![]() | ଆଜି ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ଶୁକ୍ର ସହ ମଙ୍ଗଳଙ୍କ ସଂଯୋଗ ପରିବାରରେ ବନ୍ଧୁମିଳନ ସଙ୍ଗକୁ ଖୁସୀର ଆସର ଜମିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି। ପାରିବାରିକ, ପ୍ରଶାସନିକ କ୍ଷେତ୍ର ପ୍ରାୟତଃ ମଧ୍ଯମ ପ୍ରକାରର ରହିବ। |
ଆଜି ବୁଧାଦିତ୍ୟ ଯୋଗଙ୍କ ସୁପ୍ରଭାବରୁ ଅର୍ଥଲାଭ ସଙ୍ଗକୁ ସନ୍ତାନମାନଙ୍କ ଗୌରବରେ ନିଜକୁ ଗୌରବାନ୍ବିତ ମନେକରିବେ। କିନ୍ତୁ ସହକର୍ମୀଙ୍କ ସହ ମତାନ୍ତର ଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କିଛି ଜିନିଷ ହଜାଇବା କାରଣରୁ ବିରସ ମନରେ କାଳ କାଟିବେ। | |
ଆକସ୍ମିକ ଭାବରେ ଅନ୍ୟଦ୍ବାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ମଧ୍ଯାହ୍ନ ପରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ଶିଳ୍ପ, ବାଣିଜ୍ୟ, କଳ କାରଖାନା,ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ । | |
ଶୁକ୍ର ପ୍ରଭାବରୁ ନିଜର ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହେବେ। ତଥାପି ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କରଜଦାତାଙ୍କ ଚାପ ବୁଦ୍ଧି ପାଇବା କାରଣରୁ ସାମଯିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। | |
ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ। ତଥାପି ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ। ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ବସ୍ତି କରିପାରେ | | |
ଆଜି ପ୍ରତିଯୋଗିତା, ପ୍ରତିଦ୍ବନ୍ଦ୍ବିତା କିମ୍ବା ବିବାଦ କ୍ଷେତ୍ରରେ ବିଜୟୀ ହେବେ। ମନର ଅଶାନ୍ତିକୁ ପ୍ରକାଶ ନ କରି ଅନ୍ୟମାନଙ୍କ କାମରେ ନିଜକୁ ମଜ୍ଜାଇ ରଖି ପ୍ରଶଂସିତ ହେବେ। ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ। ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ଯ ବିଫଳ ହୋଇପାରନ୍ତି। | |
ଆଜି କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ବୃଦ୍ଧି ପାଇବା କାରଣରୁ ମନ ଅଶାନ୍ତ ରହିବ। ସମୟାନ୍ତରେ ଆକସ୍ମିକ ଭାବରେ ଅଟକି ରହିଥିବା ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ନିଜ ଲୋକଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ । | |
ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ବନ୍ଦ୍ବ ଲାଗି ରହିବା କାରଣରୁ ଠିକ୍ ନିଷ୍ପତ୍ତି ନେବା ସହଜସାଧ୍ଯ ନ ହୋଇପାରେ । ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ସାହିତ୍ୟ, ସାମ୍ବାଦିକତା, ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ଅନୁଭବ କରିବେ। | |
ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ସକାଳୁଆ ଯାତ୍ରାରେ ଯେଉଁଥି ସକାଶେ ଯାଉଛନ୍ତି ସେଥିରେ ସଫଳତା ଅବଶ୍ୟମ୍ଭାବୀ । ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। | |
ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ବନ୍ଦିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ଵ ଦୂର ହେବ। ବ୍ୟବସାୟିକ ସଫଳତା ମିଳିବ କିନ୍ତୁ ପୂର୍ଣ ସନ୍ତୋଷଜନକ ହେବ ନାହିଁ। | |
ଅସନ୍ତୋଷକୁ ବନ୍ଧୁଙ୍କ ସମ୍ମୁଖରେ ବଖାଣି ଓଲଟା ଫଳ ଭୋଗିବେ। ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ଯ କିଛି କରିବାର ଉପାୟ ପାଇବେ ନାହିଁ। କେତେକ କାମ ଅଧାରେ ଅଟକି ଯିବା କାରଣରୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। | |
ପ୍ରତ୍ୟେକ କାମ ଗତାନୁଗତିକ ରୀତିରେ ଗଡି. ଚାଲିଲେ ମଧ୍ଯ ମନ ପ୍ରାୟତଃ ଭଲ ରହିବ ନାହିଁ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ । |
Odia Calendar 2023
Comments
comments