OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 20th March 2019

Odia Rashiphala

Odia Rashiphala

ବିଚାର ବିମର୍ଶ ଓ ଆଲୋଚନା ଦ୍ୱାରା ବିଶେଷ ଉପକୃତ ହେବେ । କେତେକ କ୍ଷେତ୍ରରେ ନିରବ ଦର୍ଶକ ହୋଇପାରନ୍ତି । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତାଦି ଲାଭ କରି ଖୁସି ହେବେ । ଲୋଭାସକ୍ତ ଓ ଧନ ଲାଭକାରୀ ହୋଇପାରନ୍ତି ।
ନିଜ ମନକୁ ନିଜେ ସାନ୍ତ୍ୱନା ଦେବେ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ । ମନ୍ତ୍ରଣାଦାତା ହେବେ । କାବ୍ୟ ରଚନାରେ ପାରଦର୍ଶୀ ହେବେ ।
ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଦୃଢ଼ ମନୋବଳ ନେଇ କାର୍ଯ୍ୟର ଶୁଭାରମ୍ଭ କରିବେ । ବ୍ୟବସାୟ ଲାଭଜନକ ହେବ । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ନିର୍ବାଚନ ଫଳ ଆପଣଙ୍କ ସପକ୍ଷରେ ଯିବ । ସୁଖ ମିଳିବ ।
ଦୂରଯାତ୍ରା ଆନନ୍ଦଦାୟକ ହେବ । କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି । ଉତ୍ତମ ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଲାଭର ସୂଚନା ମିଳୁଛି । ମନ୍ତ୍ର-ଶାସ୍ତ୍ରାଦିରେ ପ୍ରବୀଣ ହୋଇପାରନ୍ତି । ଧନ, ବାହନ ଓ ବଚନ ମଧୁର ହୁଏ ।
ସାହସୀ ହେବେ । ବିଶ୍ୱାସର ପାତ୍ର ହୋଇପାରନ୍ତି । ସୁଖଭୋଗ କରିବେ । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତ ହେବ ।
ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବ୍ୟୟ ପରିମାଣ ଅଧିକ ହୋଇପାରେ । ଶତ୍ରୁ ବିଜୟୀ ହେବେ । କଥାକାର ଭାବେ ପ୍ରଶଂସାର ପାତ୍ର ହେବେ ।
ଜନ ସଂପର୍କ ଉତ୍ତ‌‌ରୋତର ଉନ୍ନତି ହେବ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ ହୋଇପାରନ୍ତି ।
ମନର କଳ୍ପନା ବାସ୍ତବର ରୂପ ନେଇପାରେ । ସରକାରୀ ଧନ ପାଇବାର ସୂଚନା ମିଳୁଛି । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ବହୁମିତ୍ର, ବହୁଧନ ଓ ଭୋଗୀ ହୋଇପାରନ୍ତି । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ ।
ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ରହିପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଉପୁଜି ଥିବା ସଙ୍କଟ ଦୂର ହେବ । ଆନନ୍ଦ ଉତ୍ସବରେ ଦିନଟି ବିତିବ ।
କାର୍ଯ୍ୟ କରି ଚାଲିଲେ ବି ଦ୍ୱନ୍ଦ୍ୱରେ ପଡ଼ି ପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହ ଚଳିବାକୁ ପଡ଼ିବ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା କରିବା ମନା ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଉପୁଜି ଥିବା ସମସ୍ତ ସମସ୍ୟା ଦୂର ହୋଇପାରେ । ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ, ବିଦ୍ୱାନ ଓ ଦୟାଳୁ ହେବେ ।
କୌଣସି କାରଣରୁ ମାନସିକ ସ୍ତରରେ ଅଶାନ୍ତି ଦେଖାଦେଇପାରେ । ଉଦାସୀନ ରହିପାରନ୍ତି । ବାଦ-ବିବାଦର ସମ୍ମୁଖୀନ ହେବେ । ମନ୍ତ୍ରଣାଦାତା ହେବେ । ସୁକୃତି ସମ୍ପନ୍ନ ହୋଇପାରନ୍ତି । ସକଳ ଶାସ୍ତ୍ର ଜ୍ଞାତା ଓ ଦେବ-ଦ୍ୱିଜ ପରାୟଣ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments