OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 26th Feb 2021

Odia Rashiphala

Odia Rashiphala

ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ସରକାରୀ ଅର୍ଥ ମିଳିବ ।
ସଦୁପଦେଶ ମିଳିବ । ଯାତ୍ରା ଶୁଭଦାୟକ ହେବ । ଭ୍ରାତୃ ଭାବ ଅତୁଟ ରହିବ । ନିଜର ପରାକ୍ରମ ପ୍ରତିପାଦନ କରିପାରନ୍ତି । ଭଉଣୀମାନଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । ବିବାଦୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ।
ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଶତ୍ରୁତାର ଅବସାନ ଘଟିବ । ଧାତୁଦ୍ରବ୍ୟର ଅଧିକାରୀ ହୋଇପାରନ୍ତି । ତ୍ୟାଗପୂତ ମନୋଭାବର ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତି ଭାବେ ଉଚ୍ଚ ସମ୍ମାନ ମିଳିପାରେ ।
ମେଧାବୀ ହୋଇପାରନ୍ତି । ଗତି କ୍ଷିପ୍ର ହୋଇପାରେ । ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ । ଗୁପ୍ତଧନ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁଘାତୀ ହେବା ଆଶା କରାଯାଏ । ଭୋଜନାଦିରେ ତୃପ୍ତି ଲାଭ କରିବେ ।
ଦାନ ଧ୍ୟାନରେ ଅଧିକ ବ୍ୟୟ କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ରିପୁ ଦମନ କରିବାର ଶକ୍ତି ବୃଦ୍ଧି ହୋଇପାରେ । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ ।
ଆୟ ଆଶାନୁରୂପ ହୋଇପାରେ । ନବ ବସ୍ତ୍ରାଦି ପରିଧାନ କରିପାରନ୍ତି । ସୁବର୍ଣ୍ଣ ସଂପଦ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି । ସାମାଜିକ ସ୍ତରରେ ଲୋକ ସଂପର୍କ ବୃଦ୍ଧି ହେବ ।
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ବୃତ୍ତିରେ ନୀତିନିଷ୍ଠ ହେଲେ ବହୁଧନର ଅଧିକାରୀ ହେବେ । ସରକାରୀ ସ୍ତରରୁ ଶ୍ରେଷ୍ଠ ସମ୍ମାନ ମିଳିପାରେ । ପିତାଙ୍କ ଆଶୀର୍ବାଦ କଲ୍ୟାଣକାରୀ ହେବ । ଧର୍ମାତ୍ମା ଓ ପରୋକାରୀ ହେବେ ।
ଭାଗ୍ୟଶାଳୀ ହୋଇପାରନ୍ତି । ତୀର୍ଥ ଭ୍ରମଣର ସୁଯୋଗ ମିଳିବ । ଧର୍ମକ୍ରିୟାରତ ହୋଇପାରନ୍ତି । ବିଦ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ । ଯଶ ଅର୍ଜନ କରିପାରନ୍ତି । ଜୀବନ ଧନୀ ହୋଇପାରେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ ।
ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି । ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ । ସତର୍କ ନ ହେଲେ ଆଘାତପ୍ରାପ୍ତ ହୋଇପାରନ୍ତି । ଚୌରଭୟ ଅଛି । ଅପରାହ୍ଣରୁ ପ୍ରିୟଭାଷୀ ହେବେ । ଧନ ଓ ଯାନବାହନ ସୁଖ ମିଳିପାରେ ।
ବାଣିଜ୍ୟ କାରବାର ଫଲଦାୟକ ହେବ । ବାଗ୍‌ଦତ୍ତାଙ୍କ ସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ୱାଧୀନ ହେତୁ ସୁଖୀ ହେବେ । ବହୁଧନର ଅଧିକାରୀ ହୋଇପାରନ୍ତି ।
ଶତ୍ରୁ ବିଜୟୀ ହେବେ । ମାତୁଳ ହେତୁକ ମାନଭଙ୍ଗ ହେବ । ଋଣ ଗ୍ରହିତାମାନେ ଋଣ ପରିଶୋଧ କରିବାରେ ସକ୍ଷମ ହେବେ । ଅନ୍ୟାୟ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ସାଧୁତା, ସହୃଦୟତା ଓ ଦାତା ପଣରେ ଶ୍ରେଷ୍ଠ ହେବେ ।
ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ । ଭୋଗାସକ୍ତ ହୋଇପାରନ୍ତି । ଧନଲାଭକାରୀ ହେବେ । ସଞ୍ଚୟାଭିମୁଖୀ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ । ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି । ଗୁଣବାନ୍ ଓ ବହୁବିଦ୍ୟା ପାରଙ୍ଗମ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments