Odia Rashiphala

Odia Rasiphala Friday 15th May 2020

Daily Odia Horoscope

ଉଦ୍‌ଯୋଗୀ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ବନ୍ଧୁ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ପ୍ରଗାଢ଼ ଅନୁରକ୍ତି ରହିବ । ଗରିମାମୟ ହେବେ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ପ୍ରିୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ ।
କର୍ମକ୍ଷେତ୍ର ଲାଭଦାୟକ ହେବ । ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି । ଚିନ୍ତାଧାରା ସ୍ୱଚ୍ଛ ଓ ନିର୍ମଳ ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶ୍ରେଷ୍ଠ ପଦରେ ଆସୀନ ହେବା ସହ ଶତ୍ରୁ ବିଜୟୀ ହେବେ । ନମ୍ରତାର ସହ କାର୍ଯ୍ୟ କରିବେ ।
ଉଚ୍ଚ ସମ୍ମାନ ଲାଭ କରିବେ । ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବା ସହ ପ୍ରୀତି ଲାଭ କରିପାରନ୍ତି । ଉଚ୍ଚକୋଟିର ବ୍ୟକ୍ତବ୍ୟ ପ୍ରଦାନ କରି ଜନସାଧାରଣଙ୍କ ମନ ନେଇ ପାରନ୍ତି ।
ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ଶତ୍ରୁ ନିପାତ କରିବାରେ ସିଦ୍ଧହସ୍ତ ହେବେ । ଦେବ ଦ୍ୱିଜ ପରାୟଣ ହେବେ । କଳ୍ପନାବିଳାସୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ଦୂରଯାତ୍ରା ଶୁଭଦାୟକ ହେବ । ବହୁ ଶୁଭଫଳ ଆଶା କରାଯାଏ । ବିଦ୍ୟାବାନ୍ ହେବେ । ଧର୍ମପରାୟଣ ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅଶାନ୍ତି ଦୂର ହେବ ।
ନୂତନ କାର୍ଯ୍ୟର ଶୁଭାରମ୍ଭ କରିବେ । ମନରେ ଗର୍ବଭାବ ବହନ କରିପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେବ ଦର୍ଶନର ସୁଯୋଗ ଅଛି । ବାକ୍ୟବୀର ନହୋଇ କର୍ମବୀର ହୋଇପାରନ୍ତି ।
ବହୁ ସୁଖର ଅଧିକାରୀ ହେବେ । ବିଦ୍ୟାଯୁକ୍ତ ହୋଇପାରନ୍ତି । ସାଧୁମାନଙ୍କ ଆଶୀର୍ବାଦକୁ ପାଥେୟ କରି ଗୁରୁତ୍ୱପୂର୍ଣ୍ଣ କରିବେ । ଶତ୍ରୁ ଦମନ କରି ଧନଭୋଗ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୁଖ ମିଳିବ ।
ବିଳମ୍ବରେ କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ । ସତ୍‌ସଙ୍ଗୀ ହେବେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରୀତିଲାଭ କରିପାରନ୍ତି । କୁଳ ପ୍ରଧାନ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଧନ ଲାଭ ହେବ ।
ଆନନ୍ଦ ଉତ୍ସବ ଲାଗି ରହିବ । କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ବିନୟ ଭାବ ପ୍ରକାଶ କରିବେ ।
କର୍ମ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶାବାଦୀ ହୋଇପାରନ୍ତି । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ବୁଦ୍ଧିଭ୍ରମ ହେବାର ଆଶଙ୍କା ଅଛି । ଶତ୍ରୁ ଦମନ କରିବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ମନରେ ପ୍ରସନ୍ନ ଭାବ ଦେଖାଦେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଭୁଲ ବାଟରେ ନେବାକୁ ଚେଷ୍ଟା କରିବେ ।
କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ବ୍ୟୟାଧିକ୍ୟ ସମ୍ମୁଖୀନ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବିତ୍ତବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X