OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 20th December 2023

Odia Rashiphala

Odia Rashiphala

ଗତକାଲିର ଟେନ୍‌ସନ ଆଜି କମିଯିବ ଏବଂ ଅଫିସ୍‌ରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାହୁ ଯୁକ୍ତ ଚନ୍ଦ୍ରଙ୍କ ଓ କୁପ୍ରଭାବରୁ କ୍ରୟ ବିକ୍ରୟ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବାରୁ ମନୋବଳ ବୃଦ୍ଧି ପାଇବା ସ୍ତ୍ରୀଙ୍କ ଚିଡ଼ା ସ୍ଵଭାବ ଏବଂ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ।
ପାପଗ୍ରହ ମଧ୍ଯସ୍ଥ ରାଶ୍ୟାଧିପତି ହେତୁ ଆଜି ଯେତେ ଭଲ କାମ କଲେ ମଧ୍ଯ ଅଭିଯୋଗ ପାଇବେ। ବନ୍ଧୁଙ୍କ ସମ୍ମୁଖରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବା ପାଇଁ ବାଧ୍ଯ ହେବେ। ଗତକାଲିଠାରୁ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପରିବହନ, ବ୍ୟବସାୟ, ବାଣିଜ୍ୟ, ଶିଳୁ ଓ ଏଜେନ୍ସିପରୁ ଖୁସି ରହିବେ |
ଆଜି ରବି ଓ ବୁଧଙ୍କ ସଂଯୋଗରୁ ଦୃଢ଼ ପଦକ୍ଷେପ ନେଇ ଲକ୍ଷ୍ୟ ହାସଲ କରିବେ। ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ଯ ଆପଣ ବାଧ୍ଯ ହୋଇ ଯେସାକୁ ତେସା ନୀତିରେ କାମ କରିବେ। ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ଯ ଦେଇ ଚଳିବାକୁ ପଡ଼ିବ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ଆଜି ପାପଗ୍ରହ ଯୁକ୍ତ ଚନ୍ଦ୍ର ଯୋଗୁ ଅଧିକାଂଶ ସମୟ ମାନସିକ ଅସ୍ଥିରତା ମଧ୍ଯରେ କଟାଇବେ। କର୍ମକ୍ଷେତ୍ରରେ କଠୋର ପରିଶ୍ରମଜନିତ ସ୍ବାସ୍ଥ୍ୟ ହାନି ଘଟିପାରେ । ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ ଓ ଶୁକ୍ରଙ୍କ ସୁପ୍ରଭାବରୁ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ମାତ୍ର ଆଲୋଚନା ସମୟରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
ଆଜିର ବୁଧାଦିତ୍ୟ ଯୋଗ ଆପଣଙ୍କ ସ୍ଥିର ନିଷ୍ପତି ନେବାରେ ସହାୟକ ହୋଇପାରିବ। ଆର୍ଥିକ ସ୍ଵଚ୍ଛଳତା ରହିବା କାରଣରୁ ମାନସିକ ସ୍ଥିରତା ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ଚଳିବା ଭଲ ହେବ ଅନ୍ୟଥା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁଙ୍କ ପ୍ରରୋଚନାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚା ପ୍ରତି ମନ ବଳିପାରେ ।
ସମସ୍ଯା ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ଯ ମନରେ ସରସତା ରହିବ ନାହିଁ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ହେବା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବ। ଆଜି ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିପାରେ । ସ୍ବଗୃହୀ ଶନି ପ୍ରଭାବରେ ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଯିବ।
ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ପିଲାଙ୍କ ସହ ଖୁସିଗପର ମଉକା ଜୁଟିବ। ସଭାସମିତିରେ ଯୋଗ ଦେଲେ କିମ୍ବା ସହମତିରେ କାମ କଲେ ଲକ୍ଷ୍ୟ ହାସଲ କରିପାରିବେ। ଆଜି ଇଚ୍ଛା ନ ଥିଲେ ମଧ୍ଯ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ଶୁକ୍ର ପ୍ରଭାବରୁ ପରିବହନ, ବ୍ୟବସାୟ ତଥା ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ।
କଥାକହିବାରେ ସଂଯମତା ଅବଲମ୍ବନ ନ କରିପାରିଲେ ହାତମୁଠାରୁ ଥିବା ସୁଯୋଗ ଖସିଯାଇପାରେ। ଦ୍ବାଦଶସ୍ଥ ଶୁକ୍ରଜନିତ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ନୀଚବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅଭାବ ନ ଥିଲେ ମଧ୍ଯ ଆବଶ୍ୟକତା ପୂରଣ ପାଇଁ କରଜ କରିପାରନ୍ତି।
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଅନୁକୂଳ ବାତାବରଣ ମଧ୍ଯରେ ସ୍ଥଗିତ କାର୍ଯ୍ୟକୁ ତ୍ଵରାନ୍ବିତ କରିପାରିବେ। ଅର୍ଥ ସଂଗ୍ରହରେ ତତ୍ପରତା ବେକାର ଯିବ ନାହିଁ। ପାରିବାରିକ ଜଞ୍ଜାଳଜନିତ ସାମୟିକ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
ତୃତୀୟସ୍ଥ ରାହୁଯୁକ୍ତ ଚନ୍ଦ୍ର ହେତୁ କୌଣସି ଭୁଲ ଖବରକୁ ସତ୍ୟ ମନେକରି ଉତ୍‌କ୍ଷିପ୍ତ ହୋଇପାରନ୍ତି। ବାଣିଜ୍ୟ, ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇପାରନ୍ତି।
ଭାଗ୍ୟସ୍ଥାନରେ ଶୁକ୍ର ରହିଥିବା ହେତୁ ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟଯମ୍ଭାବୀ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ମାତ୍ର ଅତିରିକ୍ତ ଭ୍ରମଣ ହେତୁକ ସନ୍ଧ୍ୟାରେ କ୍ଳାନ୍ତି ଏ ଅବସାଦ ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ।
ଆଜିର କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଅଫିସ୍‌ କାମରେ ସାମାନ୍ୟ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିହୋଇପାରେ। ପାପଗ୍ରହ ମଧ୍ଯସ୍ଥ ଗୁରୁଙ୍କ ଯୋଗୁ ଆନୁଷ୍ପାନିକ କାମରେ ବାଧାବିଘ୍ନ ଘଟିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments