OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 20th Dec 2019

Odia Rashiphala

Odia Rashiphala

ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି । ଶତ୍ରୁ ବଳବାନ୍ ହେଲେ ବି ନିର୍ଭୟରେ କାର୍ଯ୍ୟ କରିବେ । ସୁପରାମର୍ଶ ଗ୍ରହଣ କରି ଆଗକୁ ବଢ଼ି ପାରନ୍ତି । ମନସ୍କାମନା ପୂରଣ ହେବ । ଧର୍ମ-ଧାରଣାରେ ବ୍ରତୀ ହେବେ । ସତ୍‌ସଙ୍ଗୀ ହୋଇପାରନ୍ତି ।
ଭ୍ରାତୃ ବିବାଦର ଅନ୍ତଃ ଘଟିବ । ପରଚର୍ଚ୍ଚାରୁ ବିରତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଶତ୍ରୁଭାବ ବୃଦ୍ଧି ହେବ; ମାତ୍ର କିଛି ଅନିଷ୍ଟ ହେବ ନାହିଁ । ତୀର୍ଥଯାତ୍ରା ଯୋଗ ଅଛି । ବ୍ୟବସାୟରୁ ଧନ ଲାଭର ସୂଚନା ମିଳୁଛି ।
କୌଣସ କାରଣକୁ ନେଇ ମନରେ କ୍ରୋଧ ଓ ବିରକ୍ତି ଭାବ ଆସିପାରେ । କୃଷିକ୍ଷେତରୁ ଆମଦାନୀ ପାଇଁ ଲାଗି ପଡ଼ିବେ । ଯାନବାହନ ସୁଖ ମିଳିବ । ଭୋଗ-ବିଳାସ କରିପାରନ୍ତି । ଗୃହ ପରିବେଶ ଶାନ୍ତିଦାୟକ ହେବ । ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ।
କର୍ମକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଧର୍ମ ଭାବନା ମନରେ ଜାଗ୍ରତ ହେବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି-ଗଢ଼ି ତୋଳିବ । ପ୍ରୀତିଲାଭ କରିବେ ।
ବିରୋଧର ଅବସାନ ଘଟିବ । ଆଶାବାଦୀ ହୋଇପାରନ୍ତି । ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ମିଳିବ । ବିଳାସ ବ୍ୟସନ କରିପାରନ୍ତି । ସୌନ୍ଦର୍ଯ୍ୟ ଉପଭୋଗ, ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ପ୍ରଶଂସାର ପାତ୍ର ହେବେ ।
ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ରୋଜଗାର ଆଶାନୁରୂପ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ମହାନ୍ ହେବ ।
ପ୍ରତାରଣାର ଶିକାର ହୋଇପାରନ୍ତି । କାର୍ଯ୍ୟରେ ବାଧା, ବିଘ୍ନ ଉପୁଜି ପାରେ । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ସ୍ନେହପୂର୍ଣ୍ଣ ଛଳନା କଥାରେ ଅନ୍ୟମାନଙ୍କର ମନ ନେଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ ।
ପ୍ରାୟ ପ୍ରତେକ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସମାପନ କରିବେ । ରୋଜଗାର ଆଶାନୁରୂପ ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ବ୍ୟବସାୟ ଲାଭଜନକ ହେବ । ସରକାରୀସ୍ତରରୁ ସମ୍ମାନ ସହ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି । କରିତ୍‌କର୍ମା ହେବେ ।
ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ଆତ୍ମ ସନ୍ତୋଷ ଲାଭ କରିବେ । ଦୀର୍ଘ ଦିନର ଆଶାପୂରଣ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବ୍ୟବସାୟ ଲାଭଜନକ ହେବ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । କର୍ମତତ୍ପରତା ପ୍ରକାଶିତ ହୋଇପାରେ ।
ମାନସିକ ସ୍ତରରେ ଉଦ୍‌ବେଗ ଜାତ ହୋଇପାରେ । ଭାଗ୍ୟର ପରିବର୍ତ୍ତନ ଘଟିବ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଦେବପୂଜାରେ ନିରତ ହେବେ । ଜନୈକା ମହିଳାଙ୍କ ସହାୟତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ ।
ଧନାଦିରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଧନ ମାନ ସବୁ କିଛି ମିଳିପାରେ । ସମସ୍ୟା ବୃଦ୍ଧି ହେବ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଚିନ୍ତାଧାରା ଉନ୍ନତମାନର ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ କରିବେ ।
ଯୋଗାଯୋଗରେ ପ୍ରଗତି ଘଟିବ । ବନ୍ଧୁ ମିଳନର ସୁଯୋଗ ଅଛି । ଅର୍ଥ ସଞ୍ଚୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଯଶସ୍ୱୀ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହେବେ । ଉଦାର ଚରିତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments