OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 23th Oct 2020

Odia Rashiphala

Odia Rashiphala

କାର୍ଯ୍ୟରେ ସଫଳତା ଲାଭ କରିବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସମାଜ ସେବା ପ୍ରତି ମନ ବଳିବ । ଶାସ୍ତ୍ର ବିଶାରଦର ପରିଚୟ ସୃଷ୍ଟି କରିବେ । ସରକାରୀ ଅର୍ଥ ମିଳିବ । ଗୁଣଜ୍ଞ ହେବେ ।
ସୁସମ୍ୱାଦ ଶୁଣି ଖୁସି ହେବେ । ସମସ୍ୟାର ସମାଧାନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । କର୍ତ୍ତବ୍ୟନିଷ୍ଠ ହେବେ । ଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ ।
ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଖର୍ଚ୍ଚାନ୍ତ ଯୋଗ ଅଛି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ବନ୍ଧୁ ମିଳନ ଘଟିପାରେ । ସତ୍‌ସଙ୍ଗରେ ଯୋଗଦାନ କରିପାରନ୍ତି । ପଡ଼ୋଶୀଙ୍କ ସହିତ ସଦ୍ଭାବନାରେ ଚଳିବେ । ଯଶସ୍ୱୀ ହୋଇପାରନ୍ତି । ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି । ସଂଯମୀ ନ ହେଲେ ଅସୁବିଧାରେ ପଡ଼ିପାରନ୍ତି ।
ରଜତ ଧନ ଦ୍ୱାରା ଧନଶାଳୀ ହେବେ । ରସିକତାରୁ ବାଚାଳତା ଦେଖା ଦେଇପାରେ । ପୁତ୍ର ସୁଖ ମିଳିପାରେ । ଜିତେନ୍ଦ୍ରିୟ ହୋଇପାରନ୍ତି । ପ୍ରବଳ ପରାକ୍ରମୀ ହେବେ । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନରେ ସତର୍କ ରହିବେ ।
ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ଧର୍ମକାର୍ଯ୍ୟରେ ମନୋନିବେଶ କରିବେ । ଉନ୍ନତମାନର କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ ।
ଶତ୍ରୁଭାବ ବୃଦ୍ଧି ହୋଇପାରେ; ମାତ୍ର ଅନିଷ୍ଟ ହେବ ନାହିଁ । ଅଗ୍ନିମାନ୍ଦ୍ୟ ଜନିତ ସାମୟିକ କଷ୍ଟ ଭୋଗ କରିପାରନ୍ତି । ରାଜ ପୂଜ୍ୟ ହେବେ । ନିଜ ଅଞ୍ଚଳରେ ନ ହେଲେ ବି ଅନ୍ୟତ୍ର ବହୁ ପୂଜ୍ୟ ହେବେ । ରୁଚିକର ଖାଦ୍ୟ ମିଳିବ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ଦେବକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଆଶ୍ୱସ୍ତି ମିଳିବ । ପରୀକ୍ଷା କ୍ଷେତ୍ରରେ କୃତକାର୍ଯ୍ୟ ହେବେ ।
କର୍ମଚଞ୍ଚଳ ହେବେ । ବାଣିଜ୍ୟ କାରବାରର ସୁପରିଚାଳନା କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ବିଭିନ୍ନ ଦିଗରୁ ଧନାଗମ ହେବେ । ଲୁହା ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ ଉତ୍ସାହବୋଧ ହେବ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ୱାଦୁ ଭୋଜନ ମିଳିବ । ଆୟ ଆଶାନୁରୂପ ହେବ । ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ନିଜର ବୈଶିଷ୍ଟ୍ୟ ପ୍ରକାଶ କରିପାରନ୍ତି । ଆନନ୍ଦ ଉଲ୍ଲାସ ଲାଗି ରହିବ । ଦେବଦର୍ଶନର ସୌଭାଗ୍ୟ ଅଛି ।
ବଡ଼ ସମସ୍ୟାର ସମାଧାନ କରି ପ୍ରଶଂସାର ପାତ୍ର ହେବେ । ବେଳେ ବେଳେ ମନ ଅସ୍ଥିର ରହିପାରେ । ମାନ୍ୟତା ପ୍ରାପ୍ତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ମନ ଭୁଲା ସରସ ସୁନ୍ଦର କଥାରେ ପରକୁ ଆପଣାର କରିବେ ।
ମନ ପ୍ରସନ୍ନ ରହିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments