![]() |
ସବୁ ବାଧାବିଘ୍ନ ପ୍ରତିହତ କରି ବିବାଦୀୟ ଘଟଣାରେ ବିଜୟୀ ହେବେ । ଦ୍ୱିଜାନୁରକ୍ତ ହେବେ । ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି । କର୍ମକ୍ଷେତ୍ରରେ ସଫଳ ହେବେ । ଆର୍ଥିକ ସ୍ୱଚ୍ଛଳ ରହିବ । |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । | |
ମାନସିକ ସ୍ତରରେ ନିଜକୁ ଅସହାୟ ମନେ କରିପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ବିନୀତ ସ୍ୱଭାବର ଓ ବୁଦ୍ଧିମାନ୍ ହେବେ । ପୁତ୍ର ସୁଖ ମିଳିପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । | |
ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନରେ ତୃପ୍ତି ଲାଭ କରିବେ । ଧର୍ମାସକ୍ତ ହେବେ । ମତିମାନ୍ ଓ ମିତ୍ରଙ୍କ ପାଇଁ ସୁଖୀ ହେବେ । | |
ସୁଗୁଣ ସମ୍ପନ୍ନ ହେବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ମନସ୍କାମନା ପୂର୍ଣ୍ଣ ହେବ । | |
ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ ସଂପାଦନ କରିବେ । ନାନା ଶାସ୍ତ୍ର ଅଧ୍ୟୟନ କରି ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେବେ । ଚିନ୍ତାମଗ୍ନ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମ ସାର୍ଥକ ହେବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ମାନସିକ ଅଶାନ୍ତି ଦୂର ହେବ । | |
ସ୍ଥିରଚିତ୍ତ, ଧୀର ବୁଦ୍ଧିରେ କାର୍ଯ୍ୟ କରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିଛି । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଧନଶାଳୀ ହେବେ । | |
ଆଳସ୍ୟ ଅନୁଭବ କରିପାରନ୍ତି । ଅର୍ଥର ଆବଶ୍ୟକତା ଉପଲବ୍ଧି କରିବେ । ସାହସୀ ଓ କୁଶଳୀ ହେବେ । ବାଞ୍ଛିତ କାର୍ଯ୍ୟ କରିପାରନ୍ତି । ଦାତା, ଭୋକ୍ତା, ଗୁଣବାନ୍ , ଧନୀ ଓ ମାନୀ ହୋଇପାରନ୍ତି । ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବେ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ନୂଆ ବନ୍ଧୁ ଜୁଟି ପାରନ୍ତି । | |
କେହି ଆପଣଙ୍କ ଗତିପଥ ଅବରୋଧ କରିବାକୁ ଉଦ୍ୟମ କରିବେ । ସବୁ ବାଧାବିଘ୍ନ ଏଡ଼ାଇ ଆଗକୁ ବଢ଼ି ପାରନ୍ତି । ନୀତିନିଷ୍ଠ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ । କଥାବାର୍ତ୍ତା ମଧୁମୟ ହେବ । | |
ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଉତ୍ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ କୃପା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । |
Odia Calendar 2019
Comments
comments