![]() |
ଉଚ୍ଚାଭିଳାଷୀ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି । ସାଂସାରିକ ସୁଖ ଅବ୍ୟାହତ ରହିବ । |
ଧନଲାଭର ସୂଚନା ମିଳୁଛି । ଦ୍ରବ୍ୟ ଲାଭ ହୋଇପାରେ । ରୁଚିକର ଭୋଜନ ମିଳିବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ପଦୋନ୍ନତିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । | |
ଉପୁଜିଥିବା ସମସ୍ୟାକୁ ଭ୍ରୂକ୍ଷେପ ନ କରି ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ଅତିଥି ସେବାରେ ଧନ ବ୍ୟୟ କରିବେ । ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି । ଭାଷା ଓ ବ୍ୟବହାର ଭଦ୍ରୋଚିତ୍ତ ହେବ । | |
କର୍ମ କୁଶଳତା ପ୍ରକାଶ ପାଇବ । ଉପୁଜିଥିବା ଦୁଶ୍ଚିନ୍ତା ମାନସପଟରୁ ଲିଭି ଯାଇପାରେ । ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ । ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । | |
ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇପାରେ । ବନ୍ଧୁ ସହଯୋଗ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ସାଧନା ଫଳବତୀ ହେବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । | |
ଜୀବନ ସମୃଦ୍ଧ ଓ ସୁଖମୟ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତ୍ୟେକ କାର୍ଯ୍ୟ ସହଜ ସୁଲଭ ହେବ । କ୍ଷମତାଶୀଳ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ପରୋପକାରୀ ହେବେ । | |
ସେବାପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସ୍ୱାସ୍ଥ୍ୟ ପାଇଁ ଯତ୍ନଶୀଳ ହେବେ । ସନ୍ମାର୍ଗୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସମୟାନୁବର୍ତ୍ତୀ ହୋଇପାରନ୍ତି । | |
ନିର୍ବାହ କରୁଥିବା କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍ ହେବା ସହିତ ପ୍ରଶଂସାର ପାତ୍ର ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶୁଭ କାର୍ଯ୍ୟ ସମ୍ପାଦନ କରିପାରନ୍ତି । | |
ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରିପାରନ୍ତି । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ପ୍ରିୟଜନଙ୍କ ଶୁଭଚିନ୍ତକ ହେବେ । | |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋକ୍ଷ ବ୍ୟବସାୟରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧର୍ମଧାରଣାରେ ବ୍ରତୀ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । | |
ପରିଶ୍ରମ କଠିନ ହେଲେ ବି, ତା’ର ମୂଲ୍ୟାଙ୍କନ ହେବ । ଦୁଶ୍ଚିନ୍ତା ଦୂର ହେବ । ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୃଷି କ୍ଷେତ୍ରରୁ କିଛିଟା ଆୟ ଆସିବ । ସ୍ଥିତପ୍ରଜ୍ଞ ହେବେ । | |
ସରକାରୀ ସ୍ତରରୁ ମାନ୍ୟତା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଠାକୁରଙ୍କ ଦର୍ଶନ ପାଇ ପରମ ଶାନ୍ତି ଲାଭ କରିପାରନ୍ତି । କର୍ତ୍ତବ୍ୟନିଷ୍ଟ ହେବେ । ସୁଖ-ସମ୍ଭୋଗ କରିପାରନ୍ତି । ଚିନ୍ତାଧାରା ମହତ ହେବ । |
Odia Calendar 2022
Comments
comments