OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 7th December 2022

Odia Rashiphala

Odia Rashiphala

ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ |ସ୍ବତନ୍ତ୍ର ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି |ବୈଦେଶିକ ମୁଦ୍ରା ଅର୍ଜନ କରିବାରେ ପାରଙ୍ଗମ ହେବେ |ସୁସ୍ଥ ଓ ନିରାମୟ ରହିବେ |ବାଣିଜ୍ୟ କାରବାରରୁ ଧନାଗମ ହେବ |
ଯତ୍ନ ,ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ପ୍ରାପ୍ତ ହୋଇପାରନ୍ତି |ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି |ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ବାସ୍ଥ୍ୟ ହାନି ଘଟିପାରେ |ମୋକଦ୍ଦମାରେ ଜିଣିଥିବା ଧନ ପ୍ରାପ୍ତ ହେବ |
କର୍ମଚଞ୍ଚଳ ରହିବେ |ଏକାନ୍ତରେ ମୌନ ରହି ତପସାଧନାରେନିମଗ୍ନ ହେବେ |ଭାଷା ଅମୃତ ତୁଲ୍ୟ ହୋଇପାରେ |ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି |ସ୍ବାସ୍ଥ୍ୟ ରକ୍ଷାରେ ଖର୍ଚ୍ଚାନ୍ତ ହେବେ |
ସୁସ୍ଥ ଓ ନିରାମୟ ରହିବେ |ସୁବିମଳ ଯଶର ଅଧିକାରୀ ହେବେ |ଜନସାଧାରଣଙ୍କ ସହିତ ସ୍ନେହ ,ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି |ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି | ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ |
ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନ ଅନ୍ଧକାରକୁ ଦୂର କରିପାରନ୍ତି୯ |ମନରେ ପ୍ରସନ୍ନତା ଭାବ ଦେଖା ହେବ |ସୁସ୍ଥ ଓ ନିରାମୟ ରହିବେ |ଦୟାର୍ଦ୍ରଚିତ୍ତ ହୋଇପାରନ୍ତି |ସ୍ନେହ ବଳରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି |
ସ୍ବକର୍ମ କର୍ମ ବଳରେ ଭବିଷ୍ୟ ନିର୍ମାଣ କରିପାରନ୍ତି |ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ |କର୍ମକ୍ଷତ୍ରରେ ପତ୍ନୀଙ୍କ ସହୟତା ଫଳପ୍ରସୂ ହେବ |ବିଦ୍ବାନ୍,ସାହସୀ,ଭବିଷ୍ୟବକ୍ତା ଓ ସମ୍ପତ୍ତିବାନ୍ ହୋଇପାରନ୍ତି |
ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି |ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି |କାମ ,କ୍ରୋଧ,ଲୋଭ ଓ ମୋହକୁ ନିୟନ୍ତ୍ରଣ କରି ସୁଖୀ ହେବେ |ପାରିବାରିକ ସ୍ନେହ ଅତୁଟ ରହିବ |
ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି |ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି |ଦାନଧର୍ମରେ ଦୀକ୍ଷିତ ହେବେ |ବାଣିଜ୍ୟ କାରବାର ଅତ୍ୟନ୍ତ ଲାଭଦାୟକ ହେବ |
ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି |ମିତବ୍ୟୟୀ ହେବା ସହିତ ସଞ୍ଚାୟିଭିମୁଖୀ ହୋଇପାରନ୍ତି |କର୍ମକ୍ଷେତ୍ରରେ ବିଶ୍ବସନୀୟ କାର୍ଯ୍ୟକାରୀଉଚ୍ଚ କତ୍ତୃପକ୍ଶଙ୍କ ପ୍ରଶଂସାର ପାତ୍ର ହେବେ |
ଲକ୍ଷ୍ମୀ ଦରଦାୟିକା ଅଛନ୍ତି |ଆକସ୍ମିକ ଧନଲାଭର ସୁଚନା ମିଳୁଛି |ଲଟେରିର ଉଠାଣ ଫଳ ସପକ୍ଷରେ ଯାଇପାରେ |ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ |ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ |
ସତ୍ୟ ଓ ଅହିଂସାକୁ ଜୀବନର ସଂହିତା କରିପାରନ୍ତି |ପ୍ରଜ୍ଞ ଓ ଧାଶକ୍ତିସମ୍ପନ୍ନ ହେବେ |ଦାନଧର୍ମରେ ଦୀକ୍ଷିତ ହେବେ |ଆହ୍ବାନଗୁଡିକ ଉତ୍କର୍ଷର ସୋପାନ କରିପାରନ୍ତି |ଉଦାର ସ୍ବଭାବର ହେବେ |କୃଷିରୁ ଆୟ ଆସିବ |
ବିବେକୀରୂପୀ ମହାର୍ଘ ସମ୍ପଦର ସୁବିନିଯୋଗ କରି ଆର୍ଶୀବାଦଯୁକ୍ତ ହେବେ |ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି |ଭାଷା ପରମ କଲ୍ୟାଣୀୟ ହେବ |ପ୍ରତ୍ୟେକ କାର୍ଯ୍ୟ ଓ ଉଦ୍ୟମ ପ୍ରଶଂସନୀୟ ହେବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments