OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 30th August 2019

Odia Rashiphala

Odia Rashiphala

ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ପାରିବାରିକ ଶାନ୍ତି ମିଳିବ । ନୀଚ ସମ୍ପର୍କ ବିଛିନ୍ନ ହେବ । ଚେଷ୍ଟା ଶୁଭପ୍ରଦ ହେବ । କୌଶଳରେ କାର୍ଯ୍ୟ ହାସଲ କରପାରନ୍ତି । ପୁଣ୍ୟବାନ୍ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ଦ୍ୱିଜା ନକ୍ଷତ୍ରର ସମଫଳ ।
ଆଇନଗତ ସମସ୍ୟା ଦୂର ହୋଇପାରେ । କର୍ମକୁଶଳତା ପ୍ରକାଶ ପାଇବ । ନୈତିକବଳ ବୃଦ୍ଧି ହୋଇପାରେ । ବିଳାସ-ବ୍ୟସନ କରିପାରନ୍ତି । ବୃଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । କୃର୍ତ୍ତିକା ଓ ରୋହିଣୀ ଉପରୋକ୍ତ ଫଳ ପାଇବେ । ମୃଗଶିରା ସାମାନ୍ୟ ଶୁଭ ।
ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଦକ୍ଷତା ଓ ଅନୁଭୂତି ବୃଦ୍ଧି ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ଗୁରୁଜନଙ୍କଠାରୁ ସ୍ନେହ, ଶ୍ରଦ୍ଧା ଲାଭ କରିବେ । ଧାର୍ମିକ ହେବେ । ଚେଷ୍ଟା ଫଳବତୀ ହେବ । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ ।
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ମୂଲ୍ୟବାନ୍ ଦ୍ରବ୍ୟ ଲାଭ କରିବେ । ଅଧିକ ଧନ, ରତ୍ନ ପ୍ରାପ୍ତି ପାଇଁ ଆଶାବାଦୀ ହେବେ । ଉତ୍ତମ ମିତ୍ର କିମ୍ୱା ସୁପୁତ୍ର ଲାଭ କରିପାରନ୍ତି । ଶାସ୍ତ୍ରବିଶାରତ ହୋଇପାରନ୍ତି । ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଫଳ ।
ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ନିଶ୍ଚିନ୍ତରେ ଦିନଟି ବିତାଇବେ । ବ୍ୟବସାୟ ଲାଭଜନକ ହେବ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ପୂର୍ବା ଫାଲ୍‌ଗୁନୀର ସାମାନ୍ୟ ଫଳ ।
ଉତ୍ତରା ଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇ ପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ବ୍ୟୟର ପରିମାଣ ବଢ଼ିପାରେ । ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିର ସାମାନ୍ୟ ଶୁଭଫଳ ।
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହୋଇପାରେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭଫଳ ।
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଦେବ ପୂଜନରେ ଆଗ୍ରହୀ ହେବେ । ସୁଖ-ସମ୍ମାନ ଲାଭ କରପାରନ୍ତି । ପ୍ରୀତି ଲାଭ କରିବେ । ସ୍ୱତ୍ୱାଧିକାରୀ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ଗୃହ ପରିବେଶ ଉତ୍ତମ ଧରଣର ହୋଇପାରେ । ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭଫଳ ।
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିର କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ଦାନ-ଧର୍ମକୁ ବ୍ରତଭାବେ ଗ୍ରହଣ କରପାରନ୍ତି । କୁଶଳ ସମାଚାର ପାଇ ଖୁସି ହେବେ । ସନ୍‌ମାର୍ଗୀ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରିବେ । ପୂର୍ବାଷାଢ଼ାର ସାମାନ୍ୟ ଶୁଭ ।
ଉତ୍ତରାଷାଢ଼ା ଓ ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ବିପଦ-ଆପଦରୁ ବର୍ତ୍ତି ଯିବେ । ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ । ସ୍ୱାଭିମାନୀ ହୋଇପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି; ମାତ୍ର ସାବଧାନତାର ସହ କାର୍ଯ୍ୟ କରିବେ । ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସତର୍କ ରହିବେ ।
ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରାତୃ ସ୍ନେହୀ ହେବେ । ବନ୍ଧୁ ସହଯୋଗ ପାଇବେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି । ତେଜୀୟାନ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ର ଜାତଙ୍କର ସାମାନ୍ୟ ଫଳ ।
ଉତ୍ତରଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ମନୋବଳ ଦୃଢ଼ ରହିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ପାଇବେ । ପ୍ରୀତ ଲାଭ କରିବେ । ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments