OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 29th March 2023

Odia Rashiphala

Odia Rashiphala

ରାହୁଜନିତ ସମସ୍ୟା ମଧ୍ଯରେ ଚଳିବା କାରଣରୁ ଅନେକ ମାନସିକ ଦ୍ବନ୍ଦ୍ବ ମଧ୍ଯଦେଇ ଗତି କରିବାକୁ ପଡ଼ିବ। ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବ ହେବାରୁ ବ୍ୟସ୍ତତା ଅନୁଭବ କରିବେ। ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରି ଆସିବ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ହୋଇପାରେ ।
ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ସମ୍ପର୍କୀୟଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ। ପ୍ରକାଶନ, ପ୍ରଶାସନ, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ଜିରୋ । ଆଜିର ଯାତ୍ରା,ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ।
ଶନିଙ୍କ ଦୃଷ୍ଟିରେ ଶୁକ୍ର ଯୋଗୁ ସନ୍ତାନଙ୍କ କୌଣସି ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା କାରବାର କ୍ଷେତ୍ରରେ ଉନ୍ନତ ମାନର ଫଳ ମିଳିବ। ଆଜି ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସି ରହିବ ।
ଏକାଦଶସ୍ଥ ତିନୋଟିଗ୍ରହ ପ୍ରଭାବରୁ ଅନୁକୂଳ ବାତାବରଣ ମଧ୍ଯରେ କାର୍ଯ୍ୟ ହାସଲ କରିପାରିବେ। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ପାଇବା ପାଇଁ ଯୁକ୍ତିତର୍କ କରିବାକୁ ପଡ଼ିପାରେ। ପାପଗ୍ରହ ଦୃଷ୍ଟ ପଞ୍ଚମଭାବ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇପାରିବେ ନାହିଁ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ଯ ହେବେ ।
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କୌଣସି ଅଶାନ୍ତ ସ୍ଥିତି ଉତ୍ପନ୍ନ ହୋଇପାରେ। କର୍ମ କ୍ଷେତ୍ରରେ ବାଧା ଉତ୍ପୁଜିଲେ ମଧ୍ଯ କୌଣସି କାମ ଅଟକିବ ନାହିଁ। ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ଦୀର୍ଘଦିନର ଚେଷ୍ଟା ପରେ ରଣ ସୃତ୍ରରେ ଆଜି ହିଁ ଅର୍ଥଲାଭର ସମ୍ଭାବନା ରହିଛି। ଚନ୍ଦ୍ର ସହ ମଙ୍ଗଳଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ଯ ପଛରେ ନାନାଦି କଥା କହିବେ। ସହକର୍ମୀଙ୍କ ସହଯୋଗ ଫଳରେ ମାନସିକ ଦ୍ବନ୍ଦର ଅବସାନ ଘଟିବ।
ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହେବ। ନିଜର କାମରେ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡିବେ ନାହିଁ। ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି।
ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ବନ୍ଧୁମାନଙ୍କ ସହ କୌଣସି ସାଧାରଣ ଘଟଣାରେ ଉଚ୍ଚବାଚ ଘଟିପାରେ । ଅବଶ୍ୟ ଜ୍ୟେଷ୍ଠା ନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବିବାଦ କାରଣରୁ ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ସୁସ୍ଥତା ଫେରିପାଇବାରୁ ଆଶ୍ଵସ୍ତି ଲଭିବେ। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ । କୌଣସି ଆଗନ୍ତୁକଙ୍କ ସକାଶେ ମୁଣ୍ଡବ୍ୟଥା ହୋଇପାରେ ।
ପରିବାରରେ ଭୁଲ୍‌ ବୁଝାମଣାଜନିତ ଅଶାନ୍ତି ସୃଷ୍ଟି ହେବା ସୂଚନା ରହିଛି। ଆକସ୍ମିକ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ଯ କୌଣସି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ କାର୍ଯ୍ୟ ଦକ୍ଷତା କାରଣରୁ ପଡ଼ୋଶୀମାନେ ଭରିଭରି ପ୍ରଶଂସା କରିପାରନ୍ତି ।
କଠିନଶ୍ରମ ଓ ବିଶେଷ ଭ୍ରମଣ କାରଣରୁ ସାମୟିକ ସ୍ବାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବ। ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ଭାଇଙ୍କ ସ୍ଵାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ସକାଳ ସମୟରେ କୌଣସି ଶୁଭ ଖବର ପାଇପାରନ୍ତି।
ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ହିତୈଷୀଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆର୍ଥିକ
ସ୍ଵଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନିଧ୍ଯ ଲାଭରୁ ଖୁସି ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments