OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 13th Sep 2019

Odia Rashiphala

Odia Rashiphala

ତରବର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ । ସୁଖ ମିଳିବ । ସମ୍ମାନିତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିପାରେ କୀର୍ତ୍ତିମାନ୍ ହେବେ । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ ।
ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଗୃହ ପରିବେଶ ଆନନ୍ଦଦାୟକ ହେବ । ବହୁବିଧ ଧନର ଅଧିକାରୀ ହେବେ । କୀର୍ତ୍ତିମାନ ଓ ଗୁଣଜ୍ଞ ହେବେ ।
ଅସତ୍‌କର୍ମରୁ ଦୂରେଇ ରହିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଜଣେ କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଭୋଗ-ବିଳାସରେ ଦିନଟି ଅତିବାହିତ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକା ମହିଳା ସାହାଯ୍ୟ କରିବେ ।
ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ସଫଳତା ମିଳିବ । ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସନ୍ତାପିତ ହେବେ । ନାନା ବିଭବରେ ମଣ୍ଡିତ ହେବେ । ପୁତ୍ର ସୁଖ ମିଳିପାରେ । ଧନ, ଯାନବାହନ ଓ ଉତ୍ତମ ବଚନାଦିରେ ପଟୁ ହେବେ ।
ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଆମୋଦପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସର୍ବସୁଖ ଲାଭ କରିପାରନ୍ତି । ପ୍ରଭୂତ ଧନ ଭଣ୍ଡାରର ଅଧିକାରୀ ହେବେ । ଧାର୍ମିକ ପ୍ରବର ହେବେ । ସନ୍‌ମାର୍ଗୀ ହୋଇପାରନ୍ତି । ବ୍ରହ୍ମ ଉପାସକ ହେବେ ।
ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ । ଆନନ୍ଦ-ଉତ୍ସବ ଲାଗି ରହିବ । ଦୀର୍ଘଦିନର ଆଶା ପୂରଣ ହେବ । ଗୁରୁତ୍ୱପୂର୍ଣ୍ଣ ବିଶେଷ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ଶ୍ରେଷ୍ଠ ସମ୍ମାନ ଲାଭ କରିବେ । ସନ୍‌ମାର୍ଗୀ ହେବେ । ଧନବାନ୍ ହେବେ । ଶାସ୍ତ୍ରଜ୍ଞ ହେବେ ।
ନିଜର ଦୈନଦିନ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଆତ୍ମ ସଂଯମୀ ହେବେ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବେ । ହଠାତ୍ କିଛି ଅର୍ଥ ମିଳିପାରେ । ଚଞ୍ଚଳମନା ହେବେ । ବ୍ୟବସାୟ ଲାଭଜନକ ହେବ ।
ଯୋଜନାର ତ୍ରୁଟି ସଂଶୋଧନ କରିବାରେ ସକ୍ଷମ ହେବେ । ବାଧା-ବିଘ୍ନ ଥାଇ ମଧ୍ୟ ସର୍ବାଙ୍ଗୀଣ ଉନ୍ନତି ସମ୍ଭବ ହେବ । କୃଷି କର୍ମକୁ ଆଦରି ନେବେ । ସୁଖ ଭୋଗ କରିବେ । ଗୃହ ପରିବେଶ ସ୍ୱାସ୍ଥ୍ୟ ପାଇଁ ହିତକର ହେବ । ଯାନବାହନ ସୁଖ ପାଇ ପାରନ୍ତି ।
ବିପଦମୁକ୍ତ ହେବେ । ମନୋବଳ ଦୃଢ଼ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଯଶସ୍ୱୀ ହୋଇପାରନ୍ତି । ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ଉପୁଜି ଥିବା ବିବାଦର ନିର୍ବିଘ୍ନରେ ସମାଧାନ ହୋଇପାରେ । ସୁଖ ସମ୍ମାନ ଲାଭ କରିପାରନ୍ତି । ଈଶ୍ୱରଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହେବ । ଭୋଗୀ ଓ ବିଳାସୀ ହେବେ । ଶୁଭଖବର ମିଳିବ । ଶାନ୍ତି-ସନ୍ତୋଷ ଲାଭ କରିବେ । ଧନାଗମ ହେବ ।
ସୁଖ-ସନ୍ତୋଷ ମିଳିବ । ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ ।
ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଭ୍ରାତୃ ଭାବ ଅତୁଟ ରହିବ । ଚଞ୍ଚଳ ଚେଷ୍ଟିତ ହେବେ । ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି । ସାହସୀ ହେବେ । ଜ୍ଞାନ-ଗରିମାମୟ ହୋଇପାରନ୍ତି । ଉଚ୍ଚସ୍ଥାନ ଯିବା ମନା ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments