OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 27th Sep 2019

Odia Rashiphala

Odia Rashiphala

ଆୟ ଆଶାନୁରୂପ ହେବ । ବିଚାର ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ଶତ୍ରୁ ଉପରେ ବିଜୟ ହାସଲ କରିବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସନ୍ତୁଷ୍ଟ ହେବେ ।
ଧାର୍ମିକ ଚିନ୍ତାଧାରା ଲାଭପ୍ରଦ ହେବ । କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିବ । ବିନୀତ ସ୍ୱଭାବର ହେବେ । ପତ୍ନୀଙ୍କ ଧନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିପାରନ୍ତି ।
ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ପାରିବାରିକ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଶଂସା ମିଳିବ ।
ସତର୍କତା ଆପଣଙ୍କ ପାଇଁ ସୁରକ୍ଷା କବଚ ହେବ । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ବିବିଧ ଧନର ଅଧିକାରୀ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତିସୁଖୀ ହେବେ । କୀର୍ତ୍ତିମାନ୍ ହେବା ଆଶାକରାଯାଏ । ସହିଷ୍ଣୁ ହେବେ ।
ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁ ସାହାଯ୍ୟ ପାଇ ଉପକୃତ ହେବେ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାର ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି । ହସଖୁସିରେ ସମୟ ବିତାଇବେ । ଗୋଷ୍ଠୀ, ନଗର କିମ୍ବା ଗ୍ରାମର ଅଧିପତି ହେବେ । ଦଣ୍ଡଦାତା ମଧ୍ୟ ହେବେ । ମନ୍ତ୍ରଣା ଶକ୍ତି ଯୁକ୍ତ ହେବେ । ସନ୍‌ମାର୍ଗୀ ହେବେ । ଗୁଣବାନ୍ ହେବେ । ଶତ୍ରୁ ବିଜୟୀ ହେବେ ।
ପଡ଼ୋଶୀଙ୍କ ପାଇଁ ଲାଭବାନ୍ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ । ଯଶସ୍ୱୀ ହେବେ । ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସୁଖ ମିଳିବ । ।
ସୁଖ-ସନ୍ତୋଷ ମିଳିବ । ଶ୍ରମ ସାର୍ଥକ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ସଞ୍ଚୟ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁଖ-ସମ୍ଭୋଗ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନ ମିଳିବ ।
କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନିତ ହୋଇପାରନ୍ତି । ଅତ୍ୟଧିକ ପରିଶ୍ରମ ଯୋଗୁଁ ସାମୟିକ ବିଶ୍ରାମ ଗ୍ରହଣ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ସମଗ୍ର ପରିବାର ସହିତ ନିଜେ ଖୁସି ମନେଇ ପାରନ୍ତି । ସମୃଦ୍ଧିର ମୂଳଦୁଆ ପକାଇ ଆଶ୍ୱସ୍ତ ହେବେ ।
ଦକ୍ଷତାର ସଦୁପଯୋଗ କରିପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେତୁ ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।
ଆବଶ୍ୟକ ପଡୁଥିବାରୁ ଅର୍ଥ ବିନିଯୋଗ କରିପାରନ୍ତି । ବନ୍ଧୁ ସହଯୋଗ ପାଇ କାର୍ଯ୍ୟରେ ଆଗକୁ ବଢ଼ି ପାରିବେ । କର୍ମକ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି । ଆପଣଙ୍କ କର୍ମ ପ୍ରବଣତା ଶତ୍ରୁ ଓ ସମାଲୋଚକଙ୍କୁ ମୁହଁ ବନ୍ଦ କରିପାରେ ।
ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟକ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ । ନୈତିକତା ବୃଦ୍ଧି ହେବ । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ଉତ୍ତମ ଗୁଣର ଆଧାର ହେବେ । ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି । ନୀତିଯୁକ୍ତ ଓ ବିନୀତ ହୋଇ ପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments