![]() |
ଅର୍ଥ ପାଇଁ କାମନା ପୂର୍ଣ୍ଣ ହୋଇପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଧନବାନ୍ ହେବେ । ଗୁଣର ପ୍ରସାର ଘଟାଇ ପାରନ୍ତି । ଉପାର୍ଜନ ଊଣା ହେବ ନାହିଁ । |
![]() |
ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ ଶୈଳୀ ଦାଗହୀନ ହୋଇପାରେ । ଧର୍ମ କାର୍ଯ୍ୟରେ ମନ ଦେଇ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିବ । ଚିନ୍ତାଧାରା ମହତ ହେବ । କର୍ମଚଞ୍ଚଳ ରହିବେ । |
![]() |
କୌଣସି କାର୍ଯ୍ୟରେ ପଛଘୁଞ୍ଚା ଦେବେ ନାହିଁ । ପରୋପକାରୀ ହେବେ । ଧନ, ଜନ, ଗୋପ, ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବେ । ବିଳାସ ବ୍ୟସନ କରିପାରନ୍ତି । ଅସାଧ୍ୟ କାର୍ଯ୍ୟକୁ ସୁସାଧ୍ୟ କରି ପ୍ରଶଂସାର ପାତ୍ର ହେବେ । ସରକାରୀ ଅର୍ଥ ମିଳିବ । |
![]() |
ଅଗ୍ରଗାମୀ ସହିତ ବ୍ୟଗ୍ରଗାମୀ ହେବେ । ଉଦ୍ୟମ ଓ କାର୍ଯ୍ୟରେ ପ୍ରଶଂସନୀୟ ହେବେ । ଦେଶ ଦଶର କଲ୍ୟାଣକାରୀ ହେବା ସହିତ ପରିବାରର ଆଲୋକ ବର୍ତ୍ତିକା ହୋଇପାରନ୍ତି । ଧର୍ମ କର୍ମ ସଂପାଦନ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ । |
![]() |
ପରୋପକାରୀ ହେବେ । ଭାଗ୍ୟଶାଳୀ ହେବେ । ସଭାପତି ହୋଇପାରନ୍ତି । ପ୍ରଗାଢ଼ ଚେଷ୍ଟା କରି କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ଦୟାଳୁ ସ୍ୱଭାବର ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିରୋଧୀମାନଙ୍କର ଚକ୍ରାନ୍ତରୁ ଉବୁରି ଯିବେ । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ । ଶତ୍ରୁନାଶ, ଧନଭୋଗ ଓ ଐଶ୍ୱର୍ଯ୍ୟପ୍ରାପ୍ତ ହୋଇପାରନ୍ତି । |
![]() |
ମନରେ ପ୍ରସନ୍ନ ଭାବ ଦେଖାଦେଇ ପାରେ । ଚେଷ୍ଟାରେ ସଫଳତା ଲାଭ କରିବେ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତା ମିଳିପାରେ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । |
![]() |
ଅର୍ଥ ପ୍ରାପ୍ତି ନିମନ୍ତେ ଜ୍ଞାନ ଓ ବଳକଷା କଷି ହୋଇପାରେ । ଦୁଃସାହସିକ କାର୍ଯ୍ୟ କରିପାରନ୍ତି । ବନ୍ଧୁ ଦର୍ଶନ ଶୁଭଦାୟକ ହେବ । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । |
![]() |
କଲ୍ୟାଣକାରୀ କାର୍ଯ୍ୟ ସଂପାଦନ କରି ପ୍ରଶଂସାର ପାତ୍ର ହେବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ । |
![]() |
ଆଲୋଚନା କ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି । ଆଳସ୍ୟ ପରାୟଣତା ଆପଣଙ୍କ ଉନ୍ନତି ପଥରେ ପ୍ରତିବନ୍ଧକ ସାଜିପାରେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ବ୍ୟବସାୟ ଲାଭଜନକ ହେବ । ସୁଖ ମିଳିବ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଚକ୍ଷଣ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ସର୍ବ ଜନାନୁରକ୍ତ ହୋଇପାରନ୍ତି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ । |
![]() |
କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିପାରନ୍ତି । ମନୋବଳ ଦୃଢ଼ ରହିବ । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । |