OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 19th July 2019

Odia Rashiphala

Odia Rashiphala

ମୂଲ୍ୟ ଦ୍ରବ୍ୟ ପାଇବାର ସୂଚନା ମିଳୁଛି । ଆୟ ଯଥେଷ୍ଟ ପରିମାଣର ହୋଇପାରେ । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଗୃହ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ବହୁବିଧ ଧନ ମିଳିବ । ଉତ୍ତମ ଗୁଣଯୁକ୍ତ ହେବେ ।
ମନୋବଳ ଦୃଢ଼ତର ହେବ । ସହାୟତା ମିଳିବା ସହଜ, ସୁଗମ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ହସ-ଖୁସିରେ ସମୟ ବିତିବ । ଧନାଗମର ସୂଚନା ମିଳୁଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।
ବିପଦ ଦୂରେଇ ଯିବ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଚୌର ଭୟ ଅଛି । ଶତ୍ରୁ ଉପରେ ନଜର ରଖିବାକୁ ପଡ଼ିବ । ଚିତ୍ତରେ ଅସ୍ଥିରତା ଦେଖା ଦେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।
ଅନ୍ୟର ଆଶ୍ରୟଦାତା ହେଲେ ନିଜେ ବିଶେଷ ଉପକୃତ ହେବେ । ହସ, ଖୁସିରେ ସମୟ ବିତାଇ ପାରନ୍ତି । ବାଣିଜ୍ୟ କାରବାରରେ ଭଲ ଲାଭ ମିଳିବ । ମନୋରମା ରମଣୀଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ ।
ଆଶାବାଦୀ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁ ସହିତ ମୁହାଁମୁହିଁ ହେବେ । ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି । ଭ୍ରାତୃସ୍ନେହ ଅତୁଟ ରହିବ । ସାମାଜିକ ପ୍ରତିଷ୍ଠା ମିଳିବ ।
ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ମନଇଚ୍ଛା କାର୍ଯ୍ୟ ନ କରି ପରାମର୍ଶ ନେବେ । ବିଭିନ୍ନ ସ୍ତରରୁ ଆଶା କରୁଥିବା ସହାୟତା ମିଳିପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଶରୀର ସୁସ୍ଥ ରହିବ । ଗୃହରେ ଶାନ୍ତିର ବାତାବରଣ ଦେଖା ଦେବ । ସୁଖ ମିଳିବ ।
ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ଘରକରଣା ଦ୍ରବ୍ୟ ସଜାଡ଼ିବାରେ ମନ ଦେଇପାରନ୍ତି । କୃଷି କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଦାନଶୀଳ ହେବେ ।
ଭ୍ରାତୃ ବିବାଦ ଲାଗିବାର ସମ୍ଭାବନା ଅଛି । ଉଚ୍ଚ ସମ୍ମାନ ଲାଭ କରିବେ । ଚିନ୍ତାଧାରା ମହତ୍ ହେବ । ଯଶସ୍ୱୀ ହୋଇପାରନ୍ତି । ସାଧନା ଫଳବତୀ ହେବ । ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ଅଛି । ପ୍ରତିଯୋଗିତାରେ ବିଜୟୀ ହେବେ ।
ମନରେ ଭକ୍ତି ଭାବନା ଜାଗ୍ରତ ହେବ । ଉଚ୍ଚଆଶା ଫଳବତୀ ହେବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ପୂଜାର୍ଚ୍ଚନା କରି ଆତ୍ମତୃପ୍ତି ଲାଭ କରିବେ । ଭାଗ୍ୟର ସାମାନ୍ୟ ପରିବର୍ତ୍ତନ ଘଟିପାରେ । ଭିନ୍ନ ଭିନ୍ନ ଦିଗରୁ ଧନାଗମ ହେବ ।
ଦାୟିତ୍ୱର ପରିବର୍ତ୍ତନ ଘଟିବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ପ୍ରଶଂସା ମିଳିବ । ମନରେ ପ୍ରସନ୍ନତା ଦେଖା ଦେବ । ରୋଜଗାର ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଆୟ ଯଥେଷ୍ଟ ପରିମାଣର ହେବ । ବ୍ୟୟ ବୃଦ୍ଧିର ବି ସମ୍ଭାବନା ଅଛି । କଥାଶୈଳୀରେ ପରକୁ ଆପଣାର କରିପାରନ୍ତି । କ୍ଷମତା ଜାରି କରିବାର ଶକ୍ତି ପ୍ର‌େ‌ୟାଗ କରି କୃତକାର୍ଯ୍ୟ ହେବେ । ମିଷ୍ଟଭାଷୀ ହେବେ । ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ ।
ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । କାର୍ଯ୍ୟର ସଫଳ ରୂପାୟନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ସରକାରୀ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି । ଚଞ୍ଚଳ ଚେଷ୍ଟିତ ହେବେ । ଲୋକପ୍ରିୟ ହେବେ । ମାନ-ସମ୍ମାନ ବୃଦ୍ଧି ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments