![]() | ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ କିନ୍ତୁ ଆପଣ ଅଯଥା ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ । କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ରହିପାରନ୍ତି। |
![]() | କର୍ମାରମ୍ଭରୁ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ସ୍ବତନ୍ତ୍ରଭାବରେ ଆହୂତ ହୋଇ ସାମାଜିକ ସ୍ତରରେ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନ, ଆଇନ, କଳା, ସାହିତ୍ଯରେ ଉନ୍ନତି କରିବେ। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। |
![]() | ସହକର୍ମୀମାନେ ଜାଣିଶୁଣି ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ ଏବଂ ସଫଳତା ଅବଶ୍ୟ ପାଇବେ। ପାରିବାରିକ ଦ୍ବନ୍ଦ୍ବ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି । ପାଖରେ ନ ଥିବା ଜିନିଷଟି ପାଇବା ସକାଶେ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ । |
![]() | ଆଜି ଦୂରସ୍ଥ କର୍ମକ୍ଷେତ୍ରରୁ ପ୍ରତ୍ୟାବର୍ତନ ପଥରେ କଷ୍ଟ ସ୍ବୀକାର କରିବେ। ନିରଳସ କର୍ମଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସାଧାରଣ କଥାରେ ଉଚ୍ଚବାଚ ହେତୁ ପରିବହନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି। |
![]() | ଦୀର୍ଘଦିନରୁ ଅଟକି ରହିଥିବା କାମଟି ବନ୍ଧୁଙ୍କ ହସ୍ତକ୍ଷେପରୁ ସାଧିତ ହୋଇପାରିବ। କାର୍ଯ୍ୟହାସଲ ସକାଶେ ଦିନ ମଧ୍ଯରେ ମାତ୍ରାଧକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଅବଶ୍ୟ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହେବେ। ପୂର୍ବାଫାଲଗୁନୀ ନକ୍ଷତ୍ର ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି। |
![]() | ଆଜିର କର୍ମକ୍ଷେତ୍ରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବାରମ୍ବାର କାନକୁହା କଥା ଶୁଣି ବିଶ୍ବସ୍ଥ କର୍ମଚାରୀଟିର ମନୋଭାବ ବଦଳିଯିବ। ବ୍ୟବସାୟରେ ସମସ୍ୟା ଗୁରୁତର ଆକାର ଧାରଣ କରିବାର ସୂଚନା ରହିଛି। ସ୍ଵାସ୍ଥ୍ୟରେ ଭନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ । |
![]() | ବିଗତ ଦିନରେ ସୃଷ୍ଟି ହୋଇଥିବା ସମସ୍ଯା ଆଜି ହଠାତ୍ ସମାଧାନ ହେବ। ମାଙ୍ଗଳିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବାଧ୍ଯ ବାଧକତାରେ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡ଼ିକ ଠିକ୍ ଭାବରେ ସମ୍ପୂର୍ଣ୍ଣ ହେବ ନାହିଁ । |
![]() | କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ସାହିତ୍ୟ ଓ ସଂଗୀତରେ ସମ୍ବର୍ଦ୍ଧିତ ହେବା ସହ ସୁନାମ ଅର୍ଜନ କରିବେ ।ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅନୁରାଧା ନକ୍ଷତ୍ର ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତି ନେବେ। |
![]() | ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କଚେରି ମାମଲାରେ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। |
![]() | ସାମାଜିକ କ୍ଷେତ୍ରରେ କଲ୍ୟାଣମୂଳକ କର୍ମ ସମ୍ପାଦନ କରି ସୁଫଳ ପ୍ରାପ୍ତି ହୋଇପାରେ। କଳା ସାହିତ୍ୟରେ ବିଗତ ଦିନର ସମସ୍ୟା ସମାଧାନ ହୋଇଯିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ନିନ୍ଦା ମିଳିବ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। |
![]() | ପରିସ୍ଥିତିବଶତଃ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁମାନଙ୍କ ସାହାଯ୍ୟ ଦରକାର ପଡ଼ିପାରେ । ଶତଭିଷା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। |
![]() | ଆକସ୍ମିକ ଭାବରେ ଅନ୍ୟର କାମରେ ବାହାରକୁ ଯିବାକୁ ପଡ଼ିପାରେ । ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ବାରା କାମ ହାସଲ କରିବେ। ପୂର୍ବଭାଦ୍ରବ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। |