OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 7th May 2023

Odia Rashiphala

Odia Rashiphala

ଆଜି କର୍ମକ୍ଷେତ୍ରରେ ପ୍ରର୍କୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି ଓ ସାମୟିକ ଭାବପ୍ରବଣତା କାରଣରୁ ବିଭିନ୍ନ ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ କାମ ଚାପାରେନିଜକୁ ଆଡଜଷ୍ଟ କରିବାକୁ ବାଧ୍ଯ ହେବେ। ପାରିବାରିକ ସ୍ଥିତି ପରିବହନ, ନିର୍ମାଣ, ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।
ଛୋଟ ଛୋଟ ସାଧାରଣ କଥାକୁ ନେଇ ମାନସିକ ସ୍ତରରେ ଉତ୍ତେଜିତ ରହିବେ। ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିବେ। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ ।
କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ରହିପାରିବେ ନାହିଁ। ଆପଣଙ୍କର ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ। ବ୍ୟବସାୟ ଓ ପରିବହନରେ କାମ ହାସଲ କରିବେ। ଉଚ୍ଚବର୍ଗର
ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇପାରନ୍ତି।
ଗତକାଲିର ଅଧୁରା କାମକୁ ଆଜି ସମ୍ପନ୍ନ କରିବାରେ ସମର୍ଥ ହେବେ |ବନ୍ଧୁ ମିଳନ ସାଙ୍ଗକୁ ଦୂରଯାତ୍ରା ମଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ନିଜକୁ ଯୋଗାଯୋଗ ,ସାମ୍ବାଦିକତା ,ଏଜେନ୍ସିପ୍‌ରୁ ପ୍ରତିଷ୍ଠାର୍ଜନ କରିବେ |ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛି ସେପରି କିଛି ନାହିଁ |
କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି। ଫଳତଃ ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।
ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ନ୍ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଜମା ରାଶି ବୃଦ୍ଧି ପାଇବ । ତଥାପି ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସାବଧାନ ରହନ୍ତୁ ନତୂବା ନିଜ
ଲୋକମାନେ ବିଶ୍ବାସଘାତକତା କରିପାରନ୍ତି।
ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଚିନ୍ତାର କାରଣ ହୋଇପାରେ। ମାଙ୍ଗଳିକ କାମରେ କୌଣସି ସମସ୍ୟାସୃଷ୍ଟିର ସମ୍ଭାବନା ରହିଛି। ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମ କରନ୍ତ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଜିନିଷପତ୍ର ଅଦଳବଦଳ ହୋଇଯାଇପାରେ ।
କୌଣସି ବନ୍ଧୁଙ୍କ ଅସୌଜନ୍ୟ କାର୍ଯ୍ୟକଳାପ ମନକୁ ମାନ୍ଦା କରିଦେଇପାରେ। କିନ୍ତୁ ଜ୍ୟେଷ୍ନା ନକ୍ଷତ୍ର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ , ଫଳରେ ମତଦ୍ବୈଧ ଘଟିବ ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ସତର୍କରେ ନ ଚଳିଲେ କେତେକ ସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡ଼ିପାରେ । କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ଵାସ କରି କାମକରିବା ଠିକ୍‌ ହେବ ନାହିଁ। ନିଜ ଲୋକମାନେ ଭର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି। ଅଧିକାଂଶ ସମୟ ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।
ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ। ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧିପାଇବ।
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ପୂର୍ବଦିନଗୁଡିକ ଅପେକ୍ଷା ଆଜିର ଦିନଟି ସବୁ ଦିଗରୁ ଭଲ ରହିବ। ଶୁଭକାର୍ଯ୍ୟ ସମ୍ପାଦନ କରିବେ ଏବଂ: ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗ ମିଳିବ । ଅସାବଧାନତା କାରଣରୁ କୌଣସି ମୂଲ୍ୟବାନ୍‌ ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟତିବ୍ୟସ୍ତ ହୋଇପାରନ୍ତି। ସଂଗଠନ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments