![]() | ଆଜି ଚତୁର୍ଥସ୍ଥ ବିଳାସକାରକ ଶୁକ୍ରଙ୍କ ପ୍ରଭାବରେ ବନ୍ଧୁମିଳନ ସାଙ୍ଗକୁ ହସ, ଖୁସି ଓ ଆନନ୍ଦରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଠିକ୍ ଥିଲେ ମଧ୍ଯ ଆପଣଙ୍କୁ ଭଲ ଲାଗିବ ନାହିଁ। ଅନୁଷ୍ଠାନିକ କାମ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ। |
ଭାଗ୍ୟଭାବସ୍ଥ ଚନ୍ଦ୍ର ପ୍ରଭାବରେ ଘର ସକାଶେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ଯ ହେବେ। ବନ୍ଧୁ କିମ୍ବା ପିଲାମାନେ ଏହି ଦିଗରେ ସାହାଯ୍ୟ କରିପାରନ୍ତି ପ୍ରତିଦ୍ବନ୍ଦିତାରେ ସଫଳତା ପାଇପାରିବେ କିନ୍ତୁ ଏହା ହିଁ ପରକ୍ଷଣରେ ସମସ୍ୟାକୁ ବୃଦ୍ଧି କରିବ। ସମସ୍ୟା ସମାଧାନ କ୍ଷେତ୍ରରେ ସହକର୍ମୀ ସହଯୋଗର ହାତ ବଢ଼ାଇବେ। | |
ଯେଉଁ କ୍ଷେତ୍ରରେ ଯାହାକି ନିଷତ୍ତି ନେବେ ତାହା ଶେଷ ସମୟରେ ଓଲଟ ପାଲଟ ହୋଇଯାଇପାରେ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ଯ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିବେ। ବିବାଦୀୟ କ୍ଷେତ୍ରରେ, ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଘରେ ପୂଜା ପାର୍ବଣକୁ ନେଇ ବନ୍ଧୁ ମିଳନ, ଆମୋଦ ପ୍ରମୋଦର ସୁଅ ହୁଁଟିବ । | |
ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସବୁ କଥାରେ ନରମି ରହିପାରିଲେ ହିଁ ସୁଫଳ ପାଇବେ। ପ୍ରକୃତ ଘଟଣା ନ ବୁଝି ସହକର୍ମୀ କ୍ରୋଧ ପ୍ରକାଶ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବେ, ଯାହା କି ଶାନ୍ତି ସୃଷ୍ଟି କରିବ। ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି । | |
ଆପଣଙ୍କ କାର୍ଯ୍ୟଦକ୍ଷତା ଓ ଯୁକ୍ତିଯୁକ୍ତ ବାର୍ତାଳାପରୁ ବିଜୟ ଲାଭ ଅବଶ୍ଯମ୍ବାବୀ | ଆପଣ ବହୁତ ପୂର୍ବରୁ ଯେଉଁ ପ୍ରାପ୍ୟ ପାଇବାର ଥିଲା ଆଜି ହିଁ ତାହା ପାଇବାର ସୂଚନା ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ଯ କିଛି ଅସୁବିଧା ହେବ ନାହିଁ। | |
ଆଜି ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ _ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବ। ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ନେଇ ଚାଳନାରେ ସତର୍କ ରହିବା ଭଲ ନତୁବା ହଇରାଣ ହୋଇପାରନ୍ତି ପିଲାଙ୍କ କୃତିତ୍ବ ସକାଶେ ଗର୍ବ ଅନୁଭବ କରିବେ। ଜଣେ ହିତାକାଂକ୍ଷୀଙ୍କ ସହୃଦୟତାରୁ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। | |
ସବୁ କଥାରେ ନୀରବଦୃଷ୍ଟା ସାଜିବା ଦ୍ବାରା ଆଗାମୀ – ସମୟରେ ହଇରାଣରେ ପଡିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି। ପିଲାଙ୍କ ସ୍ଵାସ୍ଥ୍ୟହାନି, ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। | |
ଶନିଙ୍କ ପ୍ରଭାବରୁ ଅଧିକାଂଶ ସମୟ ନିରୁତ୍ସାହିତା ରହିବେ। ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। କଚେରି ମାମଲା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ଵିତର୍କର ସମ୍ମୁଖୀନ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ଗବେଷଣା, ଆଲୋଚନା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ । | |
ଆଜି ପଡ଼ୋଶୀ, ସହକର୍ମୀ କିମ୍ବା ଭାଇ ଭଉଣୀଙ୍କ କ୍ଷେତ୍ରରୁ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ କେତେକ ନୂତନ କାମର ପରିକଳ୍ପନା କରିବା ସଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଜମିଜମା, ବ୍ୟବସାୟ, ପରିବହନ, କ୍ଷେତ୍ର ଭଲ ରହିବ। | |
ଆଜି ବାହାର ଦୁନିଆରୁ ଯେତିକି ସ୍ବେହ, ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ଗହିବେ ନିଜ ଘରୁ ସେହି ଅନୁପାତରେ ଗାଳି ଖାଇପାରନ୍ତି। କର୍ମକ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବ। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ ସଙ୍ଗକୁ ସାମାଜିକ କାମରୁ ଖୁସି ରହିବେ | ଅପରାହ୍ନରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । | |
ଆଜି ପରିବାରରେ ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ। ଏଣେ କର୍ମକ୍ଷେତ୍ରରେ ମଧ୍ଯ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୂଆ ସନ୍ଦେହ କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟାକୁ କେନ୍ଦ୍ରକରି ନିଜ ପରିସରରେ ସମାଲୋଚିତ ହେବେ। | |
ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଂକୁଚିତ ମନେକରିବେ। ମନ ଭଲ ନ ଥିବା କାରଣରୁ କାହାର ଭଲ କଥା ମଧ୍ଯ ଆପଣଙ୍କୁ ଭଲ ଲାଗି ନ ପାରେ । ଅବଶ୍ୟ ଚେଷ୍ଟା କରୁଥିବା କାମ ହୋଇଯିବ ଓ ପାଇବା ଜିନିଷଟି ନିଶ୍ଚିତ ପାଇବେ। ଗୃହକାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ବପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। |
Odia Calendar 2023
Comments
comments