![]() | ଆଜି କର୍ମାରମ୍ଭରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ କିନ୍ତୁ ସମାଲୋଚନାର ମୃଦୁଗୁଞ୍ଜରଣ ମଧ୍ଯ ଶୁଣିବାକୁ ମିଳିବ। ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁ ମିଳନ, ଦୂରଯାତ୍ରାଥ ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି । |
![]() | ଚନ୍ଦ୍ରଙ୍କ ଶୁଭପ୍ରଭାବରୁ ହସିଲେ କଥା କବେ, ବନ୍ଧୁବର୍ଗ ପାଖେଇ ଆସିବେ ଅନ୍ୟମାନଙ୍କ ମୁହଁରୁ ନିଜର ଆତ୍ମପ୍ରଶଂସା ଶୁଣି ଭାବ ବିଭୋର ହୋଇପାରନ୍ତି। ଏହାସାଙ୍ଗକୁ ଅସୂୟାର ବଶବର୍ତ୍ତୀ ହୋଇ ପରୋକ୍ଷ ସମାଲୋଚନାରୁ ମଧ୍ଯ ରକ୍ଷା ମିଳି ନ ପାରେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ,ରଚନାତ୍ମକ କାର୍ଯ୍ୟ,ଗବେଷଣା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ | |
![]() | କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ବାରା ପ୍ରତ୍ୟେକ କାମ କରାଇ ନେବେ। ସରକାରୀ କାମରେ ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟରୁ ସୁଫଳ ପାଇବେ ।ମାଙ୍ଗଳିକ କାର୍ଯ୍ୟର ଶୁଭ ସାହାନାଇରେ ମସ୍ଗୁଲ୍ ହୋଇପାରନ୍ତି | |
![]() | ଅନିଚ୍ଛା ସତ୍ତ୍ବେ ପରିସ୍ଥିତିବଶତଃ ଖର୍ଚ୍ଚ ବୃଦ୍ଧି ପାଇବା ସାଙ୍ଗକୂ ମାନସିକ ଶାନ୍ତି ହରାଇବେ। ଆଗମନାକାଂକ୍ଷୀ କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହୋଇପାରେ। ତରବରିଆ ଯାତ୍ରା କ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କେତେକ ଭୁଲ୍ କରିପାରନ୍ତି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । |
![]() | ଆଜି କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳ ଯୋଗରୁ ଅର୍ଥ ଓ ସମ୍ମାନ ଲାଭ ଘଟିବ। ଯାହାକୁ କିଛି କହିବେ ସେ ହିଁ ବାହାନା ଦେଖାଇ ଦୂରେଇ ଯିବା ବାଟ ଖୋଜିବ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ। ବ୍ୟବସାଯିକ କ୍ଷେତ୍ର, ମାଙ୍ଗଳିକକାମ,ଆଲୋଚନା ସଭା, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ହେବ | |
![]() | ଅଷ୍ଟମସ୍ଥ ରାହୁଜନିତ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କଲେ ମଧ୍ଯ କାମ ଅଟକିବ ନାହିଁ। ମାଙ୍ଗଳିକ କାମ ସକାଶେ ଘରେ ଆମୋଦ ପ୍ରମୋଦର ସୁଅ ଛୁଟିବ। ଅଫିସ୍ର କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। |
![]() | କର୍ମାଧିପ ଦୁଃସ୍ଥାନସ୍ଥ ହେତୁ ଅଟକି ରହିଥିବା ଗୁରୁତ୍ବପୂର୍ଣ୍ଣ କାମ ସକାଶେ ବ୍ୟସ୍ତତା ପ୍ରକାଶ ପାଇବ। ସୁବିଧା, ସୁଯୋଗ ବିଭିନ୍ନ ଦିଗରୁ ଆସି ଜୂଟିବ। ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ,ସତ୍ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ । ବ୍ୟବସାୟ, ପରିବହନ, ଶିଳ୍ପ, ପରିବହନାଦି ବାଧାପ୍ରାପ୍ତ ହେବ ନାହିଁ। |
![]() | ରାଶିକୁ କର୍ମାଧିପ ସହ ରାଶ୍ୟାଧିପ ଦେଖୁଥିବାରୁ ସମସ୍ତ କାମ ନିର୍ବିଘ୍ନରେ ସମାପନ ହେବ। କିନ୍ତୁ ଅନୁରାଧାର ମନ ଠିକ୍ ନ ରହିବା କାରଣରୁ କୌଣସି କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ। ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ବିଶୃଙ୍ଖଳିତ ରହିବ। ବ୍ୟବସାୟ, ପରିବହନ, ପ୍ରଶାସନ, ନିର୍ମାଣାଦି କାର୍ଯ୍ୟ ଠିକ୍ଠାକ୍ ଚାଲିବ। |
![]() | ବୁଧାଦିତ୍ୟ ଯୋଗଜନିତ ନିଜେ କଷ୍ଟ ସ୍ବୀକାର କରି ଅନ୍ୟ ମୁହଁରେ ହସ ଉକୁଟାଇବା ଚେଷ୍ଟା କରିବେ। ପ୍ରବଳ ବିରୋଦ୍ଧାତ୍ମକ ପରିବେଶରେ ମଧ୍ଯ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବେ । ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। |
![]() | ଶନି ଦୃଷ୍ଟିରେ ଗୁରୁ ହେତୟ ବନ୍ଧୁଙ୍କ ଭିତରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଁଳି ଉଠିବ। ଆତ୍ମୀୟଙ୍କ ଶ୍ରଦ୍ଧା, ବନ୍ଧୁଙ୍କ ରାଗରୁଷା, ସ୍ତ୍ରୀଙ୍କ ମୁହଁଫୁଲା, ଯାତ୍ରା ଓ ବାଣିଜ୍ୟରେ ସମସ୍ୟା ପ୍ରଭୃତି ସ୍ବସ୍ଥାନହନ୍ତା ବୃହସ୍ପତି କରିଚାଲିବେ | |
![]() | ଦ୍ବାଦଶସ୍ଥ ପାପଗ୍ରହ ଯୋଗୁ ଅସାବଧାନତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ ବାଣିଜ୍ୟ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଜମିଜମା, କଳ, କାରଖାନା,ହୋଟେଲ ଶିଳ୍ପ, ମନୋରଞ୍ଜନ, ଯାତ୍ରା ଓ ଭ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। |
![]() | ଶନିଙ୍କ ପ୍ରଭାବରୁ ଜଣେ ନୀଚଳାତିର ବ୍ୟକ୍ତିକ ଅବଦାନ ଭୁଲିପାରିବେ ନାହିଁ। ନିଜର ଆତ୍ମୀୟ ତଥା ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ଈର୍ଷା ଓ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅତୀତ ଘଟଣା ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ସାମୟିକ ମନ ଉଦାସ ରହିପାରେ । |