OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 29th November 2019

Odia Rashiphala

Odia Rashiphala

କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଈଶ୍ୱର ନିଷ୍ଠା ଆପଣଙ୍କୁ ସତ୍‌ମାର୍ଗ ଦର୍ଶନ କରାଇବା କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟିପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶୁଣିବେ ।
ଧର୍ମୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆତ୍ମତୃପ୍ତି ଲାଭ କରିବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଦୁଶ୍ଚିନ୍ତା ମଧ୍ୟଦେଇ ଗତ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଜଳଯାତ୍ରା ମନା । ଯାନବାହନ ଚଳାଚଳରେ ସତର୍କ ରହିବେ ।
ପାରିବାରିକ ବିବାଦର ପରିସମାପ୍ତି ଘଟିବ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ମିଷ୍ଟାନ୍ନ ଭୋଜନ ମିଳିବ । ଚିନ୍ତାମୁକ୍ତ ହେବେ ।
ଆତ୍ମ ସଂଯମୀ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ମିଳି ଥିବା ଖବରଟି ଶୁଭଦାୟକ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି । ଦିନଟି ବ୍ୟସ୍ତ ବହୁଳ ହେବ ।
ସମ୍ପତ୍ତି ପାଇଁ ଉପୁଜି ଥିବା ବିବାଦରେ ଆପଣ ନିରବ ରହିବେ । ପଢ଼ାପଢ଼ିରେ ମନୋନିବେଶ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଅନ୍ୟାୟର ପ୍ରତିରୋଧ କରିବେ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ମାନସିକ ଅଶାନ୍ତି ଦୂର ହେବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନ କରି ଶାନ୍ତି ପାଇବେ । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
ନୂତନ ଶିକ୍ଷା, ଛାତ୍ର-ଛାତ୍ରୀଙ୍କ ପାଇଁ ଆନନ୍ଦଦାୟକ ହେବ । ସ୍ୱଳ୍ପ ଆୟ ହେବ । ବିଷାଦିତ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖାଦେଇପାରେ । ଯଶସ୍ୱୀ ହେବେ । ମହୀପତି ହେବାର ସ୍ୱପ୍ନ ଦେଖିପାରନ୍ତି । ପ୍ରଜ୍ଞାଧିକାରୀ ହେବେ । ତ୍ୟାଗଶୀଳ ହେବେ ।
ଆକସ୍ମିକ ଭାବେ ଧନ ପ୍ରାପ୍ତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭଯୁକ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଶତ୍ରୁ ସହିତ ମୁହାଁମୁହିଁ ହେଲେ ବି କିଛି କ୍ଷତି ହେବ ନାହି; ମାତ୍ର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଆପଣଙ୍କ ପକ୍ଷେ ଭଲ । ମଧୁମୟ କଥା କହି ପରକୁ ଆପଣାର କରିବେ । ସମଫଳ ମିଳିବ ।
ଆୟ ଆଶାନୁରୂପ ହେବ । ଶୁଭ ଖବର ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ରାଜାନୁଗ୍ରହରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳତାଯୁକ୍ତ ହେବେ ।
ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭଦିନ ଅର୍ଥ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments