OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 15th March 2019

Odia Rashiphala

Odia Rashiphala

ପଡ଼ୋଶୀମାନେ ପ୍ରତିହିଂସା ପରାୟଣ ହୋଇ ଅସୁବିଧାରେ ପକାଇବାକୁ ବୃଥା ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ମନପ୍ରସନ୍ନ ରହିବ । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ ।
ସଞ୍ଚୟରେ ସଫଳ ହେବେ । ଲୋଭଗ୍ରସ୍ତ ହୋଇପାରନ୍ତି । ସୌଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ ।
ସରକାରୀ ସହାୟତା ସହିତ ଭାଇଙ୍କ ସହଯୋଗ ପ୍ରାପ୍ତ ହେବେ । ଉତ୍ତମ ଭୋଜନ ପାଇ ତୃପ୍ତି ହେବେ। ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ । ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିବେ । ରଣାଙ୍ଗନରେ ବିଜୟୀ ହେବେ ।
ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ । ମଧୁର ବଚନ କହି ଅନ୍ୟମାନଙ୍କ ମନତୋଷ କରିପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ଓ ଜ୍ଞାନୀ ହେବେ ।
 ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଜନସାଧାରଣଙ୍କର ପ୍ରିୟ ପାତ୍ର ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସମ୍ମାନର ସହ ସରକାରୀ ଅର୍ଥ ମିଳିବ ।
ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ପରିବାରର ମୁଖ୍ୟ ହେବେ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହେବେ । ଯଶସ୍ୱୀ ହୋଇପାରନ୍ତି ।
ବିପଦ ଦୂରେଇ ଯିବ । ସ୍ନେହ, ସହାନୁଭୂତି ମିଳିବ । ଭାଗ୍ୟଶାଳୀ ହେବେ । ଦିନଟି ଆନନ୍ଦ ଉପଭୋଗରେ ଅତିବାହିତ ହେବ । ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ସମ୍ପତ୍ତିବାନ୍ ହେବେ ।
ରୋଜଗାର ଧୀରେ ଧୀରେ କମି ଯାଇପାରେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ପ୍ରତିଶୋଧ ପରାୟଣ ମନୋବୃତ୍ତି ରହିବ । ସ୍ୱାଭିମାନୀ ହୋଇପାରନ୍ତି । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ବିଦେଶ ଭ୍ରମଣର ସୁଯୋଗ ଅଛି । ସୁଖ ସମ୍ଭୋଗ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଗ୍ରହଣ କରିବେ । ଶାନ୍ତ ଓ ଧର୍ଯ୍ୟବାନ୍ ହେବେ । ବନ୍ଧୁ ସହାୟତା ପାଇ ଖୁସି ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରନ୍ତି । ଏପରି ପରିସ୍ଥିତି ସୃଷ୍ଟିହେବ; ଯେଉଁଥି ପାଇଁ କ୍ରୋଧ ସମ୍ବରଣ କରିବା ସମ୍ଭବ ନୁହେଁ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ବଳଶାଳୀ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ମିଳିବ ।
ଅର୍ଥ ପ୍ରାପ୍ତିର ସୂଚନା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ଲଟେରୀ ଉଠାଣ ଆପଣଙ୍କ ସପକ୍ଷରେ ଯିବ । ଧାର୍ମିକ, ତେଜସ୍ୱୀ, ଉତ୍ତମ ବ୍ୟକ୍ତି ସମ୍ପନ୍ନ ହେବେ । ଦାନ-ଧର୍ମ କରିପାରନ୍ତି ।
ଉପୁଜି ଥିବା ଅଶାନ୍ତି ଦୂର ହୋଇପାରେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଦୀକ୍ଷାଭାବେ ଗ୍ରହଣ କରିବେ । ଶୋଭନ ବ୍ୟକ୍ତିତ୍ୱ ଅଧିକାରୀ ହେବେ । କୃଷି କର୍ମକାରୀ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments