OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 17th January 2020

Odia Rashiphala

Odia Rashiphala

ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ସ୍ଥିତି ଅନୁକୂଳ ଅଛି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଚିନ୍ତାଧାରା ମହତ ହେବ । ଜନପ୍ରିୟ ହେବେ । ସୁତ୍‌ପଥଗାମୀ ହୋଇପାରନ୍ତି । ବିଦ୍ୟାରୂପକ ମହାଧନ ଅର୍ଜନ କରିବେ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଭାଗ୍ୟବାନ୍ ହେବେ । ସମ୍ମାନିତ ହୋଇପାରନ୍ତି । ଧନଯୁକ୍ତ ହେବେ । ସ୍ତ୍ରୀ ପୁତ୍ର ପ୍ରୀତିଯୁକ୍ତ ହେବେ । ଶତ୍ରୁକୁ ପରାସ୍ତ କରିବାରେ ସଫଳତା ଲାଭ କରିବେ ।
କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ; ମାତ୍ର ବିଳମ୍ବରେ । ପତ୍ନୀଙ୍କ ଧନ ଉପଭୋଗ କରିବେ । ବିନୟୀ ହେବେ । ଶାନ୍ତଗୁଣଯୁକ୍ତ ହୋଇପାରନ୍ତି । ମନ୍ତ୍ରଣା ଶକ୍ତିଯୁକ୍ତ ହେବେ । କାବ୍ୟକର୍ତ୍ତା ହୋଇପାରନ୍ତି । ସୁଖୀ ହେବେ । ନିଜ ବଳାର୍ଜିତ ଧନଭୋଗ କରିବେ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନରେ ସେବା ଭାବନା ଜାଗ୍ରତ ହେବ । କର୍ମକୁଶଳତା ପ୍ରକାଶ ପାଇବ । ପୂଜାର୍ଚ୍ଚନାରେ ମନୋନିବେଶ କରିପାରନ୍ତି । ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
ଆଳସ୍ୟ ପରାୟଣ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । କାର୍ଯ୍ୟ ବିଳମ୍ବିତ ହୋଇପାରେ । ତ୍ୟାଗପୂତ ମନୋଭାବ ଗ୍ରହଣ କରିବେ । ନୀତିନିଷ୍ଠ ହୋଇପାରନ୍ତି । ଚଞ୍ଚଳମନା ହେବେ । ବହୁଧନ ପ୍ରାପ୍ତି ସହ ଉତ୍ତମ ବଂଶର କନ୍ୟା ଆଣିବେ ।
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଆସନ୍ନ ପ୍ରସବା ଥିଲେ ପୁତ୍ର ଲାଭ ହୋଇପାରେ । ବଳିଷ୍ଠ ଓ ସୁନ୍ଦର ସ୍ୱରୂପଯୁକ୍ତ ହେବେ । ବିଶ୍ୱାସୀ ମିତ୍ରଯୁକ୍ତ ହୋଇପାରନ୍ତି ।
ପ୍ରତିବନ୍ଧକ ଲାଗୁ ହୋଇପାରେ । କର୍ମକ୍ଷେତ୍ରର ସଫଳ ରୂପାୟନ କରିପାରନ୍ତି । ଉନ୍ନତିମାର୍ଗରେ ଆଗକୁ ବଢ଼ିବେ । ଶୁଭକାର୍ଯ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ପାରିବାରିକ ସୁଖ ମିଳିବ । ଭାଷାବିତ୍ ଭାବେ ପୂଜ୍ୟ ହୋଇପାରନ୍ତି ।
କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେଲେ ସଫଳତା ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଦେହ ଓ ମାନସିକ ସ୍ଥିତି ଉନ୍ନତମାନର ହେବ । ବାଣିଜ୍ୟ ବିଷାରଦ ହୋଇପାରନ୍ତି । ରାଜକୃପା ମିଳିବ ।
କର୍ମ ତତ୍ପର ହେବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ଶ୍ରମ ସାର୍ଥକ ହେବ । ସରକାରୀ ଅର୍ଥ ମିଳିପାରେ । ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗ ମିଳିପାରେ । କୀର୍ତ୍ତି, ମର୍ତ୍ତି, ସନ୍ତୋଷ ସବୁ କିଛି ମିଳିପାରେ ।
ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟ ସିଦ୍ଧି ହେବ । ମାତ୍ର ବିଳମ୍ବରେ ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନିର୍ବାଚନ କାରସାଦିକୁ ପ୍ରତିହତ କରି ବିଜୟୀ ହେବେ । ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ ।
ମିତ୍ର ଲାଭର ସୂଚନା ମିଳୁଛି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ବ୍ୟବସାୟରେ ଲାଭଜନକ ହେବ । ବିଚକ୍ଷଣ ହେବେ । ଜନପ୍ରିୟ ହୋଇପାରନ୍ତି । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ହାସ୍ୟଯୁକ୍ତ ହେବେ ।
ମନରେ ଅହଂଭାବ ପୋଷଣ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଗରିବ-ଗୁରୁବାଙ୍କ ପ୍ରତି ଦୟାର ଅବତାର ହୋଇପାରନ୍ତି । ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତା ମିଳିବ । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments