OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 26th June 2020

Odia Rashiphala

Odia Rashiphala

ଅଧ୍ୟୟନପୂର୍ବକ ନିଜକୁ ପ୍ରସ୍ତୁ୍ତ ରଖିବାକୁ ପଡ଼ିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଆଶ୍ୱସ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତାନ ସୁଖ ମିଳିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ।
ମନ ପ୍ରଫୁଲ୍ଲ ରହିବ । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଧନପ୍ରାପ୍ତିର ସୁଯୋଗ ଅଛି । ରସିକ ହେବେ । କଥାବାର୍ତ୍ତାରେ ଅସ୍ଥିରତା ଦେଖା ଦେବ ।
ବିବାଦୀୟ ଘଟଣାରେ ବିଜୟୀ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ନୃତ୍ୟ-ସଙ୍ଗୀତପ୍ରିୟ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମମାର୍ଗରେ ମନୋନିବେଶ କରିବେ । ଲୋଭହୀନ ହେବେ । ନୀତିନିଷ୍ଠ ଭାବେ ମାନ୍ୟତା ପ୍ରାପ୍ତ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ ।
କର୍ମକ୍ଷେତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନ ସୁଖ ସନ୍ତୋଷ ସବୁ କିଛି ମିଳିବ । ଉତ୍ତମଗୁଣ ସମ୍ପନ୍ନ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି ।
କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପ-ରେଖ ଦେଇପାରନ୍ତି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ ।
ଶୁଭ ସମାଚାର ମିଳିପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଉତ୍ତମ ବଂଶରୁ କନ୍ୟା ସହ ବହୁଧନ ପ୍ରାପ୍ତ ହେବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ । ଜନସାଧାରଣଙ୍କ କଲ୍ୟାଣଭାଜନ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ମନୋରଥ ପୂରଣ ହେବ । ବହୁବିଦ୍ୟା ପାରଙ୍ଗମ ହେବେ । ଯଶସ୍ୱୀ ହେବେ । ନିର୍ଭୟରେ କାର୍ଯ୍ୟ କରି ଚାଲିବେ; ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନରୁ ପତନ ସହି କରିପାରନ୍ତି ।
ଅପାରଗ ହସ୍ତରୁ କାର୍ଯ୍ୟ ଛଡ଼ାଇ ଆଣି ନିଜେ ସେହି କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ସଂପାଦନ କରି ଆତ୍ମତୃପ୍ତି ଲାଭ କରିବେ ।
ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ସୁନ୍ଦର ଓ ମୂଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି । ବିଭିନ୍ନ ଦିଗରୁ ସହଯୋଗ ପାଇ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଦିନଟି ଶୁଭଙ୍କର । ଋଣ ପରିଶୋଧ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments