OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 16th August 2019

Odia Rashiphala

Odia Rashiphala

ଧୈର୍ଯ୍ୟ ଓ ପାରଦର୍ଶିତାର ପୁରସ୍କାର ପାଇବେ । ସ୍ୱଳ୍ପ ଆୟର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ମନ ପ୍ରସନ୍ନ ରହିବ । ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଔଷଧ କିମ୍ବା ଶୃଙ୍ଗାର ବ୍ୟବସାୟ ଲାଭଜନକ ହେବ ।
କାର୍ଯ୍ୟରେ ପୂର୍ଣ୍ଣତା ପ୍ରାପ୍ତି ନିମନ୍ତେ ଲାଗି ପଡ଼ିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ । ନୀରୋଗ ରହିବେ । ଆୟ ଆଶାନୁରୂପ ହେବ । ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ ।
କାର୍ଯ୍ୟରେ ପଛେଇ ଯାଇପାରନ୍ତି । ଶାରୀରିକ କ୍ଷେତ୍ରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ରୋଜଗାର ମଧ୍ୟମ ଧରଣର ହୋଇପାରେ । ଚାକିରି କ୍ଷେତ୍ରରେ ସନ୍ଦିହାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ।
ସହକର୍ମୀଙ୍କ ସହିତ ସୁସମ୍ପର୍କ ରହିବ । ବ୍ୟବସାୟରେ ଆଗକୁ ବଢ଼ିବେ । ବନ୍ଧୁ ଓ ସହୋଦରମାନଙ୍କ ସାହାଯ୍ୟ ପାଇ ଅସାଧ୍ୟ ସାଧନ କରିପାରନ୍ତି । ସେବକ ମନୋଭାବର ହୋଇପାରନ୍ତି । କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ ଜାରି ରଖିବେ ।
ଅସଜଡ଼ା କାର୍ଯ୍ୟକୁ ସଜାଡ଼ି ଦେଇପାରନ୍ତି । ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜି ପାରେ । ମନ ଚଞ୍ଚଳ ରହିବ । ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ । ଶତ୍ରୁ ବଳବାନ୍ ଥାଇ ମଧ୍ୟ ଅପସରି ଯିବ । ଚାକିରିରେ ସୁନା ମିଳିବ । ବିଦ୍ୟାର୍ଥୀ ଖେଳକୁଦରେ ସତର୍କ ହେବେ ।
ମନରେ ନୂତନ ଚିନ୍ତାଧାରା ଉଦ୍ରେକ ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି । କାର୍ଯ୍ୟରେ ଆଗେଇବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଚାକିରିରେ ଉଚ୍ଚଆଶା ଫଳବତୀ ହେବ । ବିଦ୍ୟାର୍ଥୀ ଖୁସି ହେବେ ।
କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି । ମନୋବଳ ଦୃଢ଼ ରହିବ । ସୁସ୍ଥ ରହିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଦାନଶୀଳ ହୋଇପାରନ୍ତି । ବିଦ୍ୟାର୍ଥୀ ଆଗକୁ ବଢ଼ିବେ ।
ଉପୁଜି ଥିବା ବିବାଦର ସମାଧାନ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଆୟ ବୃଦ୍ଧିର ମାର୍ଗ ଉନ୍ମୁକ୍ତ ହେବ । ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ ।
ଚିନ୍ତା ଦୂରେଇ ଯିବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟଶାଳୀ ହେବେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ ବିଳମ୍ୱିତ ହୋଇପାରେ । ଭ୍ରମଣ ଯୋଗ ଅଛି । ଚାକିରିରେ ସହଯୋଗ ମିଳିବ । ବିଦ୍ୟାର୍ଥୀ ଆଗେଇବେ ।
ସୁଖ, ସନ୍ତୋଷ ଲାଭ କରିପାରନ୍ତି । ବନ୍ଧୁ ସହାୟତା ଓ ସରକାରୀ ପ୍ରୋତ୍ସାହନ ପାଇ ଲାଭବାନ୍ ହେବେ । ଗୁଣଯୁକ୍ତ ହେବେ । ଧନବାନ୍ ହୋଇପାରନ୍ତି । ଭୋଜନ ରୁଚିକର ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀ ସୁଖୀ ହେବେ ।
ନିଜ ମନକୁ ନିଜେ ସାନ୍ତ୍ୱନା ଦେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କିଛି ସମୟ ପାଇଁ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ । ମଧୁର କଥାରେ ଅନ୍ୟମାନଙ୍କୁ ଆୟତ୍ତ କରିପାରନ୍ତି । ବିଦ୍ୟାର୍ଥୀ ସୁଖୀ ହେବେ ।
ଉପୁଜିଥିବା ଜଞ୍ଜାଳ ତୁଟାଇ ଉନ୍ନତି ପଥରେ ଆଗକୁ ବଢ଼ି ପାରନ୍ତି । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି । ସୁଶୀଳା ପତ୍ନୀଙ୍କ ସହଯୋଗ ପାଇବେ । ଦାମ୍ପତ୍ୟ ସୁଖ ମିଳିବ । ବିଦ୍ୟାର୍ଥୀ ନିଜର କରିସ୍ମା ଦେଖାଇବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments