![]() |
କାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କର୍ମଚଞ୍ଚଳ ରହିବେ । ମଧୁର କଥା କହି ଲୋକ ସଂପର୍କ ବୃଦ୍ଧି ଘଟାଇ ପାରନ୍ତି । ସ୍ୱାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ । |
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ଖବର ପାଇ ଅତ୍ୟନ୍ତ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ମିଳିବ । | |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ବିବାଦରେ ବିଜୟୀ ହେବେ । ଶୁଭକାର୍ଯ୍ୟ କରଣୀୟ । | |
କର୍ମଚଞ୍ଚଳ ରହିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍ବ୍ୟବହାର କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ସତ୍ସଙ୍ଗୀ ହୋଇପାରନ୍ତି । | |
ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ପ୍ରିୟଭାଷୀ ହେବେ । ପୁତ୍ର ସୁଖ ମିଳିପାରେ । ପରାକ୍ରମୀ ହୋଇପାରନ୍ତି; ମାତ୍ର ସାମାନ୍ୟ ଅସୁସ୍ଥତା ଯୋଗୁଁ ଦୁର୍ବଳମନା ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । | |
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ବନ୍ଧୁ ମିଳନରେ ଆତ୍ମସନ୍ତୋଷ ଲାଭ କରିବେ । | |
ବନ୍ଧୁଙ୍କ ସହାୟତାରେ ଶତ୍ରୁର ମୁକାବିଲା କରି ବିଜୟୀ ହେବେ । ମାନସିକ ଶାନ୍ତି ମିଳିବ । ସୁସମ୍ବାଦ ମିଳିପାରେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି । | |
ଯାହା ଇଚ୍ଛା କରିବେ ତାହା ପାଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନିଜର ପିଲାଙ୍କ ପଢ଼ାପଢ଼ି ପାଇଁ ଯତ୍ନଶୀଳ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ସ୍ୱତନ୍ତ୍ର ସୁବିଧା ହାସଲ କରିପାରନ୍ତି । | |
ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପୁଣ୍ୟଦେହୀ ହେବେ । ରାଜପୂଜିତ ହୋଇପାରନ୍ତି । ସତ୍କର୍ମରେ ନିୟୋଜିତ ହେବେ । ଧର୍ମାଶ୍ରିତ ହେବେ । | |
ଅଧିକ ଉପାର୍ଜନ କରି ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ବଜାୟ ରଖିବେ । ଶୁଭକାର୍ଯ୍ୟ ପାଇଁ ସାହାଯ୍ୟପ୍ରାପ୍ତ ହୋଇପାରନ୍ତି । ଠାକୁରଙ୍କ ଦର୍ଶନ ପାଇ ଆଶ୍ୱସ୍ତ ହେବେ । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ମିଳିବ । | |
ଆପଣଙ୍କ ପ୍ରସ୍ତାବ ଉପର ମହଲରେ ସ୍ୱାଗତଯୋଗ୍ୟ ହେବ । ଶ୍ରମ ସାର୍ଥକ ହେବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ପରୋପକାରୀ ହେବେ । ଅନୁଷ୍ଠାନର ମାନ ବଢ଼ାଇପାରନ୍ତି । | |
ଆଶାବାଦୀ ହେବେ । ଆୟର ମାତ୍ରା ବୃଦ୍ଧି ହେବ । ସୁସ୍ୱାଦୁ ଭୋଜନ ମିଳିବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |
Odia Calendar 2020
Comments
comments