OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 23th August 2019

Odia Rashiphala

Odia Rashiphala

କାର୍ଯ୍ୟ କରିବା ପାଇଁ ନିର୍ଭରଶୀଳ ହୋଇପାରନ୍ତି । ଆଳସ୍ୟ ପରିତ୍ୟାଗ କରିବେ । ଭାଗ୍ୟଶାଳୀ ହେବେ । ଉତ୍ତମ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ଧନାଗମ ହେବ ।
ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟରେ ଆଗକୁ ବଢ଼ିବେ । ଆୟ ଆଶାନୁରୂପ ହେବ । ମଧ୍ୟାହ୍ନରେ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।
ଶୁଭକାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇପାରେ । ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଭୋଗ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମିଠାକଥା କହି ପରକୁ ଆପଣାର କରିପାରନ୍ତି । ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ଓ ଜ୍ଞାନୀ ହେବେ ।
ଆବଶ୍ୟକ ଥିବା ସହାୟତା ମିଳିପାରେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀସ୍ତରରେ ସମ୍ମାନିତ ହେବେ । ସୁଖୀ ହେବେ ।
ଅପ୍ରିୟ ପରିସ୍ଥିତିରୁ ଉଧୁରୀ ଯିବେ । ଅକ୍ଳେଶରେ କାର୍ଯ୍ୟ ହାସଲ କରିବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି ।
ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ଧନସମ୍ପଦ ପ୍ରାପ୍ତ ହେବେ । ପ୍ରବଳ ଉଦ୍ୟୋଗୀ ହୋଇପାରନ୍ତି । ଆଶ୍ୱସ୍ତି ମିଳିବ ।
ଚାପରେ ପଡ଼ି କାର୍ଯ୍ୟ କରିବାକୁ ଆପଣଙ୍କୁ ବାଧ୍ୟ କରାଯାଇ ପାରେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ପରିସ୍ଥିତି ଜଟିଳ ହୋଇପାରେ । ବନ୍ଧୁ ସହାୟତାରୁ ଉପକୃତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ସୁପରାମର୍ଶରେ କାର୍ଯ୍ୟ କରିବେ ।
ପରିଶ୍ରମର ମୂଲ୍ୟାଙ୍କନ ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁ ବିନାଶକାରୀ ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଅଗ୍ନିମାନ୍ଦ୍ୟରେ ସାମାନ୍ୟ ଅସୁସ୍ଥ ହୋଇପାରନ୍ତି ।
ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଭାବେ ଧନଲାଭ ହେବାର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ ।
ଯେକୌଣସି ସୂତ୍ରରୁ ହଠାତ୍ କିଛି ଅର୍ଥ ମିଳିପାରେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । କୃଷିକର୍ମକାରୀ ହେବେ । ଜଳ ସଂରକ୍ଷକ ହେବେ ।
ଅଯାଚିତ ସାହାଯ୍ୟ ମିଳିପାରେ । ମନ ପ୍ରସନ୍ନ ରହିବ । ମେଳାପୀ ପ୍ରକୃତିର ହେବେ । ମଧରୁଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments