OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 8th Jun 2022

Odia Rashiphala

Odia Rashiphala

ଇନ୍ଦ୍ରନୀଳ, ଉର୍ଣ୍ଣ ଆଦି ନାନା ସୁନ୍ଦର ମୂଲ୍ୟବାନ୍ ବସ୍ତୁ ଦ୍ରବ୍ୟ ଲାଭ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ। ରାଜନୀତିରେ ଉଚ୍ଚାସନ ମିଳିପାରେ। ମାତୃ କଲ୍ୟାଣ ମିଳିବ।
ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହେବେ। କଠିନ ପରିଶ୍ରମୀ ହେବେ। ଶ୍ୱଶୁର ଘର ତରଫରୁ ଧନଲାଭ ହୋଇପାରେ। ଧର୍ମକ୍ଷେତ୍ରକୁଯାତ୍ରା ଯୋଗ ଅଛି। ପତ୍ନୀ ଆପଣଙ୍କୁ ଅନେକ ସମସ୍ୟାରୁ ଉଦ୍ଧାର କରିବେ।
ଧର୍ମକ୍ରିୟାରତ ହେବେ। ଯଶସ୍ୱୀ ହେବେ। ଧର୍ଯ୍ୟର ସହ ବିପଦର ମୁକାବିଲା କରିବେ। ଧନୀ ହେବେ। ମହାଜନୀ କାରବାର କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ। ପତ୍ନୀ ଗୃହ ନିପୁଣା ହେବେ।
ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନାଶକ ହୋଇପାରନ୍ତି। ବିପଦରୁ ଶୀଘ୍ର ଉଦ୍ଧାର ପାଇବେ। ପତ୍ନୀ ଭାଗ୍ୟବତୀ ହୋଇପାରନ୍ତି। କାଶ, ବ୍ରଣ ଓ ଚର୍ମରୋଗରେ ଆକ୍ରାନ୍ତ ହୋଇପାରନ୍ତି।
ବିବାହ ବିଳମ୍ବ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଓ ସେବା ପରାୟଣା ହେବେ। ସୁଖୀ ଜୀବନ ହେବ। ସରକାରୀ ଧନ ମିଳିବ। ନିଜ ବାସସ୍ଥାନରୁ ଦୂରେଇ ରହି ବ୍ୟବସାୟ କଲେ ଭଲ ଲାଭ ହେବ।
ଶତ୍ରୁ ବିନାଶକାରୀ ହେବେ। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚପଦପଦବୀରେ ଅଧିଷ୍ଠିତ ହେବେ। ସଫଳ ରାଜନୀତିଜ୍ଞ ହୋଇପାରନ୍ତି। ଆଇନ ପରାମର୍ଶଦାତା ହୋଇପାରନ୍ତି। ଈଶ୍ୱର ବିଶ୍ୱାସୀ ହେବେ।
ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଗମ୍ଭୀର ପ୍ରକୃତିଯୁକ୍ତ ହେବେ। କଳାବିଦ୍ୟା ନିପୁଣ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଉଚ୍ଚ ଶିକ୍ଷିତ ଓ ମହାନ୍ ଡିଗ୍ରୀଧାରୀ ହେବେ।
ଧନୀ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। ହୃଦୟରେ ଉତ୍ତମ ବିଚାରଧାରା ପ୍ରବାହିତ ହେବ। କଳାବସ୍ତୁ, ତୈଳ ଓ ପରିଧାନ ବ୍ୟବସାୟ ଲାଭପ୍ରଦ ହେବ। ଚତୁର ହେବେ।
ଧନୀ ହେବେ। ଦୀର୍ଘାୟୁହୋଇପାରନ୍ତି। ମାଲିମୋକଦ୍ଦମା ଓ ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହେବେ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ଓ ପ୍ରଯତ୍ନଶୀଳ ହେବେ।
କୋଇଲା, ଚମଡ଼ା ଜୋତା, ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। ପରିଶ୍ରମୀ ହେବେ। ଗୁରୁଭକ୍ତି ଯୁକ୍ତ ହେବେ। ପୈତୃକ ସମ୍ପତ୍ତିଭୋଗ କରିବେ। ଦୟାଳୁ ଓ ନ୍ୟାୟପ୍ରିୟ ହେବେ।
ଧନବାନ୍, ଶାନ୍ତିପ୍ରିୟ, ଦୀର୍ଘଜୀବୀ, ରାଜନୀତିଜ୍ଞ, ଶତ୍ରୁବିନାଶକ ହେବେ। ସେବା ପରାୟଣ, ଉଚ୍ଚକୋଟୀର ଲେଖାରେ ଜନମାନସକୁ ଦିଗ୍‌ଦର୍ଶନ ଦେବେ। ପ୍ରବଳ ଉଦ୍ୟମୀ ହେବେ।
ପ୍ରଭାବଶାଳୀ ହେବେ।ପୁରୁଷାର୍ଥୀ, ସମ୍ପୂର୍ଣ୍ଣ ପରିବାର ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ପତ୍ନୀ ରୂପବତୀ ଓ ସୌଭାଗ୍ୟବତୀ ହେବେ। କୃଷି କର୍ମରୁ ଲାଭ ପ୍ରାପ୍ତିର ସୂଚନା ମିଳୁଛି। ତୈଳ ବ୍ୟବସାୟରୁ ଲାଭ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments