OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 26th July 2023

Odia Rashiphala

Odia Rashiphala

ଆଜି ପାପଗ୍ରହଯୁକ୍ତ ସପ୍ତମଚନ୍ଦ୍ର ହେତୁ ଅର୍ଥଲାଭ ହେଲେ ମଧ୍ଯ ସମସ୍ୟା ମଧ୍ଯରେ ଚଳିବାକୁ ପଡ଼ିବ। ଭୋଗବିଳାସରେ ବାଧାବିଘ୍ନ ଘଟିଲେ ମଧ୍ଯ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସୁବିଧାବାଦୀ ଭଳି କାମ କରିବେ ।
ରବିଙ୍କ ସୁପ୍ରଭାବରେ ସୁଯୋଗ ଆପଣା ଛାଏ ଆସିବା ସଙ୍ଗକୁ ମାନସିକ ଦ୍ବନ୍ଦ୍ବର ଅବସାନ ଘଟିବ । ତଥାପି ସାମାଜିକ ସ୍ତରରେ ମଧ୍ଯସ୍ଥତା କରି ଅପମାନିତ ହୋଇପାରନ୍ତି। ଆଲୋଚନା ସମୟରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପାରିବାରିକ କ୍ଷେତ୍ରରେ ସନ୍ତାନ ହେତୁକ ଦ୍ବନ୍ଦ୍ବର ସମ୍ମୁଖୀନ ହେବେ ।
କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ ନେଇ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ଏଣେ ମାନସିକ ଅସ୍ଥିରତା ହେତୁ ପରିବାରରେ ମଧ୍ଯ ବିରକ୍ତିଭାବ ସୃଷ୍ଟି ହେବ। କଳା, ସାହିତ୍ୟ ଓ ସଂଗୀତ ସମାରୋହ, ପ୍ରବଚନ, କ୍ରୀଡ଼ାକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ଵସ୍ତି ଲାଭ କରିବେ ।
କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ ବ୍ୟବହାର କରି ଅଭିଳଷିତ କାମ ହାସଲ କରିପାରିବେ। ପରିବାର ଦସ୍ୟଙ୍କ ଅନୁରୋଧ ରକ୍ଷା କରି ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି। ଭାବପ୍ରବଣତାବଶତଃ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ। କୌଣସି ଘଟଣାକୁ ନେଇ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।
କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତାକରି କାମ କଲେ ଉପକୃତ ହେବେ ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ଶେଷ ମୁହୂର୍ତରେ କର୍ମକ୍ଷେତ୍ରରେ କୌଣସି ସୁଯୋଗ ହାତ ମୁଠାରୁ ଖସିଯାଇପାରେ ।
ପାରିବାରିକ ସମସ୍ୟାରେ ଚିନ୍ତିତ ହେବା ଜଣାଯାଏ ।
କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜିବାହାର କରିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଓ ବ୍ୟବସାୟିକ ଦିଗରୁ ଉପକୃତ ହେବେ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବା ପାଇଁ ସମର୍ଥ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ।
କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟସ୍ତତା ଅନୁଭବ କରିବେ। କୌଣସି କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟଦ୍ବାରା ପ୍ରଭାବିତ ହୋଇ ଦୂରେଇ ଯାଉଥିବାର ଅନୁଭବ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କର୍ମକ୍ଷେତ୍ରରେ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବ୍ୟବସାୟ ଓ ପରିବହନର ସମସ୍ୟା ଲାଗି ବ୍ୟସ୍ତ ରହିବେ
ବହୁ ଦିନର ଅଭିଳାଷକୁ ପୂରଣ କରିବାକୁ ଯାଇ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ପ୍ରତିଟି କ୍ଷେତ୍ରରେ ସହମତି ଭିଭିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଆଜିର କାମ ସକାଶେ ସ୍ଵାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
କର୍ମକ୍ଷେତ୍ରରେ ଠିକ୍‌ କଥା କହିବା କାରଣରୁ ସହକର୍ମୀଙ୍କ ସହ ସମ୍ପର୍କ ହାନି ଘଟିପାରେ । ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବନ୍ଧୁମାନଙ୍କସାହଚର୍ଯ୍ୟରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଆଲୋଚନା କରିପାରନ୍ତି।
ପରିବାରରେ ପିଲାମାନଙ୍କୁ କେନ୍ଦ୍ରକରି ସମସ୍ୟା ବିଷୟରେ ମନ ଭାରାକ୍ରାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ସକାଶେ ଅନ୍ୟମାନଙ୍କ ସହ ତର୍କ ଓ ବିବାଦ ବଢ଼ିବ।ସତର୍କତା ଅଭାବରୁ ଟଙ୍କା ପଇସା ହଜାଇ ଧାର କରଜ କରି ଫେରିବାକୁ ପଡ଼ିବ।
ପାରିବାରିକ ଶୃଙ୍ଖଳା ରକ୍ଷା କରି ସମସ୍ୟା ସମାଧାନରେ ସଫଳତା ଅର୍ଜନ କରିବେ। ଶେଷ ସମୟରେ ସମସ୍ୟା ସମାଧାନ ସହ ବିଦେଶ ଯାତ୍ରା ଯୋଗର ସୁଯୋଗ ମିଳିବ। ଆନୁଷ୍ଠାନିକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ଉପରିସ୍ଥ ଅଧିକାରୀଙ୍କ ସହାୟତାରୁ ପ୍ରତିକୂଳ ପରିସ୍ଥିତିକୁ ସୁଧାରି ନେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments