OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 21th January 2022

Odia Rashiphala

Odia Rashiphala

ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହୋଇପାରନ୍ତି । ଆୟର ମାର୍ଗ ଉନ୍ମୁକ୍ତ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । ବିଭିନ୍ନ ସ୍ତରରୁ ଅର୍ଥ ମିଳିବ ।
ପରିଶ୍ରମ ଅଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପ୍ରତ୍ୟେକ କାର୍ଯ୍ୟରେ ଧର୍ମ-ଅଧର୍ମର ବିଚାର କରିବେ । ଯାନ-ବାହନ ସୁଖ ମିଳିବ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି । ମହାପ୍ରଭୁଙ୍କ ଶରଣାଗତ ହେବେ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି । ସତ୍‌ସଙ୍ଗରୁ ଶାନ୍ତି ଓ ପରମ ଆନନ୍ଦ ମିଳିବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ସୁବିମଳ ଯଶର ଅଧିକାରୀ ହେବେ । କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ହେବେ ।
ସରକାରୀ ମାନ୍ୟତାପ୍ରାପ୍ତ ହେବେ । ଉଦ୍ୟମ ପ୍ରଶଂସନୀୟ ହେବ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଊଣା ହେବ ନାହିଁ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ ।
ପତ୍ନୀଙ୍କ ପାଇଁ ଧନ ବ୍ୟୟ କରିପାରନ୍ତି । ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିବେ । ସାଧୁସେବାରେ ନିୟୋଜିତ ହେବେ । ମଧୁରଭାଷୀ ହେବେ । ଧନ-ଧାନ୍ୟ ବୃଦ୍ଧି ହେବ ।
ଜ୍ଞାନ-ଗରିମାଯୁକ୍ତ ହୋଇପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ ।
କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ । କାର୍ଯ୍ୟର ସଫଳ ରୂପାୟନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସତ୍ୟବାଦୀ ଓ ଦୃଢ଼ବ୍ରତ ଆଚରଣ କରିବେ ।
ଦାୟିତ୍ୱ ସମ୍ପନ୍ନ ହେବେ । ଭାଗ୍ୟଶାଳୀ ହେବେ । କର୍ମତତ୍ପର ହୋଇପାରନ୍ତି । ସଦ୍‌ଗୁଣସମ୍ପନ୍ନ ହେବେ । କ୍ଷମତାର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ଧନାଗମ ହେବାର ସୂଚନା ମିଳୁଛି ।
ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିବେ । ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହରୁ ମୁକ୍ତ ରହିବାକୁ ଉଦ୍ୟମ କରନ୍ତୁ; ତଥାପି ସତର୍କରେ ଚଳିବାକୁ ପଡ଼ିବ।
ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । ବହୁ ବିଦ୍ୟା ପାରଙ୍ଗମ ହେବେ । ଉଚ୍ଚାକାଂକ୍ଷା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ । ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରଶଂସିତ ହେବେ ।
ବନ୍ଧୁ ଓ ଭ୍ରାତୃ ସହଯୋଗ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । କଥା କମ୍, କାର୍ଯ୍ୟ ଅଧିକ ଦ୍ୱାରା ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments