OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 12th March 2021

Odia Rashiphala

Odia Rashiphala

ଦ୍ୱିଜା ନକ୍ଷତ୍ର ବ୍ୟକ୍ତିର ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଲାଭ ।
ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସରକାରୀ ଧନ ମିଳିବ । ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିବେ । କୀର୍ତ୍ତିମାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ । କୃର୍ତ୍ତିକା ଓ ମୃଗଶରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ ।
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସେବା କାର୍ଯ୍ୟରେ ମନୋନିବେଶ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଜୟ ଭାବର ହୋଇପାରନ୍ତି । ପ୍ରବଳ ପ୍ରତାପୀ ହେବେ । ସନ୍‌ମାର୍ଗୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ ।
ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ପାଇବେ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ମୃଗଶରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ ।
ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଆମୋଦ ପ୍ରମୋଦରେ ଦିନଟି ଅତି ବାହିତ କରିପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ; ମାତ୍ର ଧର୍ମ ହାନି ଘଟିବାର ଆଶଙ୍କା ଅଛି । ରୋଜଗାର ଊଣା ହେବ ନାହିଁ । ବନ୍ଧୁ ସହାୟତା ମିଳିବ । ମଘା ଓ ଉତ୍ତରାଷାଢ଼ା ଫାଲ୍‌ଗୁନୀର ସାମାନ୍ୟ ଶୁଭ ।
ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଭାଗ୍ୟଶାଳୀ ହେବେ । ଅସାଧୁ ଓ ଦୁଷ୍ଟ ପ୍ରକୃତିର ଲୋକଙ୍କୁ ଦମନ କରି ପାରନ୍ତି । ଶତ୍ରୁ ବିନାଶ କରିପାରନ୍ତି । ଧନ ଭୋଗର ସୂଚନା ମିଳୁଛି । ତେଜୀୟାନ୍ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରନ୍ତି । ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ । ଧନଯୁକ୍ତ ହେବେ । ଗୁଣଜ୍ଞ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ସୁଖୀ ହେବେ । ରାଜପୂଜା ମିଳିପାରେ । ସନ୍ତାନ ସୁଖ ମିଳିବ । ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ ।
ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଧୀର ବୁଦ୍ଧି ସ୍ଥିର ଚିତ୍ତରେ କାର୍ଯ୍ୟ କରି ଚାଲିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ନାନା ବିଭବରେ ମଣ୍ଡିତ ହେବେ । କୁଳ ପ୍ରଧାନ ହେବେ । ବିଶାଖା ନକ୍ଷତ୍ର ସାମାନ୍ୟ ଶୁଭଫଳ ।
ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସାଧୁ ଲୋକଙ୍କର ପ୍ରିୟ ଭାଜନ ହେବେ । ନିର୍ଭୟରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ।
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଶାସ୍ତ୍ରପଟୁ ଓ ପୁଣ୍ୟଦେହୀ ହୋଇପାରନ୍ତି । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ପ୍ରାପ୍ତ ହେବେ । ପରଧନରେ ଧନୀ ହୋଇପାରନ୍ତି । ଗୃହ ପରିବେଶ ଉତ୍ତମ ହେବ । ଉତ୍ତରାଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭ ।
ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିର ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଜିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧନିଷ୍ଠା ଓ ପୂର୍ବ ଭାଦ୍ରର ସାମାନ୍ୟ ଫଳ ।
ଉତ୍ତର ଭାଦ୍ର ପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶୁଭକାର୍ଯ୍ୟ ପାଇଁ ଅଜ୍ଞାତରେ ଦାନ କରି ପାରନ୍ତି । ପତ୍ନୀଙ୍କ ପ୍ରାଧାନ୍ୟ ରହିବ । ବ୍ରହ୍ମ କଲ୍ୟାଣ ଲାଭ କରିବେ । ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments