![]() |
କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରି ପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । |
![]() |
ଅନଟନର ସମ୍ମୁଖୀନ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି । ଶୁଭକାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ । ଧର୍ମକ୍ରିୟାରତ ହୋଇପାରନ୍ତି । ମନୋଜ୍ଞ ହେବେ । ଉତ୍ତମା ରମଣୀଯୁକ୍ତ ଓ ଯଶସ୍ୱୀ ହୋଇପାରନ୍ତି । |
![]() |
ଉତ୍ତମ ମିତ୍ର ଲାଭର ସୂଚନା ମିଳୁଛି । ସୁଖକର ଘଟଣା ଘଟିବ । କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିବ । ଉତ୍ତମ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ । |
![]() |
ସହଯୋଗୀଙ୍କ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ । ମାନସିକ ସ୍ତରରେ ଆଶ୍ୱସ୍ତି ହେବେ । ଶୁଭ ଖବର ପାଇ ଖୁସି ହୋଇ ପାରନ୍ତି । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିବେ । |
![]() |
ପରାମର୍ଶ ଦେଇ କାର୍ଯ୍ୟ କଲେ ତାହା ସରଳ ଓ ସୁଗମ ହେବ । ସେବାପ୍ରିୟ ଓ ମାନସମ୍ମାନଯୁକ୍ତ ହେବେ । ଅଧ୍ୟାପନାର ପ୍ରସ୍ତୁତ ସ୍ୱରୂପ ଅଧ୍ୟୟନରତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କୃଷିରୁ ଆୟ ଆସିବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମ ହେବ । |
![]() |
ସମ୍ମିଳିତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଦେବଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । |
![]() |
ଆଶାବାଦୀ ହୋଇ ପାରନ୍ତି । ବିବିଧ ବ୍ୟବସାୟ ଧନଲାଭର କାରଣ ହେବ । ନିଃସ୍ୱାର୍ଥପର ହୋଇପାରନ୍ତି । ନୀତିରୁ ବିଚ୍ୟୁତ ହେବେ ନାହିଁ । ମନ ଚଞ୍ଚଳ ରହିବ । ସହିଷ୍ଣୁ ହେବେ । ମନ ପ୍ରଫୁଲ୍ଲ ରହିବ । କୀର୍ତ୍ତିଶାଳୀ ହେବେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ବନ୍ଧୁ ବିରୋଧକୁ ଏଡ଼ାଇ କର୍ମ ପଥରେ ଅଗ୍ରସର ହୋଇପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ । କର୍ମଚଞ୍ଚଳ ରହିବେ । |
![]() |
ସୁସମ୍ୱାଦ ପାଇଁ ଖୁସି ହୋଇ ପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । |
![]() |
ସମ୍ମାନ ଲାଭର ସୂଚନା ମିଳୁଛି । ସୁସମ୍ୱାଦ ମିଳିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପରିଶ୍ରମର ମୂଲ୍ୟ ମିଳିବ । |