![]() |
ଭାଗ୍ୟ ବିଧାତାଙ୍କ ଛତ୍ରଛାୟା ତଳେ ରହି ସୁଖ ଭୋଗ କରିବେ । ସମୃଦ୍ଧି ମାର୍ଗରେ ଅଗ୍ରସର ହେବେ । ବିଦ୍ୱାନ ,ସାହାସୀ , ସମ୍ପତିବାନ୍ ହୋଇପାରନ୍ତି । ସନ୍ତାନ ସୁଖ ମିଳିବ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। |
ସ୍ୱାଭିମାନୀ ହେବେ। ଭାଗୁଆଳ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନଙ୍କଠାରୁ ସହାୟତା ଆଶା କରିବା ବୃଥା ହୋଇପାରେ । ଜଳଯାତ୍ରା ନ କରିବା ଭଲ। ଅସୁସ୍ଥତାରୁ ଉଧୁରିଯାଇ ପାରନ୍ତି । | |
ପରମ କଲ୍ୟାଣ ମାର୍ଗରେ ମାର୍ଗି ହୋଇପାରନ୍ତି । ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରିବେ। ଶାନ୍ତ ଓ ଧର୍ଯ୍ୟଶୀଳ ହୋଇପାରନ୍ତି । ପୁଣ୍ୟପ୍ରଭା ପତ୍ନିଙ୍କ ସାନ୍ନିଧ୍ୟ ମିଳିବ | |
ଅନାବଶ୍ୟକ ଖଚ୍ଚର ସମ୍ମଖୀନ ହୋଇପାରନ୍ତି । ଐଶୀ କୃପାରୁ ଶତ୍ରୁର ଗତିରୋଧ କରିବାରେ ପାରଙ୍ଗମ ହେବେ । ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହୋଇପାରନ୍ତି ଇପାରନ୍ତି । ସୁସ୍ଥ ରହିବେ। | |
ହଠାତ୍ କିଛି ଧନ ପାଇ ଉତ୍ଫୁଲିତ ହୋଇପାରନ୍ତି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। କର୍ମଚଞ୍ଚଳ ରହିବେ । ବାଣିଜ୍ୟ କାରବାରୋଦି ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି । | |
କୃଷି କର୍ମରୁ ଆୟର ମାତ୍ରା ବୃଦ୍ଧି ପାଇବ। ବ୍ୟକ୍ତିତ୍ୱର ବିକାଶ ଘଟିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଯତ୍ନ , ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି । କୀର୍ତ୍ତୀମାନ୍ ହେବେ। | |
ସାମାଜିକ ସ୍ଥରରେ ଆତ୍ମିକ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆତ୍ମ ବିଶ୍ୱାସକୁ ଜାଗ୍ରତ କରି ସଫଳର ଅଭିଳାଷୀ ହୋଇପାରନ୍ତି । ସର୍ବସୁଖ ଭୋଗ କରି ଜୀବନକୁ ମଧୁମୟ କରିପାରନ୍ତି । | |
ଭାଗ୍ୟୋଦୟର ସୂଚନା ମିଳୁଛି । ମଧୁର ଭାଷା ଓ ବ୍ୟବହାର ଆପଣଙ୍କୁ ସକଳ କ୍ଷେତ୍ରରେ ପ୍ରତିଷ୍ଠା କରିପାରେ। ସହନଶୀଳ ମନୋଭାବ ଯୋଗୁଁ ସହଯାଗୀଙ୍କ ଆଦରଣୀୟ ହେବେ । ଧନାଗମ ହେବ । | |
ଅପୂର୍ଣତାରୁ ପୂର୍ଣତା ପ୍ରାପ୍ତି ଦିଗରେ ଅଗ୍ରସର ହେବେ ।ଉପହାର ଶୁଭେଛ୍ହା ପ୍ରାପ୍ତ ହେବ। ସଶକ୍ତ ଆତ୍ମ ବଳରେ ବଳୀୟାନ ହୋଇପାରନ୍ତି। ସୁଷମ ଖାଦ୍ୟପେୟରେ ଆପ୍ୟାୟିତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି। | |
ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଧର୍ଯ୍ୟ ବଳରେ ସଫଳତା ମିଳିବ। ଜ୍ଞାନର ଅବତରଣ କଲେ ଶାନ୍ତି ମିଳିବ। ଦିନସାରା ବ୍ୟୟ ଉପରେ ବ୍ୟୟ ବଢିଚାଲିବ। | |
ଚେତନାର ଉଜ୍ଜ୍ୱଳ ପ୍ରଦୀପ ହେବେ। ପରୋପକାରାୟ ସ୍ୱର୍ଗୀୟ ନୀତିଯୁକ୍ତ ହୋଇ କୃପା ନିଧାନଙ୍କ କୃପାପାତ୍ର ହେବେ। ଶାଶ୍ୱତ ସତ୍ୟର ମର୍ମ ଅନୁଭବ କରିପାରନ୍ତି । ଆୟ ଉଣା ହେବେ ନାହିଁ ।କର୍ମ ବୀର ହେବେ। | |
ସୂର୍ଯ୍ୟାଲୋକ ପରି ଜୀବନକ ଉଜ୍ଜ୍ୱଳମୟ କରିପାରନ୍ତି। ଦୟାଳୁ ସ୍ୱଭାବ ଯୋଗୁଁ ଆର୍ଶିବାଦ ପ୍ରାପ୍ତ ହେବେ। ବିନା ଚେଷ୍ଟା ରେ ଅର୍ଥାଗମ ହେବ। ପାରିବାରିକ ଜୀବନ ମଧୁମୟ ହେବ। ସୁଯଶ ଯୁକ୍ତ ହେବେ। |
Odia Calendar 2022
Order Odia Bhagyajyoti Calendar 2022 From OdishaShop.comComments
comments