ଭୟ କରିବେ । ଭ୍ରମଣଶୀଳ ଓ ମିତ୍ର ପ୍ରେମୀ ହେବେ ।
ଅନ୍ୟାୟର ପ୍ରତିରୋଧ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଦେଖିବାକୁ ସୁନ୍ଦର ରୂପ, ଶାନ୍ତ ସ୍ୱଭାବ ଓ ନିପୁଣ ହୋଇପାରନ୍ତି । ଜିତେନ୍ଦ୍ରିୟ ଓ ମେଧାବୀ ହେବେ ।
କାର୍ଯ୍ୟରେ ଆଂଶିକ ସଫଳତା ମିଳିପାରେ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ଶୁଭକାର୍ଯ୍ୟ କରଣୀୟ । ସମୃଦ୍ଧିର ମୂଳଦୁଆ ପକାଇ ନିଶ୍ଚିନ୍ତ ହେବେ । କାର୍ଯ୍ୟର ସଫଳ ରୂପାୟନ କରିବେ । ଆଶ୍ୱସ୍ତ ହେବେ ।
ପଶୁ ଧନ ଲାଭ ହୋଇପାରେ । ଅଧିକ କାର୍ଯ୍ୟ କରି ପ୍ରଶଂସିତ ହେବେ । ଗୁଣବାନ୍ ହେବେ । ଧନଲାଭ କରିବାରେ ଚତୁର ଓ ବିଶ୍ୱାସୀ ହୋଇପାରନ୍ତି । ବହୁ ବିଦ୍ୟା ପାରଙ୍ଗମ ହେବ । ନିତ୍ୟାନନ୍ଦଯୁକ୍ତ ଓ ଗୁଣବାନ୍ ହୋଇପାରନ୍ତି ।
କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଆଶାବାଦୀ ହେବେ । ଆୟବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବିଚକ୍ଷଣ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇପାରନ୍ତି ।
ସୁଯୋଗର ଉପଯୋଗ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଲୋକ ସମ୍ପର୍କ ଅଧିକତର ହେବ । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି କରିବାରେ ସକ୍ଷମ ହେବେ ।
ପତ୍ନୀଙ୍କ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି । ପରୋପକାରୀ ହେବେ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ଗୁରୁକୃପା ଲାଭ କରିପାରନ୍ତି । ବଡ଼ ପଦ-ପଦବୀ ପାଇପାରନ୍ତି । ଉତ୍ତମ ଗୁଣଯୁକ୍ତ ହେବେ । ନୀତିନିଷ୍ଠ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments